ଲେହେଙ୍ଗା ପିନ୍ଧି ସଜ ହୋଇଥିଲେ ନବବଧୂ, ହଠାତ୍ କରିବାକୁ ଲାଗିଲେ ପୁସ୍ଅପ୍: ଭିଡିଓ ଭାଇରଲ

ନବବଧୂ ସବୁବେଳେ ଲାଜ କରୁଥିବା ଆମେ ଦେଖିଛେ କିମ୍ବା ଶୁଣିଛେ। ବୋହୂ ପ୍ରଥମ ଥର ପାଇଁ ଶାଶୁଘରକୁ ଯିବା ପରେ କିଛି ଦିନ ପାଇଁ ଏହି ଲାଜ କରୁଥିବା ନଜର ମଧ୍ୟ ଆସିଛନ୍ତି। କିନ୍ତୁ କେବେ ଆପଣ କୌଣସି ନବବଧୂ ପୁସଅପ୍ କରୁଥିବା ଦେଖିଛନ୍ତି କି ? ଯଦି ଦେଖିନାହାନ୍ତି, ଆଜି ଦେଖିନିଅନ୍ତୁ। ଏମିତି ଭିଡିଓ ଦେଖିବା ପରେ ହୁଏତ ଆପଣଙ୍କ ମୁଣ୍ଡ ଘୁରାଇବ। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଆଉ ଏହି ଭିଡିଓର ଅନେକ ଫ୍ଯାନ ହୋଇଛନ୍ତି।

ଭିଡିଓରେ ନବବଧୂ ସୁନ୍ଦର ଲେହେଙ୍ଗା ପିନ୍ଧି ପୁସ୍ଅପ୍ କରୁଛନ୍ତି। ବ୍ଯାକଗ୍ରାଉଣ୍ଡରେ ଗୀତ ମଧ୍ୟ ବାଜୁଛି। ଲୋକ ହୋହାଲ୍ଲା ମଧ୍ୟ କରୁଛନ୍ତି। କିନ୍ତୁ ସବୁ ଠାରୁ ଆଶ୍ଚର୍ଯ୍ଯର କଥା ଯେ, ଏତେ ଭାରି ଲେହେଙ୍ଗାରେ କେମିତି ନବବଧୂ ପୁସ୍ଅପ୍ କରୁଛନ୍ତି।

 

View this post on Instagram

 

A post shared by aana arora (@aan4490)

ଭିଡିଓକୁ ଇନଷ୍ଟାଗ୍ରାମରେ ଏହାକୁ aan4490 ଆକାଉଣ୍ଟରେ ସେୟାର କରାଯାଇଛି। ଭିଡିଓକୁ ଏପର୍ଯ୍ଯନ୍ତ ୫ ଲକ୍ଷ ପାଖାପାଖି ଲାଇକ୍ସ ମିଳିସାରିଲାଣି। ଲୋକେ ନବବଧୂର ପ୍ରଶଂସା କରୁଛନ୍ତି। ନବବଧୂଙ୍କ ଏପରି ଅନ୍ଦାଜ ସମସ୍ତଙ୍କୁ ବହୁତ ପସନ୍ଦ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.