ହାଇ ବିପି ରୋଗୀମାନେ ଏହି ୩ ଟି କାରଣ ପାଇଁ ନଡ଼ିଆ ପାଣି ପିଇବା ଉଚିତ୍, କେବଳ ଜାଣନ୍ତୁ କେବେ ଏବଂ କେତେ ପିଇବେ

ନଡିଆ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଏହା ଶରୀରକୁ ଇଲେକ୍ଟ୍ରୋଲାଇଟ୍ ଏବଂ ହାଇଡ୍ରେଟ୍ କରିବାରେ ଅନେକ ସାହାର୍ଯ୍ୟ କରିଥାଏ । ଏହା ବ୍ୟତୀତ ନଡିଆ ପାଣି ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ଏବଂ ଲିଭର କାର୍ଯ୍ୟକୁ ମଧ୍ୟ ଭଲ କରିଥାଏ । ଏହା ବ୍ଲାଡକୁ ସଫା କରିବାରେ ମଧ୍ୟ ସହାୟକ ହୋଇଥାଏ ।

ଆପଣମାନେ ତ ଜାଣିଥିବେ ଯେ ଆଉ ଅଳ୍ପ ଦିନ ମଧ୍ୟରେ ଗ୍ରୀଷ୍ମ ଋତୁ ଆସିବାକୁ ଯାଉଛି । ତେବେ ଏହି ସମୟରେ ନଡିଆ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଏହା ଶରୀରକୁ ଇଲେକ୍ଟ୍ରୋଲାଇଟ୍ ଏବଂ ହାଇଡ୍ରେଟ୍ କରିବାରେ ଅନେକ ସାହାର୍ଯ୍ୟ କରିଥାଏ । ଏହା ବ୍ୟତୀତ ନଡିଆ ପାଣି ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ଏବଂ ଲିଭର କାର୍ଯ୍ୟକୁ ମଧ୍ୟ ଭଲ କରିଥାଏ । ଏହା ବ୍ୟତୀତ ଏହା ବ୍ଲାଡକୁ ସଫା କରିବାରେ ମଧ୍ୟ ସହାୟକ ହୋଇଥାଏ । କିନ୍ତୁ ସବୁଠୁ ବଡ ପ୍ରଶ୍ନ ହେଉଛି ହାଇ ବିପି ସମସ୍ୟାରେ ନଡିଆ ପାଣି ପିଇବା ଲାଭଦାୟକ କି ? ତେବେ ଏଥିରେ କ’ଣ ଅଛି ଯାହା ଧମନୀ ସଫା କରିବାରେ ଏବଂ ରକ୍ତ ସଞ୍ଚାଳନରେ ସାହାଯ୍ୟ କରିପାରେ ? ତାହେଲେ ଆସନ୍ତୁ ଏହି ବିଷୟରେ ବିସ୍ତୃତ ଭାବରେ ଜାଣିବା ।

ନଡିଆ ପାଣିରେ ପୋଟାସିୟମ ଭରପୂର ରହିଥାଏ :
ଅଧିକାଂଶ ଲୋକ ସେମାନଙ୍କ ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣର ପୋଟାସିୟମ୍ ଗ୍ରହଣ କରନ୍ତି ନାହିଁ । ଏହି ମିନେରାଲ୍ ଆପଣଙ୍କ ପରିସ୍ରା ମାଧ୍ୟମରେ ଆପଣଙ୍କ ଶରୀରରୁ ଅଧିକ ସୋଡିୟମ୍ ବାହାର କରିବାରେ ସାହାଯ୍ୟ କରେ । ଯେତେବେଳେ ଆପଣ ନଡ଼ିଆ ପାଣି ପିଅନ୍ତି, ଏହା ହାଇ ବିପିକୁ କମ୍‌ କରିବାରେ ସାହାଯ୍ୟ କରିଥାଏ ।

