ହୀରା ଚାଟିବା ପରେ ମଣିଷର ମୃତ୍ୟୁ କାହିଁକି ହୁଏ ? ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ

ହୀରାକୁ ନେଇ ଏକ ଗୁଜବ ରହିଛି, ଯାହା ଆପଣ ବି ନିଶ୍ଚିତ ଶୁଣିଥିବେ । ତେବେ ଏହି ଗୁଜବ ହେଉଛି ହୀରା ଚାଟିଲେ ମୃତ୍ୟୁ ହୋଇଯାଏ । ଆପଣ ଅନେକ ଫିଲ୍ମରେ ମଧ୍ୟ ଏଭଳି ଦୃଶ୍ୟ ଦେଖିଥିବେ । ତେବେ ସତରେ କଣ ହୀରା ବିଷାକ୍ତ ହୋଇଥାଏ କି ?

ହୀରା ଦୁନିଆର ସବୁଠାରୁ କଠିନ ପଦାର୍ଥ ମଧ୍ୟରେ ଅନ୍ୟତମ । ହୀରା ଦେଖିବା ପାଇଁ ଖୁବ ସୁନ୍ଦର ହୋଇଥିବାବେଳେ ଏହାର ଦାମ ମଧ୍ୟ ଅଧିକ ଥାଏ । ଚକ୍‌ ଚକ୍‌ କରୁଥିବା ହୀରାକୁ କିଣିବା ପାଇଁ ଅନେକ ଲୋକ ଇଚ୍ଛା କରନ୍ତି । ତେବେ ଏହି ହୀରାକୁ ନେଇ ଏକ ଗୁଜବ ରହିଛି, ଯାହା ଆପଣ ବି ନିଶ୍ଚିତ ଶୁଣିଥିବେ । ତେବେ ଏହି ଗୁଜବ ହେଉଛି ହୀରା ଚାଟିଲେ ମୃତ୍ୟୁ ହୋଇଯାଏ । ଆପଣ ଅନେକ ଫିଲ୍ମରେ ମଧ୍ୟ ଏଭଳି ଦୃଶ୍ୟ ଦେଖିଥିବେ । ତେବେ ସତରେ କଣ ହୀରା ବିଷାକ୍ତ ହୋଇଥାଏ କି ? ଏହାକୁ ଚାଟିଲେ ମଣିଷର ମୃତ୍ୟୁ ହୋଇଯାଏ କି ? ଯଦି ଏହା ସତ ତେବେ ଲୋକମାନେ ଏହାକୁ କାହିଁକି କିଣନ୍ତି ଏବଂ ଏହାକୁ କାହିଁକି ପିନ୍ଧନ୍ତି । ତେବେ ଆସନ୍ତୁ ଜାଣିବା ଏହି ହୀରା ପଛରେ କଣ ରହସ୍ୟ ରହିଛି ।

ଏହାକୁ ନେଇ ଅନେକ ନିଜର ଭିନ୍ନ ମତ ଦେଇଛନ୍ତି । ତେବେ ହୀରାରେ କୌଣସି ପ୍ରକାର ବିଷ ନଥାଏ । କିନ୍ତୁ ଏହାକୁ ଚାଟିବା ଠିକ୍‌ ନୁହେଁ । ଯେ ପର୍ଯ୍ୟନ୍ତ ଆପଣ ଜାଣି ନାହାନ୍ତି ହୀରାକୁ ସଫା ପାଣିରେ ଧୁଆଯାଇଛି କି ନାହିଁ । ଏହାକୁ ଭୁଲରେ ମଧ୍ୟ ଚାଟିବା ଅନୁଚିତ । କାରଣ ହୀରାର ଗ୍ରେଡିଙ୍ଗ କଟିଙ୍ଗ୍‌ କରିବା ସମୟରେ ହୀରାରେ କିଛି କେମିକାଲ ଲଗାଯାଇଥାଏ । ଯାହାକୁ ଚାଟିବା ଦ୍ୱାରା କ୍ଷତି ପହଞ୍ଚିଥାଏ । ହୀରାକୁ ବିଷାକ୍ତ କୁହାଯିବାର କାରଣ ହେଉଛି ଅନେକ ବର୍ଷ ପୂର୍ବରୁ ଯେତେବେଳେ ରାଜା ମହାରାଜାଙ୍କୁ କୌଣସି ଶତ୍ରୁ ବନ୍ଦୀ କରି ନେଇଯାଏ ସେତେବେଳେ ରାଜା ନିଜ ଆଙ୍ଗୁଠିରେ ଥିବା ହୀରା ମୁଦିରେ ରଖିଥିବା ବିଷକୁ ଖାଇଥାନ୍ତି । ଯାହା ଦ୍ୱାରା ତାଙ୍କର ମୃତ୍ୟୁ ଘଟେ ।

ହୀରା ଚାଟିବା ଦ୍ୱାରା ମୃତ୍ୟୁ ହୋଇଥାଏ । କିନ୍ତୁ ମୃତ୍ୟୁର କାରଣ ଭିନ୍ନ ଥାଏ । ତେବେ ପୂର୍ବ ସମୟରେ ଗୁପ୍ତଚରମାନେ ଶତ୍ରୁଙ୍କ ସମସ୍ତ ତଥ୍ୟ ରାଜାଙ୍କୁ ଦେଉଥିଲେ । କିନ୍ତୁ ବେଳେବେଳେ ଏହି ଗୁପ୍ତଚରମାନେ ଧରା ପଡ଼ିଯାନ୍ତି । ଏହି ସମୟରେ ସେମାନେ ଆଙ୍ଗୁଠିରେ ପିନ୍ଧିଥିବା ହୀରା ମୁଦିକୁ ଚାଟିଥାନ୍ତି । ଫଳରେ ତତ୍‌ କ୍ଷଣାତ ତାଙ୍କର ମୃତ୍ୟୁ ହୋଇଯାଏ ଏବଂ ଶତ୍ରୁ ରାଜାଙ୍କୁ କୌଣସି ସୂଚନା ମିଳିପାରେ ନାହିଁ । ତେବେ ଏହି ହୀରା ମୁଦିରେ ସେମାନେ ସାୟନାୟଡ ବିଷ ଲଗାଇଥାନ୍ତି । ଯାହାକୁ ଚାଟିବା ପରେ ତାଙ୍କର ମୃତ୍ୟୁ ହୁଏ ।

କିଛି ଅଫିସିଆଲ ରିପୋର୍ଟ ଅନୁସାରେ ହୀରା ଚାଟିବା ଦ୍ୱାରା ମୃତ୍ୟୁ ହେବା ଏକ ଗୁଜବ ମାତ୍ର । ତେବେ ସୂଚନା ଅନୁସାରେ ଡାଇମଣ୍ଡ ବା ହୀରା, କାଚ ଭଳି ତୀକ୍ଷ୍ଣ ହୋଇଥାଏ । ଏହା ଦୁନିଆର ସବୁଠାରୁ କଠିନ ପଦାର୍ଥ । ଏପରିସ୍ଥିତିରେ ଯଦି ଏହାକୁ ଖିଆଯାଏ ତେବେ ଏହା କାଚ ଭଳି ଗଳାକୁ କାଟିପାରେ । ଏହା ପେଟକୁ ଯାଇ କ୍ଷତି ପହଞ୍ଚାଇବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଲୋକମାନଙ୍କ ମଧ୍ୟରେ ହୀରାକୁ ନେଇ ଏଭଳି ଗୁଜବ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.