ହୋଲି ପୂର୍ବରୁ ପରଦାକୁ ଆସୁଛି ପ୍ରଭାସଙ୍କ ୩୦୦ କୋଟିର ଫିଲ୍ମ ‘ରାଧେଶ୍ୟାମ’, ଏହି ଦିନ ହେବ ରିଲିଜ୍‌

ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍‌ ଅଭିନେତ୍ରୀ ପୂଜା ହେଗଡେଙ୍କ ଅପକମିଂ ଫିଲ୍ମ ‘ରାଧେ ଶ୍ୟାମ୍‌’କୁ ନେଇ ଦର୍ଶକ ବେଶ୍‌ ଉତ୍ସାହିତ ଅଛନ୍ତି ଓ ଏହାର ଟ୍ରେଲରକୁ ବି ଖୁବ୍‌ ବଢ଼ିଆ ରେସ୍‌ପନ୍ସ ମିଳିଛି। ଏହି ବିଗ୍‌ ବଜେଟ୍‌ ଫିଲ୍ମ ‘ରାଧେ ଶ୍ୟାମ୍‌’ ୧୪ ଜାନୁଆରୀ ୨୦୨୨ରେ ରିଲିଜ୍‌ ହେବାର ଥିଲା। କିନ୍ତୁ କରୋନା ଯୋଗୁ ବଡ଼ ପରଦାରେ ଏହାର ରିଲିଜ୍‌କୁ ବନ୍ଦ କରାଯାଇଛି। ତେବେ ଏହି ଫିଲ୍ମକୁ ଅପେକ୍ଷା କରିଥିବା ଫ୍ୟାନ୍‌ଙ୍କ ପାଇଁ ଏବେ ଏକ ଗୁଡ୍‌ ନ୍ୟୁଜ୍‌ ଆସିଛି।

ଫିଲ୍ମର ନୂଆ ରିଲିଜ୍‌ ତାରିଖକୁ ଆଜି ନିର୍ମାତାଙ୍କ ପକ୍ଷରୁ ସେୟାର କରାଯାଇଛି। ନୂଆ ଅପ୍‌ଡେଟ୍‌ ମୁତାବକ, ଫିଲ୍ମ ରାଧେ ଶ୍ୟାମ ୧୧ ମାର୍ଚ୍ଚରେ ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି। ପ୍ରକାଶ ଯେ କରୋନା ଯୋଗୁ ଅନେକ ବିଗ୍‌ ବଜେଟ୍‌ ଫିଲ୍ମ ଉପରେ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ତାଲିକାରେ ସାଉଥ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ ବି ରହିଛି।

୧୧ ମାର୍ଚ୍ଚରେ ହେବ ରିଲିଜ୍‌:

 

View this post on Instagram

 

A post shared by Radhe Shyam (@radheshyamfilm)

କରୋନା ଯୋଗୁ ଫିଲ୍ମ ରିଲିଜ୍‌ର ପୂରା ହିସାବ ବିଗିଡ଼ିଯାଇଛି। ଯେଉଁ ଫିଲ୍ମ ଜାନୁଆରୀ ଓ ଫେବ୍ରୁଆରୀରେ ରିଲିଜ୍‌ ହେବାକୁ ଥିଲା ତାହାକୁ ବନ୍ଦ କରିବାକୁ ପଡ଼ିଛି। ଏସବୁ ବଡ଼ ବଜେଟ୍‌ ଫିଲ୍ମକୁ ମେକର୍ସ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ କରିବାକୁ ଚାହୁଁନାହାନ୍ତି। ଏଭଳି ସ୍ଥିତିରେ ମାର୍ଚ୍ଚ ୧୮ରେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବଚ୍ଚନ ପାଣ୍ଡେ ରିଲିଜ୍‌ ହେବାକୁ ଯାଉଛି।ବାହୁବଳୀ ଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ରାଧେ ଶ୍ୟାମ୍‌’କୁ ମେକର୍ସ ମଧ୍ୟ ହୋଲିରେ ରିଲିଜ୍‌ କରିବାକୁ ଚାହୁଁଥିଲେ। କିନ୍ତୁ ଅକ୍ଷୟ ଓ ପ୍ରଭାସଙ୍କ ମଧ୍ୟରେ ବିବାଦକୁ ଟାଳିବାକୁ ସେ ଏହାକୁ ୧୧ ମାର୍ଚ୍ଚରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣୁ ୧୧ ମାର୍ଚ୍ଚ ୨୦୨୨ରେ ସାରା ବିଶ୍ୱରେ ସିନେମା ହଲ୍‌ରେ ଏହି ଫିଲ୍ମ ରିଲିଜ୍‌ ହେବ।

ସୂଚନାଯୋଗ୍ୟ ଯେ ଫିଲ୍ମ ‘ରାଧେ ଶ୍ୟାମ୍‌’ ଏକ ପିରିୟଡ୍‌ ଡ୍ରାମା ଲଭ୍‌ ଷ୍ଟୋରୀ। ଏହାକୁ ୧୯୭୦ର ଦର୍ଶକଙ୍କୁ ଦୃଷ୍ଟିରେ ରଖି ତିଆରି କରାଯାଇଛି। ଏହାର ସୁଟିଂ ୟୁରୋପରେ ହୋଇଛି। ରାଧା କୃଷ୍ଣ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଚିନ୍‌ ଖେଡେକର, ମୁରଲୀ ଶର୍ମା, ଭାଗ୍ୟଶ୍ରୀ, କୁନାଲ ରାୟ କପୁର, ସାଶା ଛେତ୍ରୀଙ୍କ ସହ ପ୍ରିୟଦର୍ଶୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। କୁହାଯାଉଛି ଯେ ଏହି ଫିଲ୍ମର ବଜେଟ୍‌ ରହିଛି ୩୦୦ କୋଟି।