Winter solstice 2020 : ବର୍ଷର ସବୁଠାରୁ ଛୋଟ ଦିନ, ଆଜିଠାରୁ ପଡ଼ିବ ବହୁତ ଥଣ୍ଡା

ଆଜି ଅର୍ଥାତ ୨୧ ଡିସେମ୍ବର ୨୦୨୦ ବର୍ଷର ସବୁଠାରୁ ଶେଷ ଦିନ ଓ ଲମ୍ବା ରାତି। ଏହି ଭୌଗଳିକ ଘଟଣାକୁ Winter solstice କୁହାଯାଏ। ସୂର୍ଯ୍ୟ ଏହି ଦିନ କର୍କଟ ରେଖାରୁ ମକର ରେଖା ଆଡ଼କୁ ଉତ୍ତରାୟଣରୁ ଦକ୍ଷିଣାୟନ ଆଡ଼କୁ ଅନୁପ୍ରବେଶ କରିଥାଏ। ଏହା ହେଉଛି ସେହି ସମୟ ଯେତେବେଳେ ସୂର୍ଯ୍ୟଙ୍କ କିରଣ ବହୁତ କମ୍ ସମୟ ପାଇଁ ପୃଥିବୀରେ ରହିଥାଏ। ସୂର୍ଯ୍ୟ କିରଣ ଉପସ୍ଥିତି ପ୍ରାୟ ୮ ଘଣ୍ଟା ରହିଥାଏ ଓ ଅସ୍ତ ହେବାପରେ ପ୍ରାୟ ୧୬ ଘଣ୍ଟା ରାତି ରହିଥାଏ।

Winter solsticeପରେ ଶୀତ ବହୁତ ବଢ଼ି ଯାଇଥାଏ। ଏହି ଘଟଣା ପରେ ପୃଥିବୀ ଉପରେ ଚନ୍ଦ୍ରର ଆଲୋକ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ। ସେଭଳି ସୂର୍ଯ୍ୟ ବହୁତ କମ୍ ସମୟ ପର୍ଯ୍ୟନ୍ତ ନିଜର ଆଲୋକ ପୃଥିବୀରେ ପକାଇ ପାରିଥାନ୍ତି। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ସଠିକ ସମୟ ଟାଇମ୍ ଜୋନ୍ ଓ ଭୌଗଳିକ ସ୍ଥିତି ଉପରେ ନିର୍ଭର କରିଥାଏ।

shortest day

ଏଥିପାଇଁ ହୋଇଥାଏ, କାରଣ ପୃଥିବୀ ନିଜର ଘୂର୍ଣ୍ଣନର ଅକ୍ଷ ଉପରେ ପ୍ରାୟ ୨୩.୫ ଡିଗ୍ରୀ ବଙ୍କା ରହିଥାଏ ଓ ବଙ୍କା ହୋଇ ରହିବାର କାରଣ ପ୍ରତ୍ୟେକ ଗୋଲାର୍ଦ୍ଧକୁ ବର୍ଷସାରା ଅଲଗା ଅଲଗା ମାତ୍ରାରେ ସୂର୍ଯ୍ୟର ଆଲୋକ ମିଳିବ । ଉଲ୍ଲେଖନୀୟ ଯେ, ଡିସେମ୍ବର Winter solstice ଦିନ ଯେତେବେଳେ ସୂର୍ଯ୍ୟର ସିଧା କିରଣ ଭୂମଧ୍ୟ ରେଖାର ଦକ୍ଷିଣ ଆଡ଼କୁ ଓ ମକର ରେଖା ସହିତ ପହଁଞ୍ଚିଥାଏ ତେବେ ଉତ୍ତର ଗୋଲାର୍ଦ୍ଧରେ ଏହା ଡିସେମ୍ବର ସଂକ୍ରାନ୍ତି ଓ ଦକ୍ଷିଣ ଗୋଲାର୍ଦ୍ଧରେ ଏହାକୁ ଜୁନ ସଂକ୍ରାନ୍ତି ରୂପରେ ଜଣାଯାଏ।

Winter solstice ର ବିପରୀତ ୨୦ ରୁ ୨୩ ଜୁନ୍ ଭିତରେ Summer solstice ମଧ୍ୟ ପାଳନ କରାଯାଇଥାଏ। ଏହା ବର୍ଷର ସବୁଠାରୁ ଲମ୍ବାଦିନ ଓ ସବୁଠାରୁ ଛୋଟ ରାତି ହୋଇଥାଏ। ସେଭଳି ୨୧ ମାର୍ଚ୍ଚ ଓ ୨୩ ସେପ୍ଟେମ୍ବରରେ ଦିନ ଓ ରାତିର ସମୟ ସମାନ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.