କେବେ ଭାବିଛନ୍ତି, ମୁସଲିମମାନେ ଦାଢ଼ୀ ରଖନ୍ତି ହେଲେ କାହିଁକି ରଖନ୍ତି ନାହିଁ ନିଶ ?

ମୁଣ୍ଡରେ ଟୋପି, କୁର୍ତ୍ତା-ପାଇଜାମା ଏବଂ ବଡ ଦାଢ଼ୀ, ଏହି ସବୁକୁ ଦେଖି ଆପଣ ମୁସଲିମ ମାନଙ୍କୁ ସହଜରେ ଚିହ୍ନି ପାରିବେ। କିନ୍ତୁ କେବେ ଆପଣ ଲକ୍ଷ୍ୟ କରିଛନ୍ତି ମୁସଲମାନ ଧର୍ମାବଲମ୍ବୀ ଦାଢ଼ୀ ରଖନ୍ତି ହେଲେ ନିଶ କାହିଁକି ରଖନ୍ତି ନାହିଁ। ଏହାକୁ ନେଇ ପୁରାତନ ପରମ୍ପରା ଏବଂ ଭୌଗୋଳିକ କାରଣ ରହିଛି।

ଇସଲାମ ପୂର୍ବରୁ ଆରବରେ ଲୋକ ପ୍ରାକ୍ରୁତିକ ଦେବୀ-ଦେବତାଙ୍କ ମୂର୍ତ୍ତି ବନାଇ ପୂଜା କରୁଥିଲେ। ଏହାର ସମ୍ପୂର୍ଣ୍ଣ ଓଲଟା ହେଉଛନ୍ତି ଇସଲାମ। ସେମାନେ ନିରାକାର ଆଲ୍ହାରେ ବିଶ୍ବାସ କରିଥାନ୍ତି। ମହମ୍ମଦ ସଲ୍ଲଲାହୋ ଅଲୈହୀ ଅସଲାମ କହିଥିଲେ ଯେ ସେହି ପ୍ରାକ୍ରୁତିକ ଦେବୀ-ଦେବତାଙ୍କ ପରମ୍ପରାର ବିପରୀତ କର। କାରଣ ସେମାନେ ବଡ ନିଶ ରଖୁଥିଲେ ଏବଂ ଦାଢ଼ୀ ସଫା କରିଦେଉଥିଲୋ ଏଥିପାଇଁ ମୁସଲିମ୍ ଏହାର ବିପରୀତ କରିବାକୁ ଲାଗିଲେ ଏବଂ ଦାଢ଼ୀ ରଖି ନିଶ କାଟିବାକୁ ଲାଗିଲେ।

ସେହିଭଳି ଅନ୍ୟ ଏକ ମତରେ ମୁସଲିମ ମାନେ ନିଶ କାଟିବା ଆରବ ସଂସ୍କ୍ରୁତିର ଅଂଶ ଅଟେ। କାରଣ ସେଠାରେ ସବୁବେଳେ ବାଲିଆ ପବନ ବହିଥାଏ, ଏଥିଯୋଗୁଁ ଏହା ନିଶରେ ଫସିଯାଇଥାଏ। ଖାଦ୍ୟ ଖାଇବା ସମୟରେ ତାହା ସେମାନଙ୍କ ମୁହଁରେ ପସିଯାଇଥାଏ। ଏହି କାରଣ ଯୋଗୁଁ ସେମାନେ ନିଜ ନିଶ କାଟିବା ପରମ୍ପରା ଆରମ୍ଭ ହୋଇଥିଲା।