କାହିଁକି ଭଗବାନ ଭୈରବ କାଟିଥିଲେ ବ୍ରହ୍ମାଙ୍କ ମୁଣ୍ଡ, ଜାଣନ୍ତୁ କ’ଣ ରହିଛି ରହସ୍ୟ

ଚଳିତ ବର୍ଷ କାଳ ଭୈରବ ଜୟନ୍ତୀ ଡିସେମ୍ବର ୭ରେ ପାଳନ କରାଯିବ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ପ୍ରତ୍ୟେକ ବର୍ଷ ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କାଳ ଭୈରବଙ୍କ ଜୟନ୍ତୀ ପାଳନ କରାଯାଇଥାଏ। ଶାସ୍ତ୍ର ଅନୁଯାୟୀ ଭଗବାନ କାଳ ଭୈରବଙ୍କ ଜନ୍ମ ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ହୋଇଥିଲା। କାଳ ଭୈରବ ଜୟନ୍ତୀ ଦିନ ଭଗବାନ କାଳ ଭୈରବଙ୍କୁ ବିଧି-ବିଧାନର ସହ ପୂଜା କରାଯାଇଥାଏ। କାଳ ଭୈରବ ଭଗବାନ ବ୍ରହ୍ମାଙ୍କ ମୁଣ୍ଡ ଛେଦନ କରିଥିବାର ପୌରାଣିକ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହା ପଛରେ ଏକ ରୋଚକ ତଥ୍ୟ ରହିଛି। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି କଥା ।

ଶିବ ପୁରାଣ ଅନୁଯାୟୀ, ଥରେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର (ଶିବ) ତିନି ଦେବତାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ତିନି ଜଣଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏନେଇ ବ୍ରହ୍ମା ଭଗବାନ ଶଙ୍କରଙ୍କ ନିନ୍ଦା କରିଥିଲେ, ଯାହାଦ୍ୱାରା ଭଗବାନ ଶଙ୍କର ଅତ୍ୟନ୍ତ କ୍ରୋଧିତ ହୋଇଯାଇଥିଲେ।

bramhaଭଗବାନ ବ୍ରହ୍ମାଙ୍କ ଠାରୁ ଅପମାନର ପ୍ରତିଶୋଧ ନେଇଥିଲେ କାଳ ଭୈରବ

କ୍ରୋଧରେ ଆସି ଭଗବାନ ଶିବ ନିଜର ରୌଦ୍ର ରୂପରୁ କାଳ ଭୈରବଙ୍କୁ ଜନ୍ମ ଦେଇଥିଲେ। ଏହାପରେ ଭଗବାନ ଶଙ୍କରଙ୍କ ଅପମାନର ବଦଲା ନେବା ପାଇଁ କାଳ ଭୈରବ ନିଜ ନଖରେ ବ୍ରହ୍ମାଙ୍କ ମୁଣ୍ଡ କାଟି ଦେଇଥିଲେ। ଏହି କାରଣରୁ ତାଙ୍କ ଉପରେ ବ୍ରହ୍ମ ହତ୍ୟାର ପାପ ଲାଗିଥିଲା।

bhairavବ୍ରହ୍ମ ହତ୍ୟା ପାପରୁ ଏପରି ମିଳିଥିଲା ମୁକ୍ତି

ବ୍ରହ୍ମ ହତ୍ୟା ପାପରୁ ମୁକ୍ତି ପାଇଁ ଭଗବାନ ଶିବ, କାଳ ଭୈରବଙ୍କୁ ପୃଥିବୀକୁ ଯାଇ ପ୍ରାୟଶ୍ଚିତ କରିବା ପାଇଁ କହିଥିଲେ । ଏଥିସହ ଭଗବାନ ଶଙ୍କର କହିଥିଲେ, ଯେତେବେଳେ ବ୍ରହ୍ମାଙ୍କ କଟା ଯାଇଥିବା ମୁଣ୍ଡ ହାତରୁ ପଡ଼ିଯିବ ସେତେବେଳେ ଆପଣଙ୍କୁ ବ୍ରହ୍ମ ହତ୍ୟା ପାପରୁ ମୁକ୍ତି ମିଳିବ। ଏହାପରେ କାଶୀରେ ଯାଇ କାଳ ଭୈରବଙ୍କ ଯାତ୍ରା ସମାପ୍ତ ହୋଇଥିଲା ଏବଂ ଏଠାରେ ସ୍ଥାପିତ ହୋଇଥିଲେ କାଳ ଭୈରବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.