Below header

ମୋହନା ଟାଙ୍କିଲିପଦରରେ ଗୋ-ହତ୍ୟା, ଜଙ୍ଗଲିଆ ବୁଦା ଭିତରେ ଚାଲିଥିଲା ମାଂସ ବଣ୍ଟା, ଗାଈ ଚରାଳିକୁ ଦେଖି ଚମ୍ପଟ ମାରିଲେ ଦୁର୍ବୃତ୍ତ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଟାଙ୍କିଲିପଦର ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଜର୍ସି ଗାଈ କୁ ଅତି ନିର୍ମମ ଭାବେ ହତ୍ୟା କରି ମାଂସ ଭାଗ ବଣ୍ଟାଯାଇଥିବାର ଦେଖିବାକୁ ମିଳିଛି। ତେବେ ସ୍ଥାନୀୟ ଗ୍ରାମବାସୀ ଚଢ଼ାଉ କରି ଉକ୍ତ ଗୋ- ମାଂସ କଟାଳିଙ୍କ ଯୋଜନାକୁ ପଣ୍ଡ କରି ଦେଇଥିବା ଜଣାପଡିଛି।

ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲବାରସିଂ ପଞ୍ଚାୟତର ଟାଙ୍କିଲିପଦର ଘାଇ ନିକଟରେ ରବିବାର ସଂନ୍ଧ୍ୟା ସମୟରେ କିଛି ଲୋକ ଏକ ବୁଦା ନିକଟରେ ଗୋଟିଏ ଜର୍ସି ଗାଈକୁ ହତ୍ୟା କରି ମାଂସ ଭାଗ ପକାଇଥିଲେ। ତେବେ ସେହି ସମୟରେ ଗ୍ରାମର ଜଣେ ଲୋକ ଗାଈ ଚରାଇବାକୁ ଯାଇ ଏହି ଘଟଣାକୁ ଦେଖିଥିଲେ । ଗାଈ ଚରାଳିକୁ ଦେଖି ମାଂସ କଟାଳି ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ସମ୍ପର୍କରେ ଟାଙ୍କିଲିପଦର ଗ୍ରାମବାସୀ ଜାଣିବା ପରେ ଅସନ୍ତୋଷ ପ୍ରକାଶ କରି ଘଟଣା ସ୍ଥଳକୁ ଯାଇ ଦେଖିଥିଲେ ।

ଗ୍ରାମବାସୀଙ୍କ କହିବା ଅନୁସାରେ କଟାଯାଇଥିବା ଗାଈଟି ଆଖପାଖ ଅଞ୍ଚଳର । ତେବେ କେହି ଚୋରି କରି ଗାଈଟିକୁ ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରାଯାଉଛି । ପୂର୍ବରୁ ମଧ୍ୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ଗୋ ହତ୍ୟା ଏବଂ ଗୋ ମାଂସ ଚାଲାଣ ଚାଲିଥିବାର ନଜିର ରହିଛି। ଆଇନ ଅଛି ଦଣ୍ଡ ବିଧାନ ବି ଅଛି, ହେଲେ କାର୍ଯ୍ୟାନୁଷ୍ଠାନ ହେଉନଥିବା ଯୋଗୁଁ ଆଇନକୁ ଆଖିଠାର କରି ଦିନକୁ ଦିନ ନିରୀହ ଗୋରୁ ଗାଈଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରାଯାଉଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.