କଲେଜ ଭିତରେ ପ୍ରିନ୍ସିପାଲ-ପ୍ରଫେସରଙ୍କ ମଧ୍ୟରେ ଚାପୁଡା କଷାକଷି, ସିସିଟିଭିରେ କଏଦ ହୋଇଥିବା ଭିଡିଓ ହେଉଛି ଭାଇରାଲ

ସ୍କୁଲ -କଲେଜକୁ ଶିକ୍ଷାର ମନ୍ଦିର କୁହାଯାଏ। କିନ୍ତୁ ବେଳେବେଳେ ଏଠାରେ ଏପରି ଘଟଣା ଘଟେ, ଯାହା ଆଶ୍ଚର୍ଯ୍ୟଜନକ ହୋଇଥାଏ। ସ୍କୁଲ ଓ କଲେଜଗୁଡ଼ିକରେ ବେଳେବେଳେ କିଛି ସମସ୍ୟାକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ଝଗଡା ହୁଏ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଜଣେ ପ୍ରିନ୍ସିପାଲ୍ ଏବଂ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ମଧ୍ୟରେ ଫାଇଟ ଲାଗିବାର। ଏହା ସହ ଜଡିତ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଧ୍ୟପ୍ରଦେଶର ଉଜ୍ଜୟନୀ ସ୍ଥିତ ଏକ ସରକାରୀ କଲେଜ ଭିତରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ।
ଭିଡିଓରେ ପ୍ରିନ୍ସପାଲ ଏବଂ ସହକାରୀ ପ୍ରଫେସରଙ୍କ ମଧ୍ୟରେ ହଠାତ କୌଣସି କଥାକୁ ନେଇ ସଂଘର୍ଷ ଆରମ୍ଭ ହୋଇଥିଲା। ତେବେ ଦୁହିଁଙ୍କ ମଧ୍ୟରେ ତୀବ୍ର କଳହ ଲାଗିଥିଲା। ଏହି ଭିଡିଓରେ ଆପଣ ଦେଖିପାରୁଥିବେ ପ୍ରିନ୍ସପାଲଙ୍କୁ ଚାପୁଡା ଉପରେ ଚାପୁଡା କଷି ପକାଇଲେ ପ୍ରଫେସର। ସେପଟେ ପ୍ରିନ୍ସପାଲ ମଧ୍ୟ କିଛି କମ୍ ନୁହନ୍ତି। ସେ ମଧ୍ୟ ପ୍ରଫେସରଙ୍କୁ ମାରିଲେ ମୁଥ, ଗୋଇଠା ଆଉ ଚାପୁଡା। ପରେ କିଛି କର୍ମଚାରୀ ଆସି ଦୁହିଁଙ୍କ ମଧ୍ୟରେ ଝଗଡାକୁ ଶେଷ କରିବାକୁ ଚେଷ୍ଟା କରିଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ, ସହକାରୀ ପ୍ରଫେସର ପ୍ରଥମେ ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବାର ଦେଖାଯାଏ। ଦୀର୍ଘ ସମୟ ଧରି, ଘାଟିଆର ନାଗୁଲାଲ ମାଲବିଅ ବିଶ୍ୱବିଦ୍ୟାଳୟର ପ୍ରିନ୍ସିପାଲ ଡଃ.ଶେଖର ମେଦମୱାରଙ୍କ ସହ ସହକାରୀ ପ୍ରଫେସର ବ୍ରହ୍ମଦୀପ ଅଲୁନେ ଉଭୟଙ୍କ ମଧ୍ୟରେ କିଛି ଘଟଣା ଘଟିଥିଲା ପରେ ପରସ୍ପର ମାରପିଟ୍ କରିଛନ୍ତି। ପ୍ରିନ୍ସିପାଲ ଚାମ୍ବର ଭିତରେ ହିଁ ଏହି ଘଟଣା ଘଟିଛି। ବହୁ ଉତ୍ତେଜନା ପରେ କିଛି ଲୋକ ଆସି ଦୁହିଁଙ୍କ ମଧ୍ୟରେ ଝଗଡ଼ାକୁ ଶେଷ କରିବାକୁ ଚାହିଁଛନ୍ତି। ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା। ଏହି ଭିଡିଓ ସୋସିଆଲ ମିଡିଆର ପ୍ରତ୍ୟେକ ପ୍ଲାଟଫର୍ମରେ ଭାଇରାଲ ହେଉଛି।
