୨ଟଙ୍କା ଓ ୧୦ଟଙ୍କିଆ ମୁଦ୍ରାରେ ଚାରିଧାଡି କାହିଁକି, ଜାଣନ୍ତି କି ?

ଭାରତରେ ସ୍ୱାଧୀନତା ପରଠାରୁ ମୁଦ୍ରାରେ ଅନେକ ପରିବର୍ତ୍ତନ ଆସିଛି । ବିଭିନ୍ନ ନାମରେ ଓ ଡିଜାଇନରେ ପ୍ରସ୍ତୁତ କରାଯାଇଛି ମୁଦ୍ରା । ଏହାରି ଭିତରେ ନୂଆଁ ପଦ୍ଧତି ଗୁଡିକ ସାମନାକୁ ଆସୁଛି । ଏସବୁ ଭିତରେ ଆପଣ କେବେ ମାର୍କ କରିଛନ୍ତି କି ଯେ ୨ଟଙ୍କା ଓ ୧୦ଟଙ୍କିଆ ମୁଦ୍ରାରେ କିଛି ଲାଇନ ରହିଛି । ଏମିତିକି ଆପଣ ଜାଣିନଥିବେ କି କାହିଁକି ପୂର୍ବ ମୁଦ୍ରା ସୂତନ୍ତ୍ର ଥିଲା ଆଉ ଏବେ କାହିଁକି ସେପରି ମୁଦ୍ରା ତିଆରି ବନ୍ଦ ହୋଇଗଲା ।

୨୦୦୬ରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଦୁଇ ଟଙ୍କିଆ ମୁଦ୍ରା ତିଆରି କରିଥିଲା । ଏହି ମୁଦ୍ରା ପୂର୍ବ ମୁଦ୍ରା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । କାରଣ ଏହି ମୁଦ୍ରାରେ ଆପଣ ଦେଖିଥିବେ କିଛି ଧାଡି ପଛରେ କ୍ରସ କରୁଛି । ଏହି ଲାଇନ ଗୁଡିକ ଏ ମୁଦ୍ରାର ବୈଶିଷ୍ଟ୍ୟ ଥିଲା । ଏହା ସହ ଏଥିରେ ୪ଟି ବିନ୍ଦୁ ମଧ୍ୟ ଦୃଶ୍ୟମାନ ହେଉଥିଲା । ସେହିପରି ଆଉ ଏକ ମୁଦ୍ରା ହେଉଛି ୧୦ଟଙ୍କା । ଯେଉଁଥିରେ ସମାନ ଡିଜାଇନ ରହିଥିଲା । ତେବେ ଏହାକୁ ନେଇ ଆରବିଆଇ କହେ ଯେ ଏହି ୪ଟି ଧାଡି ୪ଜଣ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଭାବନାକୁ ପ୍ରତିପାଦିତ କରେ ।

coin2
Pc-My Coin Collection

ଏହି ଡିଜାଇନକୁ ନେଇ ଏକ ବିବାଦ ମଧ୍ୟ ଥିଲା । ବର୍ତ୍ତମାନ ଏ ଡିଜାଇନ ଆଉ ବଜାରକୁ ଆସୁନାହିଁ । ଏହା ଉପରେ ଅନେକ ଲୋକ ଆପତ୍ତି କରିଥିଲେ । ଯେ ଏହି ମୁଦ୍ରା ଖ୍ରିଷ୍ଟିଆନ ଧର୍ମର କ୍ରଶ ଦେଖାଉଛି । ଏହି କାରଣରୁ ଏହା ଅଧିକ ବ୍ୟବହାରରେ ଆସିଲା ନାହିଁ ଏବଂ ଏହି ମୁଦ୍ରା ରଦ୍ଦ ହେଲା । ୧୦ଟଙ୍କା ମଧ୍ୟ ସମାନ ଡିଜାଇନରେ ଥିଲା ଯାହା ଭାରତରେ ପ୍ରଥମ ମୁଦ୍ରା ଥିଲା ଏବଂ ଦୁଇଟି ଧାତୁରେ ତିଆରି ହୋଇଥିଲା । ୧୯୪୭ରୁ ୧୯୫୦ ପର୍ଯ୍ୟନ୍ତ ଭାରତ ସରକାର କେବଳ ବ୍ରିଟିଶ ଭାରତୀୟ ମୁଦ୍ରା ବ୍ୟବହାର କରିଥିଲେ । ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆ ସିଟିରେ ମୁଦ୍ରା ତିଆରି କରାଯାଉଥିଲା ବୋଲି କୁହାଯାଏ ।

ପୂର୍ବରୁ ପ୍ରତ୍ୟେକ ମୁଦ୍ରା ଅନୁଯାୟୀ ବିଭିନ୍ନ ପ୍ରକାରର ମେଟେରିଆଲ ବ୍ୟବହାର କରାଯାଉଥିଲା । ଗୋଟିଏ, ଅଧା ଓ ଏକ ଟତୁର୍ଥାଂଶ ପାଇଁ ନିକେଲ ବ୍ୟବହୃତ ହେଉଥିଲା । ସେହିଭଳି କୁପ୍ରୋନିକଲ, ପିତ୍ତଳ, ଇତ୍ୟାଦି ବ୍ୟବହାର କରାଯାଉଥିଲା । ପୂର୍ବରୁ ଭାରତକୁ ଏହିପରି ମୁଦ୍ରା ଆସୁଥିଲା କିନ୍ତୁ ଏହାପରେ ଅର୍ଥାତ ୧ ଏପ୍ରିଲ ୧୯୫୭ରେ ଏ ସିଷ୍ଟମ ବଦଳିଯାଇଥିଲା । ଟଙ୍କା ଓ ପଇସାର ମୁଦ୍ରାକୁ ନୂତନ ଭାବେ ବିଭିନ୍ନ ଧାତୁ ବ୍ୟବହାର କରାଗଲା ।

ଗୋଟିଏ ଟଙ୍କା, ୫୦ପଇସା ଓ ୨୫ପଇସା କଏନ ନିକେଲରେ ହୋଇଥିଲା । ସେହିପରି କପ୍ରୋନିକେଲରୁ ୨ପଇସା, ୫ପଇସା ଓ ୧୦ପଇସାର କଏନ କରାଯାଇଥିଲା । ଆଉ ଗୋଟିଏ ପଇସା ମୁଦ୍ରା ପିତ୍ତଳରେ ତିଆରି ହୋଇଥିଲା । ଏହାପରେ କିନ୍ତୁ ସମସ୍ତ ମୁଦ୍ରା ଆଲୁମିନିୟମରୁ ତିଆରି ହେବା ଆରମ୍ଭ ହେଲା । ଏବେ ଷ୍ଟେନଲେସ ଷ୍ଚିଲରୁ କଏନ ତିଆରି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.