ଗଙ୍ଗାନଦୀ ପୂର୍ବରୁ ଭାରତରେ ବହୁଥିଲା କେଉଁ ପବିତ୍ର ନଦୀ, ଜାଣନ୍ତୁ ଏହାର ଇତିହାସ

ରାଜା ଭାଗିରଥଙ୍କ ତପସ୍ୟାରେ ପସନ୍ନ ହୋଇ ଗଙ୍ଗାମାତା ପୃଥିବୀରେ ପଦାର୍ପଣ କରିଥିଲେ ଏବଂ ରାଜାଙ୍କ ପିତୃ ପୁରୁଷଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥିଲା । ପୁରାଣ ଅନୁସାରେ ଗଙ୍ଗାମାତା ପୃଥିବୀରେ ୧୪ ହଜାର ବର୍ଷ ପୂର୍ବରୁ ପଦାର୍ପଣ କରିଥିଲେ । କିନ୍ତୁ ଆପଣ ଜାଣିଛନ୍ତି କି ଗଙ୍ଗାନଦୀ ପୂର୍ବରୁ ଭାରତରେ ଏକ ବିଶାଳ ନଦୀ ବହୁଥିଲା । ତେବେ ଆସନ୍ତୁ ଜାଣିବା ଏହି ନଦୀ ବିଷୟରେ । ଅନୁସନ୍ଧାନ ଅନୁସାରେ ଗଙ୍ଗାନଦୀ ପୂର୍ବରୁ ସରସ୍ୱତୀ ନଦୀର ଅସ୍ତିତ୍ୱ ଥିଲା ।

(କେନ୍ୟୁଜ ବ୍ୟୁରୋ) : ଭାରତର ପବିତ୍ର ନଦୀ ଭାବେ ଗଙ୍ଗା ଅନ୍ୟତମ । ଗଙ୍ଗାରେ ସ୍ନାନ କରିବା ଦ୍ୱାରା ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ରାଜା ଭାଗିରଥଙ୍କ ତପସ୍ୟାରେ ପସନ୍ନ ହୋଇ ଗଙ୍ଗାମାତା ପୃଥିବୀରେ ପଦାର୍ପଣ କରିଥିଲେ ଏବଂ ରାଜାଙ୍କ ପିତୃ ପୁରୁଷଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥିଲା । ପୁରାଣ ଅନୁସାରେ ଗଙ୍ଗାମାତା ପୃଥିବୀରେ ୧୪ ହଜାର ବର୍ଷ ପୂର୍ବରୁ ପଦାର୍ପଣ କରିଥିଲେ । କିନ୍ତୁ ଆପଣ ଜାଣିଛନ୍ତି କି ଗଙ୍ଗାନଦୀ ପୂର୍ବରୁ ଭାରତରେ ଏକ ବିଶାଳ ନଦୀ ବହୁଥିଲା । ତେବେ ଆସନ୍ତୁ ଜାଣିବା ଏହି ନଦୀ ବିଷୟରେ ।

ଅନୁସନ୍ଧାନ ଅନୁସାରେ ଗଙ୍ଗାନଦୀ ପୂର୍ବରୁ ସରସ୍ୱତୀ ନଦୀର ଅସ୍ତିତ୍ୱ ଥିଲା । ବୈଦିକ ସଭ୍ୟତାରେ ସରସ୍ୱତୀ ହିଁ ସବୁଠାରୁ ବିଶାଳ ଏବଂ ମୁଖ୍ୟ ନଦୀ ଥିଲା । ଋକ ବେଦରେ ସରସ୍ୱତୀ ନଦୀ ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ଏହାର ମହତ୍ତ୍ୱକୁ ଦର୍ଶାଯାଇଛି । ମହାଭାରତରେ ମଧ୍ୟ ସରସ୍ୱତୀ ନଦୀ ବିଷୟରେ ଉଲ୍ଲେଖ କରାଯାଇଛି ଏବଂ ଏହା ନିଶ୍ଚିହ୍ନ ହୋଇଯାଇଥିବା ମଧ୍ୟ କୁହାଯାଇଛି । ଯେଉଁ ସ୍ଥାନରୁ ଏହା ନିଶ୍ଚହ୍ନ ହୋଇଥିଲା, ସେହି ସ୍ଥାନ କୁ ବିନାଶନା ନାମ ଦିଆଯାଇଛି । ଏହି ନଦୀ କୂଳରେ ବ୍ରହ୍ମାବର୍ତ୍ତ ଏବଂ କୁରୁକ୍ଷେତ୍ର ଥିଲା କିନ୍ତୁ ଏଠାରେ ବର୍ତ୍ତମାନ ଜଳାଶୟ ରହିଛି । ମିଳିଥିବା ସୂଚନା ଅନୁସାରେ ପ୍ରାଚୀନ କାଳରେ ସତଲେଜ ଏବଂ ଯମୁନା, ସରସ୍ୱତୀ ନଦୀ ଆକାରରେ ହିଁ ମିଳୁଥିଲା । ପ୍ରୟାଗରେ ଗଙ୍ଗା, ଯମୁନା ଏବଂ ସରସ୍ୱତୀର ମିଳନ ହୋଇଥାଏ ଏଥିପାଇଁ ଏହି ସ୍ଥାନକୁ ତ୍ରିବେଣୀ ସଙ୍ଗମ କୁହାଯାଏ ।

