ଦୁନିଆର ସବୁଠାରୁ ଧନୀ କ୍ରିକେଟର ବିରାଟ କୋହଲି, କିନ୍ତୁ ଏହି ଫୁଟବଲ ଖେଳାଳିଙ୍କ ଠାରୁ କମାନ୍ତି ୫ ଗୁଣା କମ୍ ପଇସା

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଦୁନିଆର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରେ ଅନ୍ଯତମ। ବିରାଟ ଯେତିକି ଆୟ କରନ୍ତି, ଦୁନିଆର କୌଣସି ବି କ୍ରିକେଟର ସେତିକି ଆୟ କରନ୍ତି ନାହିଁ। ଫୋବର୍ସ ଲିଷ୍ଟ ହିସାବରେ ବିରାଟ ଏହି ମାମଲାରେ ଆର୍ଜେଣ୍ଟିନା ଫୁଟବଲ ଖେଳାଳି ଲିୟୋନେଲ ମେସି ବହୁଙ୍କ ଠାରୁ ବହୁତ ପଛରେ। ଫୋବର୍ସ ଲିଷ୍ଟରୁ ଇଣ୍ଡିଆ ଟିମର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟପ୍ ୧୦୦ ତାଲିକାରୁ ବାଦ ପଡିଛନ୍ତି।

ବିରାଟଙ୍କ ଆୟ ମେସିଙ୍କ ଠାରୁ ୫ ଗୁଣା କମ୍। ବିରାଟ ଗତ ୧ ବର୍ଷ ମଧ୍ୟରେ ୧୭୫ କୋଟି ଟଙ୍କା ଆୟ କରିଥିବା ବେଳେ ମେସି ପାଖାପାଖି ୮୮୯ କୋଟି ଟଙ୍କା ଆୟ କରନ୍ତି। ଫୋବର୍ସ ଲିଷ୍ଟରେ ମେସିଙ୍କ ସ୍ଥାନ ୧ ନଂରେ ରହିଛି। ଗତବର୍ଷ ମେସି ବିଜ୍ଞାପନରୁ ପ୍ରାୟତଃ ୬୪୪ କୋଟି ଟଙ୍କା ଆୟ କରିଛନ୍ତି। ସେହିପରି ବିଜେତା ପୁରସ୍କାର ଏବଂ ଦରମା ମିଶାଇ ବାର୍ଷିକ ୨୪୫ କୋଟି ଟଙ୍କା ଆୟ କରନ୍ତି। ମେସିଙ୍କ ପାଖରେ Ferrari 335 s spider scaglietti, Ferrari F430 spyder, Maserati Gran turismo MC stradale, land rover ଭଳି ଗାଡି ରହିଛି।

messi

ବିରାଟ ଗତବର୍ଷ ବିଜ୍ଞାପନ କରି ୧୪୭ କୋଟି ଟଙ୍କା ଆୟ କରିଛନ୍ତି। ସେହିପରି ଦରମା ଏବଂ ବିଜେତା ପୁରସ୍କାର ବାବଦରେ ଅର୍ଥ ମିଶି ୨୮ କୋଟି ଟଙ୍କା ରହିଛି। ବିରାଟଙ୍କ ପାଖରେ Q7, Audi RS5, AUDI RS 6, A8 L, R8V10 LMX, Bentley continental GT, Range Rover Vouge ଭଳି ଗାଡି ରହିଛି।

Leave A Reply

Your email address will not be published.