ଧୋକାବାଜ ସ୍ତ୍ରୀ: ୧୪ ବର୍ଷର ସମ୍ପର୍କକୁ ଭୁଲିଗଲା, ପରପୁରୁଷ ପାଇଁ ନିଜ ସ୍ୱାମୀ ସହିତ କଲା ଏମିତି କାଣ୍ଡ

ଧୋକାବାଜ ସ୍ତ୍ରୀ । ପରକୀୟା ପ୍ରୀତି ଧରା ପଡିଯିବାରୁ ପ୍ରେମିକ ସହ ମିଶି ନିଜ ସ୍ୱାମୀକୁ ଜୀବନରୁ ମାରି ଘରେ ପୋତିଥିଲା ସ୍ତ୍ରୀ । ୧୪ ବର୍ଷର ସଂପର୍କକୁ ପଛରେ ପକାଇ ନିଜ ପ୍ରେମିକ ସହ ମିଶି ସ୍ୱାମୀକୁ ଜୀବନରୁ ମାରିବାକୁ ପଛାଇଲାନି ।

ନୟାଗଡ(କେନ୍ୟୁଜ):  ଧୋକାବାଜ ସ୍ତ୍ରୀ । ପରକୀୟା ପ୍ରୀତି ଧରା ପଡିଯିବାରୁ ପ୍ରେମିକ ସହ ମିଶି ନିଜ ସ୍ୱାମୀକୁ ଜୀବନରୁ ମାରି ଘରେ ପୋତିଥିଲା ସ୍ତ୍ରୀ । ଆଉ ଏବେ ଘର ଭିତରୁ ମାଟି ଖୋଳି ଶବ ବାହାର କଲା ପୋଲିସ । ୧୪ ବର୍ଷର ସଂପର୍କକୁ ପଛରେ ପକାଇ ନିଜ ପ୍ରେମିକ ସହ ମିଶି ସ୍ୱାମୀକୁ ଜୀବନରୁ ମାରିବାକୁ ପଛାଇଲାନି ।

ଶୋଇଥିବା ଅବସ୍ଥାରେ ସ୍ୱାମୀକୁ ପଥର ହେମ ଦସ୍ତାରେ ଛେଚି ଜୀବନରୁ ମାରି ଦେଇଥିଲା । ଆଉ ପ୍ରମାଣ ନଷ୍ଟ ପାଇଁ ରକ୍ତଭିଜା କପଡାକୁ ବାରିପଛପଟେ ପୋଡ଼ିଥିଲା ଏଇ ନୃଶଂସ ସ୍ତ୍ରୀ ଜଣକ । ଆଉ ଏବେ ହତ୍ୟାରେ ବ୍ୟବହୃତ ଶାବଳ, ହେମଦସ୍ତା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି ଶରଣକୁଳ ଏସଡିପିଓ । ପରକୀୟା ପ୍ରୀତି ପାଇଁ ସ୍ୱାମୀକୁ ହତ୍ୟା ଘଟଣାର ଖୋଲିଲା ରହସ୍ୟ ।

ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡଗାଁ ଥାନା କୋମଣ୍ଡ ଗାଁରେ । ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିବା ପରେ ଘର ଭିତରେ ମୃତଦେହ ପୋତିଥିଲା ସ୍ତ୍ରୀ । ଓଡଗାଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳି ମୃତଦେହ ବାହାର କରିଥିଲା ପୋଲିସ । ମୃତକ ହେଲେ ଓଡ଼ଗାଁ ଥାନା ରୋହିବାଙ୍କ ଗାଁର ପ୍ରକାଶ ନାୟକ। ପରକୀୟା ପ୍ରୀତି ଧରାପଡିଯିବାରୁ ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ଘରେ ପୋତିଥିଲା ସ୍ତ୍ରୀ ଜୋତ୍ସ୍ନାରାଣୀ ।

୧୪ ବର୍ଷ ପୂର୍ବେ ବିବାହ କରିଥିଲେ ପ୍ରକାଶ ଓ ଜୋତ୍ସ୍ନାରାଣୀ । ସେମାନଙ୍କର ୭ ବର୍ଷର ଝିଅ ଓ ୫ ବର୍ଷର ପୁଅ ଅଛି । ଜ୍ୟୋତ୍ସ୍ନାରାଣୀ ୧୦ ବର୍ଷ ହେବ ବାପ ଘରେ ପରିବାର ସହ ରହୁଥିଲେ । ସେ ମକରପଦାର ପ୍ରତାପ ସାମଲ ଓରଫ ସୋନୁଙ୍କୁ ଭଲ ପାଇ ଆସୁଥିଲେ । ଗତ ୨୦ ଦିନ ହେବ ନିଖୋଜ ଥିଲେ ପ୍ରକାଶ । ଏନେଇ ସନ୍ଦେହ ହେବାରୁ ଓଡଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପ୍ରକାଶଙ୍କ ବାପା ଗୋକୁଳ ନାୟକ । ତଦନ୍ତ ପରେ ସତ ପଦାକୁ ଆସିଥିଲା ।

ଏପଟେ ଏହି ଘଟଣାରେ ଜ୍ୟୋତ୍ସ୍ନାରାଣୀ ନାୟକ, ମାଆ ଡମଣି ପ୍ରଧାନ, ପ୍ରେମିକ ସୋନୁ ସାମଲକୁ ପୋଲିସ ନିଜ ହେପାଜତରେ ରଖି କ୍ରାଇମ ସିନ୍-ରିକ୍ରିଏସନ କରିଛି । ଗାଁରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଛି । ଏଭଳି ଏକ ଘଟଣା ପରେ ପରକୀୟା ପ୍ରୀତି ଯେ କେତେ ମାରାତ୍ମକ ହୋଇପାରେ ତାହା ସ୍ପଷ୍ଟ ବାରିହୋଇପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.