କ’ଣ ଆପଣ ଜାଣିଛନ୍ତି ‘୨/୨/୨୦୨୨’ର ମହତ୍ତ୍ୱ? କାହିଁକି ୨୨୨ ଦେଖିବା ଏକ ଶକ୍ତିଶାଳୀ ସଙ୍କେତ ହୋଇଥାଏ…

ଆଜି ହେଉଛି ୨/୨/୨୦୨୨। ଅର୍ଥାତ୍‌ ୨ ତାରିଖ, ୨ୟ ମାସ ଏବଂ ବର୍ଷ ୨୦୨୨। ଚଳିତ ମାସରେ ଏହିଭଳି ଆଉ ଦୁଇଟି ଖାସ୍‌ ଦିନ ମଧ୍ୟ ଆସିବ। ତାହା ହେଉଛି, ୨୦/୨/୨୦୨୨ ଏବଂ ୨୨/୨/୨୦୨୨। ଫେବୃଆରୀର ଏହି ତିନୋଟି ଯାକ ଦିନ ଅତ୍ୟନ୍ତ ଖାସ୍‌ ରହିଛି। କାହିଁକି ନା, ଏହାର ସଂଖ୍ୟା କ୍ରମ ଦେଖିଲେ ୨୨୨ ଆସୁଛି ଅର୍ଥାତ୍‌ ଲଗାତାର ତିନୋଟି ୨ ନଜର ଆସୁଛନ୍ତି। ତେଣୁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବି ଏହି ସଂଖ୍ୟା କ୍ରମର ବିଶେଷ ମହତ୍ତ୍ୱ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମେ ଏଭଳି ସଂଖ୍ୟା କ୍ରମକୁ ୨/୨/୨୨୨୨ ପର୍ଯ୍ୟନ୍ତ ଦ୍ୱିତୀୟ ଥର କେବେ ଦେଖି ପାରିବା ନାହିଁ। ଆସନ୍ତୁ ଜାଣିବା ୨୨୨ର କ’ଣ ରହିଛି ମହତ୍ତ୍ୱ।

୨୨୨ ସଂଖ୍ୟାର ଆଧ୍ୟାତ୍ମିକତା ସହିତ ଗଭୀର ସମ୍ପର୍କ ରହିଛି, ହୁଏତ ବହୁତ କମ୍ ଲୋକ ଏହା ବିଷୟରେ ଜାଣିଥିବେ। ଆଜି ଆମେ ଆପଣଙ୍କୁ ୨୨୨ ସଂଖ୍ୟା କ୍ରମ ବିଷୟରେ କହିବୁ, ଯାହାକି ନିଜେ ହିଁ ଏକ ଆଧ୍ୟାତ୍ମିକ ସଂଖ୍ୟା। ଏଠି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ଏହାର ଆଧ୍ୟାତ୍ମିକତା ସହିତ କ’ଣ ସମ୍ପର୍କ ରହିଛି ଏବଂ ଯଦି ଆପଣଙ୍କୁ ଏହି ସଂଖ୍ୟା ବାରମ୍ବାର ଦେଖା ଯାଉଛି, ତ ଏହାର ଅର୍ଥ କ’ଣ ହୋଇପାରେ?

୧. ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯଦି କାହାକୁ ୨୨୨ ଅଙ୍କ ଲଗାତାର ଦେଖା ଯାଉଛି ଅର୍ଥାତ୍‌ ଆପଣ ଏହାକୁ ବାରମ୍ବାର ଦେଖିବାକୁ ପାଉଛନ୍ତି, ତ ଏହାର ଅର୍ଥ ହେଲା ଅଲୌକିକ ଶକ୍ତି ଆପଣଙ୍କୁ କହିବାକୁ ଚାହୁଁଛନ୍ତି ଯେ ଆପଣ ଯେଉଁ ପଥରେ ଯାଉଛନ୍ତି, ତାହା ଠିକ୍‌। ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ।

୨. ଏହା ବ୍ୟତୀତ ୨୨୨ ସଂଖ୍ୟାର ଆଉ ଏକ ଅର୍ଥ ରହିଛି। ତାହା ହେଉଛି, ଆପଣ କୌଣସି ମହାନ କାର୍ଯ୍ୟ ସମାପ୍ତ କରିବା ବାଟରେ ଅଛନ୍ତି। ଆପଣଙ୍କୁ ଏହି ରାସ୍ତା ନିଶ୍ଚୟ ପରିଚୟ ପ୍ରଦାନ କରିବ। ଆପଣ ଯାହା କରୁଛନ୍ତି, ତାହା ହିଁ ଠିକ୍ ଏବଂ କୌଣସି ବି ପରିସ୍ଥିତିରେ ଆପଣଙ୍କୁ ଏହି ରାସ୍ତା ପରିବର୍ତ୍ତନ କରିବା ଉଚିତ୍ ନୁହେଁ।

୩. ୨୨୨ ଦେଖିବା ଏହା ମଧ୍ୟ ଦର୍ଶାଇଥାଏ ଯେ ଆପଣ ଯେଉଁ ଉଦ୍ଦେଶ୍ୟକୁ ପ୍ରାପ୍ତ କରିବାକୁ ଚେଷ୍ଟା କରୁଛନ୍ତି, ସେହି ମାର୍ଗରେ ଆପଣ ବହୁତ ଆଗକୁ ମାଡ଼ି ଆସିଛନ୍ତି। ସଫଳତା କୌଣସି ବି ମୁହୂର୍ତ୍ତରେ ଆପଣଙ୍କ ହାତରେ ଲାଗିପାରେ। ଏବେ ଯାହା ବି ହୋଇଯାଉ, ଆପଣଙ୍କୁ ପଛକୁ ଫେରି ଚାହିଁବା ଉଚିତ୍ ନୁହେଁ।

୪. ଏଠି ଆମେ ଆପଣଙ୍କୁ କହିବୁ କି, ଯେତେବେଳେ ଏହି ସଂଖ୍ୟା କ୍ରମ ଆପଣଙ୍କୁ ନଜର ଆସିବ, ତ ସେହି ସମୟରେ ଆପଣ କ’ଣ କରିବେ। ଆପଣଙ୍କୁ କେବଳ ନିଜ ଅନ୍ତରଆତ୍ମାର ସ୍ୱର ହିଁ ଶୁଣିବା ଉଚିତ୍, ସେ ଆପଣଙ୍କୁ କୌଣସି ଭୁଲ ପରାମର୍ଶ କିମ୍ବା ରାୟ ଦେବ ନାହିଁ।

୫. ୨୨୨ ସଂଖ୍ୟା ନଜର ଆସିଲେ କଦାପି ଭୟଭୀତ ହୋଇଯିବେ ନାହିଁ। ଈଶ୍ୱରୀୟ ଶକ୍ତି ଆପଣଙ୍କ ସହିତ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.