ନଡିଆ ପାଣି ସୋଡିୟମ୍ ନିୟନ୍ତ୍ରଣ କରିବାରେ ସାହାଯ୍ୟକାରୀ :
ହାଇ ବିପି ସମସ୍ୟା ମଧ୍ୟ ସୋଡିୟମ୍ ବୃଦ୍ଧି ହେବା ସହିତ ଜଡିତ ରହିଥାଏ । ତେବେ ଯେତେବେଳେ ଶରୀରରେ ସୋଡିୟମ୍ ବୃଦ୍ଧି ହୁଏ, ଏହା ହାର୍ଟ ଉପରେ ପ୍ରେସର ପକାଇଥାଏ ଏବଂ ବିପି ଅଧିକ ହୋଇଯାଏ । ଏପରି ପରିସ୍ଥିତିରେ ଯେତେବେଳେ ଆପଣ ନଡିଆ ପାଣି ପିଅନ୍ତି, ଏହା ଶରୀରରୁ ସୋଡିୟମ୍ ବାହାର କରିବାରେ ସାହାଯ୍ୟ କରିଥାଏ । ଏହିପରି ଆପଣ ନଡ଼ିଆ ପାଣି ପିଇ ଶରୀରରେ ସୋଡିୟମ୍ ସ୍ତର ପରିଚାଳନାରେ ସାହାଯ୍ୟ କରିପାରିବେ ।

ଧମନୀକୁ ସଫା କରେ :
ଧମନୀ ସଫା କରିବାରେ ନଡ଼ିଆ ପାଣି ପ୍ରଭାବଶାଳୀ ଭାବରେ କାମ କରିପାରେ । ଏହା ପ୍ରକୃତରେ କୋଲେଷ୍ଟ୍ରଲ ଫ୍ରି ଏବଂ ଅଧିକ ଫ୍ୟାଟ୍‌ ଫ୍ରି ଯାହା ଧମନୀକୁ ସୁସ୍ଥ ରଖିବାରେ ଅନେକ ସାହାର୍ଯ୍ୟ କରେ । ଏହା ଆପଣଙ୍କ ରକ୍ତରେ କୋଲେଷ୍ଟ୍ରଲ ବୃଦ୍ଧି ହେବାକୁ ଦିଏ ନାହିଁ । ଯଦି ଏହା ବୃଦ୍ଧି ହୋଇଥାଏ, ତେବେ ଏହାକୁ କମ୍‌ କରିବାରେ ଅନେକ ସାହାର୍ଯ୍ୟ କରିପାରେ । ତେଣୁ ଯଦି ଆପଣ ହାଇ ବିପି ସମସ୍ୟାରୁ ଦୂରରେ ରହିବାକୁ ଚାହାଁନ୍ତି ତେବେ ହାଇ ବିପି ସମସ୍ୟାରେ ନଡିଆ ପାଣି ପିଅନ୍ତୁ ।

କେତେବେଳେ ଏବଂ କେତେ ନଡିଆ ପାଣି ପିଇବା ଉଚିତ :
ଯଦି ଆପଣ ହାଇ ବିପି ରୋଗୀ ତେବେ ପ୍ରତିଦିନ କେବଳ ୧ ଗ୍ଲାସ୍ ନଡିଆ ପାଣି ପିଅନ୍ତୁ । ଆପଣ ସପ୍ତାହରେ ମାତ୍ର ତିନି ଦିନ ନଡ଼ିଆ ପାଣି ପିଇପାରିବେ । ଏହାଠାରୁ ଅଧିକ ପିଅନ୍ତୁ ନାହିଁ । ଆପଣ ଏହାକୁ ସକାଳେ ଖାଲି ପେଟରେ ପିଇପାରିବେ । କିନ୍ତୁ ଯଦି ଆପଣ ହାଇ ବିପି ପାଇଁ ଔଷଧ ଖାଉଛନ୍ତି, ତେବେ ଆପଣ ନଡିଆ ପାଣି ପିଇପାରିବେ । କିନ୍ତୁ ଆପଣ ଏ ନେଇ ଡକ୍ତରଙ୍କ ପରାର୍ମଶ ନେବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.