ମାଇଗ୍ରେନରୁ ବଞ୍ଚିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ଆଜିକାଲି ବ୍ୟସ୍ତବହୁଳ ଜୀବନ ଭିତରେ ମୁଣ୍ଡବିନ୍ଧା ସବୁଠାରୁ ବଡ ସମସ୍ୟା ପାଲଟିଯାଇଛି। ଆମ୍ଭେମାନେ ନିଜ କ୍ୟାରିଅର ଏବଂ କାମକୁ ନେଇ ଏତେ ମାତ୍ରାରେ ବ୍ୟସ୍ତ ହୋଇପଡିଛେ ଯେ ନିଜ ପ୍ରତି ଧ୍ୟାନ ଦେବାକୁ ଭୁଲିଯାଇଛେ। ନିଜ ସ୍ୱାସ୍ଥ୍ୟକୁ ଖାମଖିଆଲ କରିଚାଲିଛେ। ଏହି ଅବହେଳାରେ ଆମ୍ଭେମାନେ ଜାଣିପାରୁନାହୁଁ କି, ପ୍ରତିଦିନ ମୁଣ୍ଡବିନ୍ଧା ହେବା ପଛର କାରଣ ମାଇଗ୍ରେନ ରହିଥାଏ। ମାଇଗ୍ରେନର ଲକ୍ଷଣକୁ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଯଦି ଆପଣଙ୍କୁ ଏପରି ଲାଗୁଥାଏ, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାଶର୍ମ କରନ୍ତୁ। ଏହାସହିତ କିଛି ଟିପ୍ସ ଆପଣାନ୍ତୁ ଯାହାଦ୍ୱାରା ମାଇଗ୍ରେନରୁ ବଞ୍ଚିପାରିବେ।

5

ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ : ନିଜ ଶରୀରରେ ସବୁବେଳେ ଜଳୀୟ ଅଂଶ ମାତ୍ରା ଅଧିକ ରଖନ୍ତୁ। ଶରୀର ଡିହାଇଡ୍ରେସନ ହେବା ଫଳରେ ମୁଣ୍ଡବ୍ୟଥା ହୋଇଥାଏ। ଅଧିକରୁ ଅଧିକ ପାଣି ପିଇବା ସହିତ ଜୁସ ପିଅନ୍ତୁ। ଯାହାଦ୍ୱାରା ମୁଣ୍ଡବିନ୍ଧାରୁ ମୁକ୍ତି ମିଳିବ।

ଅନ୍ଧାର ଘରେ ରୁହନ୍ତୁ : ଅଧିକ ଆଲୋକ ଯୋଗୁଁ ମଧ୍ୟ ମୁଣ୍ଡବ୍ୟଥା ହୋଇଥାଏ। କେବଳ ଏତିକି ନୁହେଁ, ଅଧିକ ଗହଳିରେ ମଧ୍ୟ ମୁଖ୍ୟ କାରଣ ରହିଥାଏ। ଏଥିପାଇଁ ନିଜକୁ ଏଥିରେ ବାହାର କରି ଘରର ଲାଇଟ ଅଫ୍‌ କରି ବସିଯାଆନ୍ତୁ।

h

ହର୍ବାଲ ଚା ପିଅନ୍ତୁ : ଏକ କପ୍‌ ହର୍ବାଲ ଚା ଆପଣଙ୍କ ଶରୀର ଏବଂ ମସ୍ତିଷ୍କକୁ ରିଲାକ୍ସ ଦେଇଥାଏ। ଅଦା ଚା’ ଆପଣ ପିଇଲେ ଏଥିରୁ ଆରାମ ମିଳିଥାଏ।

ମସାଜ କରନ୍ତୁ : ମସାଜ କରିବା ଦ୍ୱାରା ଆପଣଙ୍କ ଶରୀର ଏବଂ ମସ୍ତିଷ୍କକୁ ଆରାମ ଦେଇଥାଏ। ମସାଜ ପରେ ଆପଣଙ୍କ ରକ୍ତ ସଂଚାଳନ ବୃଦ୍ଧି ପାଇଥାଏ। ଯାହାଫଳରେ ଆପଣଙ୍କୁ ଆରାମ ମିଳେ।

ଏହାସହ ପଢ଼ନ୍ତୁ ; କ୍ୟାନସର ସମେତ ଶରୀରକୁ ବିଭିନ୍ନ ରୋଗରୁ ଦୂରେଇ ରଖେ ପତ୍ରକୋବି

y

ଯୋଗ : ଯୋଗ କରିବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ। ପ୍ରତିଦିନ ଯୋଗ ଏବଂ ଧ୍ୟାନ କରିବା ଦ୍ୱାରା ମାଇଗ୍ରେସନର ମୁକ୍ତି ମିଳିପାରିବ।