ବୈଦିକ ଧର୍ମଗ୍ରନ୍ଥ ଅନୁସାରେ ପୃଥିବୀରେ ସରସ୍ୱତୀ ନଦୀରୁ ହିଁ ନଦୀମାନଙ୍କର କାହାଣୀ ଆରମ୍ଭ ହୋଇଥିଲା । ସରସ୍ୱତୀ ସର୍ବପ୍ରଥମେ ପୁଷ୍କରରେ ଥିବା ବ୍ରହ୍ମ ସରୋବର ରୁ ହିଁ ଉତ୍ପନ୍ନ ହୋଇଥିଲା । ପ୍ରାଚୀନ କାଳରେ ହିମାଳୟ ରୁ ଜନ୍ମ ନେଇଥିବା ଏହି ବିଶାଳ ନଦୀ ହରିୟାଣା, ପଞ୍ଜାବ, ରାଜସ୍ଥାନ ଏବଂ ଗୁଜୁରାଟ ରୁ ପାକିସ୍ତାନ ର ସିନ୍ଧ ପ୍ରଦେଶ ରେ ପହଞ୍ଚି ସିନ୍ଧୁ ବା ଆରବ ସାଗରରେ ମିଶିିଛି ।

ପୁରାଣ କଥା ଅନୁସାରେ ଭଗବାନ ବିଷ୍ଣୁଙ୍କ ନିକଟରେ ଲକ୍ଷ୍ମୀ, ସରସ୍ୱତୀ ଏବଂ ଗଙ୍ଗା ଏକା ସହିତ ରହୁଥିଲେ । ଏକଦା ଦେବୀ ଗଙ୍ଗା କହିଥିଲେ ଯେ, ଶ୍ରୀହରି ମା’ ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କୁ ଅଧିକ ସ୍ନେହ କରୁଛନ୍ତି । ଏହା ଶୁଣିବା ପରେ ଦେବୀ ସରସ୍ୱତୀ ଏବଂ ମାତା ଗଙ୍ଗାଙ୍କ ମଧ୍ୟରେ ତର୍କ ହୋଇଥିଲା । ଦେବୀ ଲକ୍ଷ୍ମୀ ଦୁଇ ଜଣଙ୍କୁ ବୁଝେଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ସରସ୍ୱତୀ ଦେବୀ କ୍ରୋଧରେ ଲକ୍ଷ୍ମୀ ଏବଂ ଗଙ୍ଗାଙ୍କୁ ଅଭିଶାପ ଦେଇଥିଲେ । ଭବିଷ୍ୟତରେ ଲକ୍ଷ୍ମୀଙ୍କୁ ଏକ ଗଛ ଏବଂ ଗଙ୍ଗାଙ୍କୁ ନଦୀ ହେବାର ଅଭିଶାପ ଦେଇଥିଲେ । ଗଙ୍ଗା ମଧ୍ୟ ସରସ୍ୱତୀଙ୍କୁ ନଦୀ ହେବାର ଅଭିଶାପ ଦେଇଥିଲେ ।

ବିଷ୍ଣୁ ସମସ୍ତ ଦେବୀଙ୍କ କ୍ରୋଧକୁ ଶାନ୍ତ କରିଥିଲେ । ଏହା ପରେ ଦେବୀ ଗଙ୍ଗା ଏବଂ ସରସ୍ୱତୀ ନିଜ ନିଜ ଭୁଲ ମାନିଥିଲେ । ଅଭିଶାପରୁ ମୁକ୍ତି ପାଇବା ପାଇଁ ବିଷ୍ଣୁଙ୍କ ଶରଣ ନେଇଥିଲେ ଉଭୟ ମାତା । ଅଭିଶାପର ଫଳ ଭୋଗିବାକୁ ହୋଇଥାଏ । କଳିଯୁଗ ର ୧୦ ହଜାର ବର୍ଷ ପୂର୍ଣ୍ଣ ହେବା ପରେ ମା’ ନିଜ ସ୍ୱରୂପକୁ ଫେରି ଆସିବେ ବୋଲି ଭଗବାନ ବିଷ୍ଣୁ କହିଥିଲେ । ଦେବୀ ସରସ୍ୱତୀ ସ୍ୱର୍ଗକୁ ଫେରି ଯାଇଥିବା ବିଶ୍ୱାସ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.