Below header

ଜାଣିଛନ୍ତି କି, କାହିଁକି କେଦାରନାଥଙ୍କୁ କୁହାଯାଏ ଜାଗ୍ରତ ଠାକୁର?

ଦେଶର ଚାରିଧାମ ମଧ୍ୟରେ ଏକ ହେଉଛି କେଦାରନାଥ। ଆପଣ ନିହାତି ଭାବେ ଜାଣିଥିବେ ତାଙ୍କୁ ଜାଗ୍ରତ ମହାଦେବ ବୋଲି କୁହାଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହା ପଛରେ ରହିଥିବା ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ। ବାସ୍ତବରେ କାହିଁକି କେଦାରନାଥ ଜାଗ୍ରତ ମହାଦେବ କି ନାହିଁ ଏହି କାହାଣୀରୁ ଆପଣ ଜାଣିପାରିବେ।

କାହାଣୀନୁଯାୟୀ, ଅନେକ ବର୍ଷ ପୂର୍ବେ ଜଣେ ଶିବ ଭକ୍ତ କେଦାରନାଥଙ୍କୁ ଦର୍ଶନ କରିବା ପାଇଁ ନିଜ ଘରୁ ଚାଲିଚାଲି ଯାଇଥିଲେ । କେଦାରନାଥରେ ପହଞ୍ଚିବା ପାଇଁ ତାଙ୍କୁ ପାଖାପାଖି ଏକ ମାସ ସମୟ ଲାଗିଥିଲା। କିନ୍ତୁ ସେଠାରେ ପହଞ୍ଚିବା ବେଳକୁ କେଦାରନାଥ ମନ୍ଦିର ଦ୍ୱାରା ୬ମାସ ପାଇଁ ବନ୍ଦ ହୋଇ ଯାଇଥିଲା ।

kedarnath-temple

ଆପଣଙ୍କୁ ଜଣାଇବାକୁ ଚାହିଁବୁ ପରମ୍ପରା ଅନୁଯାୟୀ, ମନ୍ଦିରର ଦ୍ୱାର ୬ମାସକୁ ଥରେ ଖୋଲାଯାଇଥାଏ । ଏହା ଜାଣିବା ପରେ ଭକ୍ତ ଜଣଙ୍କ ମନ ଦୁଃଖ କରିବା ସହ ମନ୍ଦିରର ପୂଜାରୀଙ୍କୁ ମନ୍ଦିର ଦ୍ୱାର ଖୋଲିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ପରମ୍ପରାକୁ ଭାଙ୍ଗି ପାରିବି ନାହିଁ ବୋଲି କହି ମନ୍ଦିରର ପୂଜାରୀ ସେଠାରୁ ଚାଲି ଯାଇଥିଲେ । ଭକ୍ତଜଣଙ୍କ ଠାକୁରଙ୍କ ଦର୍ଶନ ନିମନ୍ତେ ମନଦୁଃଖ କରି ମନ୍ଦିର ପରିସରରେ ବସି ରହିଥିଲେ ।

kedarnath

ଭକ୍ତ ମନ୍ଦିରରେ ବସିଥିବା ବେଳେ ରାତିରେ ଜଣେ ଯୋଗୀ ମନ୍ଦିରକୁ ଆସୁଥିବା ଦେଖାଯାଇଥିଲା। ଭକ୍ତ ଜଣଙ୍କ ଉଠି ପଡ଼ିବା ସହ ତାଙ୍କୁ ନିଜର ସମସ୍ତ ଦୁଃଖ ଜଣାଇଥିଲେ । ଭକ୍ତଙ୍କ ଦୁଃଖ ଶୁଣି ଯୋଗୀ ତାଙ୍କୁ ଆଶ୍ୱାସନା ଦେଇ ମନ୍ଦିର କବାଟ ନିଶ୍ଚୟ ଖୋଲିବ, ତୁମେ ଶିବଙ୍କ ଦର୍ଶନ ନିଶ୍ଚୟ ଖୋଲିବ ବୋଲି କହି ଚାଲି ଯାଇଥିଲେ। ପରେ ଭକ୍ତଜଣଙ୍କ ରାତିରେ ଶୋଇ ସକାଳୁ ଉଠିବା ବେଳେ ମନ୍ଦିରର ପୂଜାରୀ ଏବଂ ତାଙ୍କର ଅନ୍ୟ ସାଥୀମାନେ ମନ୍ଦିରର ଦ୍ୱାର ଖୋଲିବାକୁ ଆସୁଥିବା ଦେଖିଥିଲେ ।

kedarnath-temple-opening

ପୂଜାରୀ ଆଶ୍ଚର‌୍ୟ୍ୟ ହୋଇ ପୂଜାରୀଙ୍କୁ ପଚାରିଥିଲେ, ଆପଣ ୬ ମାସ ପରେ ଦ୍ୱାର ଖୋଲିବେ ବୋଲି କହୁଥିଲେ,କିନ୍ତୁ ଆଜି କାହିଁକି ଖୋଲିଲେ। ପୂଜାରୀ ଜଣଙ୍କ ୬ମାସ ପରେ ହିଁ ଦ୍ୱାରା ଖୋଲା ଯାଉଛି ବୋଲି ଉତ୍ତର ରଖିଥିଲେ । କିଛି ନ ବୁଝି ଭକ୍ତ ଜଣଙ୍କ ରାତିର ସବୁ କଥା ପୂଜାରୀଙ୍କୁ ଜଣାଇବା ପରେ ରାତିରେ ଭଗବାନ ଶିବ ହିଁ ଯୋଗୀ ରୂପରେ ଆସିଥିବା ଜଣାପଡ଼ିଥିଲା। ଏହି ଘଟଣା ପରଠାରୁ କେଦାରନାଥଙ୍କ ନାମ ଜାଗ୍ରତ ମହାଦେବ ଭାବେ ରଖା ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.