ଭୁବନେଶ୍ବରରୁ ଅପହରଣ କରି ଯୁବକଙ୍କୁ ୮୦୦ କିଲୋମିଟର ବୁଲାଇଲେ ଦୁର୍ବୃତ୍ତ, ୩୬ ଘଣ୍ଟା ପରେ ସୁନାଖଳା ଜଙ୍ଗଲରୁ ଉଦ୍ଧାର କଲା କମିଶନରେଟ ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ୩୬ ଘଣ୍ଟାର ଅପରେସନ୍‌ । ଅପହରଣ ପରେ ଯୁବକଙ୍କୁ ୮୦୦ କିଲୋମିଟର ବୁଲାଇଲେ ଦୁର୍ବୃତ୍ତ । ଭୁବନେଶ୍ୱରରୁ ବନ୍ଧୁକ ମୁନରେ ଛାତ୍ରଙ୍କୁ ଅପହରଣର ପର୍ଦ୍ଦାଫାସ କରିଛି ପୋଲିସ । ଝାରପଡ଼ାରୁ ଅପହୃତ ଛାତ୍ରଙ୍କୁ ୩୬ ଘଣ୍ଟା ପରେ ନୟାଗଡ଼ ସୁନାଖଳାର ଜଙ୍ଗଲରୁ ଉଦ୍ଧାର କରିଛି କମିଶନରେଟ ପୋଲିସ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ୩ ଜଣଙ୍କୁ ଧରିବା ପାଇଁ ତନାଘନା ତଦନ୍ତ ଚାଲିଛି । ଫିଲ୍ମ ଷ୍ଟାଲରେ ଅପହରଣ କରିଥିଲେ ଦୁର୍ବୃତ୍ତ । ୩୧ ତାରିଖରେ ଛାତ୍ରଙ୍କୁ କିଡନାପ୍‌ କରିଥିଲେ । ଓମଫେଡ୍‌ ଦୋକାନକୁ ଚା ପିଇବା ପାଇଁ ଯିବା ବେଳେ ତାଙ୍କୁ ଉଠାଇ ନେଇଥିଲେ ଦୁର୍ବୃତ୍ତ । ମୁଣ୍ଡ ପାଇଁ ୩୦ ଲକ୍ଷ ଟଙ୍କା ବନ୍ଧକ ରଖିଥିଲେ । ପରେ ଛାତ୍ରଙ୍କ ବାପାଙ୍କୁ ଫୋନ୍‌ କରି ଟଙ୍କା ମାଗୁଥିଲେ । ଯୋଜନା ଅନୁସାରେ ଅପହରଣକାରୀ ୩ଟି ଟିମ୍‌ କରିଥିଲେ ।

ଯେଉଁମାନେ ଅପହୃତ ଛାତ୍ରଙ୍କ ସହ ଥିଲେ ସେମାନେ ତାଙ୍କ ବାପାଙ୍କୁ ଫୋନ୍‌ କରୁ ନଥିଲେ । ଅନ୍ୟ ସହଯୋଗୀ ଫୋନ୍‌ କରି ମାଗୁଥିଲେ ଟଙ୍କା । ପ୍ରତି ଥର ଫୋନ୍‌ କରିବା ପରେ ଅପହରଣକାରୀ ଫୋନ୍‌ ସୁଇଚ୍‌ ଅଫ୍‌ କରି ଲୋକେସନ୍‌ ବଦଳାଉଥିଲେ । ଏପିରିକି ଛାତ୍ରଙ୍କ ବେକରେ ଛୁରୀ ଲଗାଇ ତାଙ୍କ ବାପାଙ୍କ ପାଖକୁ ଏକ ଫଟୋ ପଠାଇଥିଲେ । ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ୍‌ । ଏଥିରେ ସାମିଲ ହୋଇଥିଲେ ପୋଲିସର ୪ଟି ଟିମ୍‌ । ଅଧିକ ଖୋଳତାଡ ପାଇଁ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.