ଦମଦାର ଫିଚର୍ସ ଏବଂ 64MP କ୍ୟାମେରା ସ୍ମାର୍ଟଫୋନ Realme 7i ଭାରତରେ ହେଲା ଲଞ୍ଚ, ଜାଣନ୍ତୁ ଏହାର ଦାମ ଏବଂ ଫିଚର୍ସ

ହ୍ୟାଣ୍ଡସେଟ୍‌ ନିର୍ମାତା କମ୍ପାନୀ realme ନିଜର realme 7 seriesର ଲାଟେଷ୍ଟ ସ୍ମାର୍ଟଫୋନ ରିୟଲମି କୁ ଭାରତୀୟ ବଜାରରେ ଗ୍ରାହକଙ୍କ ପାଇଁ ଲଞ୍ଚ କରିଦେଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ସିରିଜର ଅନ୍ତର୍ଗତ ପୂର୍ବରୁ ହିଁ Realme 7 ଏବଂ Realme 7 Pro ସ୍ମାର୍ଟଫୋନକୁ ଲଞ୍ଚ କରାଯାଇସାରିଛି।

realme 7iର କିଛି ଖାସିୟତ ବିଷୟରେ କହିବା ତ ଫୋନରେ କ୍ୱାଡ ରିୟର କ୍ୟାମେରା ସେଟଅପ, ହାଇ ରିଫ୍ରେସ ରେଟ ସ୍କ୍ରୀନ ଏବଂ ଆକ୍ଟୋ-କୋର-ପ୍ରୋସେସର ଦିଆଯାଇଛି। ଆସନ୍ତୁ ରିୟଲମିର ଏହି ଦମଦାର ଫୋନରେ କଣ ରହିଛି ଫିଚର୍ସ ଏବଂ ଖାସିୟତ। ଏହାସହିତ ଭାରତରେ ଏହି ଫୋନର କେବେ ସେଲ ଆରମ୍ଭ ହେବ ଜାଣିବା।

Realme 7i ସ୍ପେସିଫିକେସନ

realmi7

ସଫ୍ଟଓ୍ଵୟାର ଏବଂ ଡିସପ୍ଲେ

ଡୁଆଲ-ସିମ(ନାନୋ) ଯୁକ୍ତ ରିୟଲମି ୭ ଆଇ ସ୍ମାର୍ଟଫୋନ ଆଣ୍ଡ୍ରଏଡ୍‌ ୧୦ ଉପରେ ଆଧାରିତ ରିୟଲମି ୟୁଆଇରେ କାମ କରିଥାଏ। ଫୋନରେ ୬.୫ ଇଞ୍ଚ ଏଚିଡି+ 720×1600 ପ୍ରୋସେସର ଡିସପ୍ଲେ ରହିଛି। ଏହାର ସ୍କ୍ରୀନ ଟୁ ବଡି ରେସିଓ 90 ପ୍ରତିଶତ ଏବଂ ରିଫ୍ରେସ ରେଟ  90Hz ଦିଆଯାଇଛି।

ରିୟଲମି ୭ ଆଇ ପ୍ରୋସେସର, ରାମ ଏବଂ ଷ୍ଟୋରେଜ

ସ୍ପିଡ୍‌ ଏବଂ ମଲଟିଟାସ୍କିଙ୍ଗ ପାଇଁ ସ୍ନାପଡ୍ରାଗନ ୬୬୨ ଆକ୍ଟୋ-କୋର-ପ୍ରୋସେସର ସହିତ ୪ ଜିବି ରାମ ଏବଂ ୧୨୮ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍‌ ରହିଛି। ମାଇକ୍ରୋଏସଡି କାର୍ଡ ସାହାଯ୍ୟରେ ଷ୍ଟୋରେଜକୁ ବଢ଼ାଇବା ସମ୍ଭବ।

କନେକ୍ଟିଭିଟୀ

ଫୋନରେ ଏଲଟିଇ, ଡୁଆଲ-ବ୍ୟାଣ୍ଡ ଓ୍ଵାଇ-ଫାଇ, ଏନଏଫସି, ବ୍ଲୁଟୁଥ ୫.୦, ଜିପିଏସ/ଏ-ଜିପିଏସ, ଗ୍ଲୋନାସ ଏବଂ ୩.୫ ମିଲିମିଟର ହେଡଫୋନ ଜ୍ୟାକ ସାମିଲ ରହିଛି। ସିକ୍ୟୁରିଟୀ ପାଇଁ ଫୋନ ବ୍ୟାକ ପ୍ୟାନେଲରେ ଫିଙ୍ଗପ୍ରିଣ୍ଟ ସେନସର ଦିଆଯାଇଛି।

fonବ୍ୟାଟେରୀ

ରିୟଲମି ମୋବାଇଲରେ 5000mAh ବ୍ୟାଟେରୀ ଦିଆଯାଇଛି ଏବଂ ଏହା ୧୮ ଓ୍ଵାଟ ଫାଷ୍ଟ ଚାର୍ଜିଂ ସପୋର୍ଟ କରିଥାଏ।

କ୍ୟାମେରା ଡିଟେଲ୍ସ

ରିୟଲମି ୭ଆଇର ପଛରେ ଚାରୋଟି କ୍ୟାମେରା ଦିଆଯାଇଛି। ୬୪ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା, ଅପର୍ଚର ଏଫ/୧.୮ ରହିଛି। ଏହାସହିତ ୮ ମେଗାପିକ୍ସେଲର ଅଲଟ୍ରା-ଓ୍ଵାଇଡ୍‌ ଆଙ୍ଗଲ ଲେନ୍ସ ରହିଛି ଏବଂ ଅପର୍ଚର ଏଫ/୨.୨ ରହିଛି।

୨ ମେଗାପିକ୍ସେଲ ମୋନୋକ୍ରୋମ କ୍ୟାମେରା ସେନସର, ଅପର୍ଚର ଏଫ/୨.୪ ଏବଂ ୨ ମେଗାପିକ୍ସେଲ ମାଇକ୍ରୋ କ୍ୟାମେରା ସେନସର, ଅପର୍ଚର ଏଫ/୨.୪ ରହିଛି। ସେଲ୍ଫି ପାଇଁ ୧୬ ମେଗାପିକ୍ସେଲ ସେନସର, ଅପର୍ଚର ଏଫ/୨.୧ ରହିଛି।

ଦାମ୍‌

Realme 7iର ୪ ଜିବି ରାମ/୬୪ ଜିବି ଷ୍ଟୋରେଜ ଭେରିୟଣ୍ଟର ଦାମ ୧୧,୯୯୯ ଟଙ୍କା ରହିଛି। ସେହିପରି ଏହି ଫୋନର ୪ ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜ ଭେରିୟଣ୍ଟର ଦାମ ୧୨,୯୯୯ ଟଙ୍କା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.