‘ବିଷ ବଗିଚା’, ଯିଏ ଥରେ ଏଠାକୁ ଯାଏ ଆଉ ଜୀବିତ ଫେରେନାହିଁ

ଦୁନିଆରେ ଏମିତି କିଛି ଜାଗା ରହିଥାଏ, ଯେଉଁଠିକି ଲୋକେ ବୁଲିବାକୁ ଯିବା ତ ଦୂରର କଥା, ନାଁ ଶୁଣି ଡରିଯାଆନ୍ତି। ଆଉ ଏମିତି କିଛି ଜାଗା ରହିଛି ଯାହା ବହୁତ ରହସ୍ଯମୟ। ସେମିତି କିଛି ବଗିଚା ରହିଛି, ଯେଉଁଠି ସୁନ୍ଦରତା ଭରି ରହିଛି। କିନ୍ତୁ ସେଠାକୁ କେହି ବି ବୁଲିବାକୁ ଯାଉନାହାନ୍ତି। ଏହାର କାରଣ ମଧ୍ୟ ଜାଣିଲେ ଆପଣ ଭୟ କରିବେ। ଏହି ବଗିଚାକୁ ଥରେ ଗଲେ ଆଉ କେହି ଜୀବିତ ଫେରନ୍ତି ନାହିଁ। ଆପଣ ପୂର୍ବରୁ ହୁଏତ କେବେ ବି ଏହି ବଗିଚା ବିଷୟରେ ଶୁଣିନଥିବେ।

ଦୁନିଆରେ ଏମିତି ଏକ ଗାର୍ଡେନ ୟୁକେ ର ନର୍ଥମ୍ବରଲାଣ୍ଡରେ ରହିଛି। ଏହି ବଗିଚାର ନାମ ‘ ଦ ଅଲୱିକ ଗାର୍ଡେନ’। ଏହା ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ବଗିଚା। ଏହି ବଗିଚାକୁ ଥରେ ଯିଏ ଯାଏ ଆଉ ଜୀବିତ ଫେରେନାହିଁ। ଏହାର ନାମ ଶୁଣି ମଧ୍ୟ ଅନେକ ପର୍ଯ୍ଯଟକ ଯିବାକୁ ଭୟ କରନ୍ତି। ଏହା ଭିତରକୁ କେବେ ବି ଏକୁଟିଆ ଯିବା ଉଚିତ ନୁହେଁ।

garden

ଏଠାରେ ରଙ୍ଗ ବେରଙ୍ଗର ଗଛ, ସୁନ୍ଦର ଗୋଲାପ, ଜଳ ଫୁଆରା(ଫାଉଣ୍ଟେନ), ପକ୍ଷୀଙ୍କ ରାବ ପର୍ଯ୍ଯଟକଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ଏଠାକୁ ଯିବାକୁ ଲୋକେ ଭୟ କରନ୍ତି। ଅଲୱିକ ଗାର୍ଡେନ ସୀମାରେ କଳା ଲୁହାର ଗେଟ୍ ଲାଗିଛି, ଯେଉଁଠି ସ୍ପଷ୍ଟ ଭାବେ ଲେଖାଯାଇଛି, ଫୁଲକୁ ସୁଙ୍ଘିବା କିମ୍ବା ଛିଡ଼ାଇବା ମନା । ଏହି ବଗିଚା ଏବେ ବିଷ ବଗିଚା ନାମରେ ନାମିତ ହୋଇଛି। ଏହି ବଗିଚାକୁ ଯିବା ବେଳେ କିଛି ବି ଟିକେ ଭୁଲ୍ ହୁଏ, ତେବେ ଆପଣଙ୍କ ଜୀବନ ଚାଲିଯାଇପାରେ।

poision

ଏହି ବଗିଚାରେ ପଶିବା ପୂର୍ବରୁ ମୁଖ୍ଯ ଦ୍ବାରରେ ଚେତାବନୀ ଦିଆଯାଇଛି। ଏହି ବଗିଚା ପାଖାପାଖି ୧୪ ଏକର ଅଞ୍ଚଳରେ ରହିଛି। ଯେଉଁଠି ପ୍ରାୟ ୭୦୦ରୁ ଊର୍ଦ୍ଧ୍ବ ବିଷାକ୍ତ ଗଛ ରହିଛି। ଏହା ଭିତରକୁ ଗଲେ ଆପଣଙ୍କ ସହିତ ଥିବା ଗାଇଡ ଏହି ବିଷ ଗଛର ଗୁଣ ବିଷୟରେ ଜଣାଇବ। ଏହି ବିଷାକ୍ତ ଗଛର ଦୁର୍ବ୍ୟବହାର ପୁରୁଣା କାଳରେ ଶତ୍ରୁଙ୍କୁ ହରାଇବା ପାଇଁ କରାଯାଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.