An assistant professor was booked for allegedly beating up principal of a Government College in Ujjain @ndtv @ndtvindia pic.twitter.com/egom5OIVjA
— Anurag Dwary (@Anurag_Dwary) January 19, 2022
ପ୍ରଫେସର ଅଲୁନେଙ୍କ ଭୋପାଲରୁ ଉଜ୍ଜୟନୀ କଲେଜକୁ ବଦଳି ହୋଇଥିଲା। ପ୍ରଫେସରଙ୍କୁ ପ୍ରତିଦିନ ୫ କିଲୋମିଟଳ ଚାଲିବାକୁ ପଡୁଥିଲା। ପ୍ରିନ୍ସିପାଲଙ୍କ କହିବା ଅନୁଯାୟୀ, ତେବେ ପୂର୍ବରୁ କଲେଜରେ କର୍ମଚାରୀଙ୍କ ଅଭାବ ଥିଲା। ଜାନୁଆରୀ ୧୫ ତରିଖରେ କଲେଜ ଏକ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା ହେବାର ଥିଲା। ତେଣୁ ସହକାରୀ ପ୍ରଫେସରଙ୍କୁ ତାଙ୍କ ସହ କଥା ହେବା ପାଇଁ ପ୍ରିନ୍ସିପାଲ ଡାକିଥିଲି, କିନ୍ତୁ ସେ କ୍ରୋଧିତ ହୋଇ ମୋତେ ଦୁର୍ବ୍ୟବହାର କରିବା ସହ ପିଟିବା ଆରମ୍ଭ କରିଥିଲେ। ଅସଭ୍ୟ ଭାଷାରେ ଗାଲିଗୁଲଜ ମଧ୍ୟ କରିଥିବା ପ୍ରିନ୍ସିପାଲ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ପ୍ରଫେସର ପ୍ରିନ୍ସିପାଲଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି। ସେ କଲେଜର ଅନ୍ୟ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ, ମେଦମୱାରଙ୍କ କାର୍ଯ୍ୟକାଳ ସମୟରେ, ସମୟ ପୂର୍ବରୁ ୩ ଜଣ ସେବାନିବୃତ୍ତି ନେଇସାରିଛନ୍ତି। ସେ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରନ୍ତି। ସେ ତାଙ୍କୁ ତାଙ୍କ ଚାମ୍ବରକୁ ଡାକିଲେ ଏବଂ ଅପଶବ୍ଦ ବ୍ୟବହାର କରିଥିଲେ। ଏଥିପାଇଁ ଝଗଡା ହୋଇଥିବା ବୋଲି ପ୍ରଫେସର ଜଣକ କହିଛନ୍ତି।
ସେପଟେ ମାରପିଟ୍ ଭିଡିଓ ସାମ୍ନାକୁ ଆସିବା ପରେ କଲେଜ ଷ୍ଟାଫ ଅଲୁନେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହି ମାମଲା ଏବେ ବିଶ୍ୱବିଦ୍ୟାଳୟ ପ୍ରଶାସନ ପାଖରେ ଯାଇ ପହଞ୍ଚିଛି। ମାରପିଟ୍ କରିଥିବା ପ୍ରଫେସରଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।
ତେବେ ଭିଡିଓ ଆସିବା ଦିନଠାରୁ, ଲୋକମାନେ ଏହା ଉପରେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଇଛନ୍ତି । ଏହି ଘଟଣା ଉଜ୍ଜୟନୀରେ ପ୍ରଥମ ଥର ନୁହେଁ। ଏହା ପୂର୍ବରୁ ମଧ୍ୟ ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ଭାଇରାଲ ହୋଇଛି।