Below header

ସୀମାକୁ ନେଇ ନିଜ ନିଜ ଭିତରେ ଲାଗିଗଲେ ଦୁଇବାଘ, ଲଢେ଼ଇ ଏତେ ହିଂସ୍ର ଯେ ଦେଖିଲେ ସ୍ତବ୍ଧ ହୋଇଯିବେ ଆପଣ; ଦେଖନ୍ତୁ ଭିଡିଓ

କେବଳ ମଣିଷ ମଣିଷ ମଧ୍ୟରେ ନିଜ ସୀମାକୁ ନେଇ ଝଗଡା ହୁଏ ତା ନୁହେଁ । ପଶୁମାନଙ୍କ ମଧ୍ୟରେ ବି ନିଜ ନିଜର ସୀମାକୁ ଅନେକ ଝଗଡା ହୋଇଥାଏ । ଖାସକରି ବାଘ ଆଉ ସିଂହମାନଙ୍କ ମଧ୍ୟରେ । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେଉଛି ଯାହାକୁ ଦେଖିଲେ ଆପଣ ବୁଝିପାରିବେ କି ଯେତେବେଳେ ପଶୁମାନଙ୍କ ମଧ୍ୟରେ ନିଜ ନିଜର ସୀମାକୁ ନେଇ ଝଗଡା ହୁଏ ତାହେଲେ ତାହା କେତେ ହିଂସ୍ର ହୋଇଥାଏ । ବାଘ..ଆମର ଜାତୀୟ ପଶୁ କିନ୍ତୁ ଏମାନଙ୍କର ଝଗଡା ଆପଣ ବୋଧହୁଏ ବହୁତ କମ ଦେଖିଥିବେ । ତାହେଲେ ଦେଖନ୍ତୁ ଏହି ଭିଡିଓ । ଏହାକୁ ଦେଖିବା ପରେ ଆପଣ ବି କିଛି ସମୟ ପାଇଁ ସ୍ତବ୍ଧ ହୋଇପାରନ୍ତି । କାରଣ ବାଘ ବାଘ ମଧ୍ୟରେ ଏଭଳି ଭୟଙ୍କର ଝଗଡା ଆପଣ ବହୁତ କମ ଦେଖିଥିବେ ।

ଭିଡିଓରେ ଗୋଟିଏ ବାଘୁଣୀ ଆଉ ଏକ ବାଘୁଣୀ ସହ ଲଢେଇ କରୁଥିବା ଦେଖିବାକୁ ମିଳିଛି । ଦୁହିଁଙ୍କ ମଧ୍ୟରେ ଏକ ଭୟଙ୍କର ଲଢେଇ ହେବା ପରେ ଦୁହେଁ ନିଜ ନିଜ ରାସ୍ତାରେ ଚାଲିଯାଉଛନ୍ତି । ଏହି ଭିଡିଓକୁ WildLense_India ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଆଉ କ୍ୟାପ୍ସନରେ ଲେଖିଛନ୍ତି “ଆଜି ସକାଳୁ ହିଁ ନିଜ ନିଜର ସୀମାକୁ ନେଇ ଏହି ମା ଓ ଝିଅ ବାଘୁଣୀଙ୍କ ମଧ୍ୟରେ ଲଢେଇ ହୋଇଥିଲା । ଥ୍ୟାଙ୍କ ଗଡ଼ କି ଏହା ମରଣାନ୍ତକ ନଥିଲା” । ତେବେ ଏହି ଭିଡ଼ିଓଟିକୁ ଇଣ୍ଟରନେଟରେ ଲୋକ ବହୁତ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.