ଅକାଳ ମୃତ୍ୟୁର ଭୟ ଦୂର ପାଇଁ ଧନତେରାସରେ ଯମଦେବତାଙ୍କୁ କରାଯାଏ ଦୀପଦାନ, ଜାଣନ୍ତୁ ଏହାର ମହତ୍ତ୍ବ ଏବଂ ଶୁଭ ମୁହୂର୍ତ୍ତ

ନଭେମ୍ବର ୧୩ତାରିଖରେ ଧନତେରାସ ପର୍ବ ପାଳନ କରାଯିବ। ଏହି ଦିନ ଭଗବାନ ଧନ୍ବନ୍ତରୀ, କୁବେର ଏବଂ ମା ଲକ୍ଷ୍ମୀଙ୍କ ପୂଜା କରିବାର ନୀତି ରହିଛି। ଧନତେରାସ ଦିନ ମୃତ୍ୟୁର ଦେବତା ଯମଙ୍କ ପୂଜା ମଧ୍ୟ କରାଯାଇଥାଏ। ବିଶ୍ବାସ ରହିଛି ଯେ ଏହି ଦିନ ଯମ ଦେବତାଙ୍କ ପୂଜା କରିବା ଦ୍ବାରା ଅକାଳ ମୃତ୍ୟୁର ଭୟ ଦୂର ହୋଇ ଯାଇଥାଏ। ଏହି ଦିନ ଯମ ଦେବତାଙ୍କ ପାଇଁ ଦୀପଦାନ କରିବାର ଖାସ୍ ମହତ୍ତ୍ବ ରହିଥାଏ।

ଧନତେରାସ ଦିନ ଯମ ଦେବତାଙ୍କ ନାଁରେ ଏକ ଦୀପ ଜଳାଇବାର ପରମ୍ପରା ରହିଛି। ମୃତ୍ୟୁର ଦେବତା ଯମଙ୍କ ଦକ୍ଷିଣ ଦିଗ ହୋଇଥାଏ। ଏଥିପାଇଁ ଧନତେରାସ ସନ୍ଧ୍ୟାରେ ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ଦୀପ ଜଳାଯାଏ ଏବଂ ଏହାକୁ ଯମ ଦେବତାଙ୍କୁ ସମର୍ପିତ କରାଯାଇଥାଏ। ଏହା ପରେ ଦୀପକୁ ଘର ଦ୍ବାରରେ ରଖାଯାଇଥାଏ। ଏପରି କରିବା ଦ୍ବାରା ଅକାଳ ମୃତ୍ୟୁର ଭୟ ଟଳି ଯାଇଥାଏ।

deep

ଦୀପଦାନ ପାଇଁ ଏବର୍ଷ ଧନତେରାସ ଦିନ ଶୁଭ ମୂହୁର୍ତ୍ତର ସମୟ ୧ଟା ୨୦ ରହିଛି। ଧନତେରାସ ସନ୍ଧ୍ୟାରେ ୫ଟା ବାଜି ୩୪ମିନିଟରୁ ସନ୍ଧ୍ୟା ୬ଟା ବାଜି ୫୪ମିନିଟ୍ ଯାଏଁ ଯମଙ୍କ ପାଇଁ ଦୀପ ଜଳା ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.