ଦେଶର ସବୁ ତଦନ୍ତକାରୀ ସଂସ୍ଥାରେ ଲାଗିବ ସିସିଟିଭି : ସୁପ୍ରିମକୋର୍ଟ

ସବୁ ତଦନ୍ତକାରୀ ସଂସ୍ଥାରେ ଲାଗିବ ସିସିଟିଭି । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଦେଶର ସବୁ ପୋଲିସ ଷ୍ଟେସନ୍‌ରେ ସିସିଟିଭି କ୍ୟାମେରା ଲଗାଯାଇଛି କି ନାହିଁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ନିଶ୍ଚିତ କରିବାକୁ ବାଧ୍ୟତାମୂଳକ କରାଯାଇଛି । ପୋଲିସ ଷ୍ଟେସନ୍‌ର ପ୍ରବେଶ ଓ ପ୍ରସ୍ଥାନ ପଥ, ଲକ୍‌ଅପ୍‌ ରୁମ୍‌ ବାହାର, କରିଡର, ଲବି ଆଦି ସ୍ଥାନରେ ସିସିଟିଭି ଲଗାଇବା ନିଶ୍ଚିତ କରିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୂଚନା ଦେବା ଉଚିତ ହେବକି, ଦେଶର ସମସ୍ତ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇବାକୁ ଗତ ସେପ୍ଟେମ୍ବର ମାସରେ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

ଏହା ସହ ସିବିଆଇ, ଇଡି, ଏନ୍‌ଆଇଏ, ଏନ୍‌ସିବି, ଡିଆରଆଇ, ଏସ୍‌ଏଫ୍‌ଆଇଓ ଏବଂ ଅନ୍ୟ ତଦନ୍ତକାରୀ କାର୍ଯ୍ୟାଳୟରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ତଦନ୍ତକାରୀ ଏଜେନ୍ସି କାର୍ଯ୍ୟାଳୟରେ ଅଭିଯୁକ୍ତଙ୍କୁ ରଖାଯିବା ସହ ସେମାନଙ୍କୁ ଜେରା କରାଯାଇଥାଏ । ତଦନ୍ତକାରୀ ଅଧିକାରୀଙ୍କ ହେପାଜତରେ ଦିନକୁ ଦିନ ଅଭିଯୁକ୍ତଙ୍କ ଉପରେ ନିର୍ଯାତନା ବଢି ଚାଲିଥିବାରୁ ସୁପ୍ରିମକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ତଦନ୍ତକାରୀ ସଂସ୍ଥା ଜେରା ବେଳେ ନାଇଟ୍‌ ଭିଜନ ସହ ଅଡିଓ ଏବଂ ଭିଡିଓ ଫୁଟେଜ୍‌ ମଧ୍ୟ ରହିବ । ଅଡିଓ ରେକଡିଂ ଗୁଡିକ ୧୮ ମାସ ପର୍ଯ୍ୟନ୍ତ ସଂରକ୍ଷିତ ରହିବା ଜରୁରୀ ବୋଲି କୋର୍ଟ କହିଛନ୍ତି । ରାଜ୍ୟମାନେ ଆସନ୍ତା ୬ ସପ୍ତାହ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ କୋର୍ଟ କହିଛନ୍ତି । ପଞ୍ଜାବର ଏକ ହାଜତ ମୃତ୍ୟୁ ମାମଲାର ଶୁଣାଣି କରି ତଦନ୍ତକାରୀ ସଂସ୍ଥାରେ CCTV ଲାଗଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାନୁୟାରୀ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.