ପ୍ରଦୂଷଣ ପ୍ରମାଣପତ୍ର କ’ଣ ? କ’ଣ ରହିଛି ଏହାର ମହତ୍ତ୍ୱ ?
ନୂଆ ଟ୍ରାଫିକ୍ ନିୟମ ଅନୁସାରେ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ଆବଶ୍ୟକ । ରାଜ୍ୟରେ ଏହି ପ୍ରମାଣପତ୍ର ପାଇଁ ଏକ ମାସ ସମୟ ଦିଆଯାଇଛି । ଯେଉଁମାନଙ୍କ ପ୍ରଦୂଷଣ ପ୍ରମାଣପତ୍ର ନାହିଁ, ସେମାନେ ଏକ ମାସ ମଧ୍ୟରେ ପ୍ରମାଣପତ୍ର ବାହାର କରିବେ । ଏହା ଭିତରେ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଫାଇନ୍ ଦେବାକୁ ପଡ଼ିବ ନାହିଁ ।
ପ୍ରଦୂଷଣ ପ୍ରମାଣପତ୍ର କ’ଣ?
– ଗାଡ଼ିର ଧୂଆଁ, କାର୍ବନ ମନୋଅକ୍ସାଇଡ୍, ହାଇଡ୍ରୋକାର୍ବନ୍ ଓ ଅନ୍ୟ ବାୟୁ ପ୍ରଦୂଷଣର ଯାଞ୍ଚ କରାଯାଏ ।
– ପରୀକ୍ଷଣ ଆଧାରରେ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ ।
– ମୋଟର ଭେହିକିଲ୍ ଆକ୍ଟ ୧୯୮୯ ଅନୁସାରେ ଗାଡ଼ି ପାଇଁ ପ୍ରଦୂଷଣ ପ୍ରମାଣପତ୍ର ନିହାତି ଆବଶ୍ୟକ ।
ପ୍ରଦୂଷଣ ପ୍ରମାଣପତ୍ରରେ କ’ଣ ଥାଏ?
– ପ୍ରଦୂଷଣ ପ୍ରମାଣପତ୍ରରେ ଏକ ସିରିଏଲ ନମ୍ବର ରଖାଯାଇଥାଏ ।
– ଗାଡ଼ିର ଲାଇସେନ୍ସ ପ୍ଲେଟ୍ ନମ୍ବର ରହିଥାଏ ।
– ପ୍ରଦୂଷଣ ଚେକିଂ ଯାଞ୍ଚର ତାରିଖ ଲେଖା ହୋଇଥାଏ ।
– ପ୍ରଦୂଷଣର ଏକ୍ସପାଏରୀ ଡେଟ୍ ରହିଥାଏ ।
– ଗାଡ଼ିର ପ୍ରଦୂଷଣ ମାନ କେତେ ରହିଛି ଲେଖାଥାଏ ।
ପ୍ରଦୂଷଣ ପ୍ରମାଣପତ୍ର କେତେ ଟଙ୍କା ?
– ଦୁଇ ଓ ତିନି ଚକିଆ ଗାଡ଼ି ପାଇଁ ୬୦ ଟଙ୍କା ।
– ଚାରି ଚକିଆ ଗାଡ଼ି ପାଇଁ ୮୦ ଟଙ୍କା ।
– ଡିଜେଲ ଗାଡ଼ି ପାଇଁ ୧୦୦ ଟଙ୍କା ।