ଚାଣକ୍ୟ ନୀତି : ଏହିସବୁ ସ୍ଥାନରେ ହାତ ଖୋଲା କରି ଖର୍ଚ୍ଚ କରନ୍ତୁ ଟଙ୍କା , କମିବା ବଦଳରେ ଦ୍ରୁତ ଭାବେ ବଢିବ ଆପଣଙ୍କ ବ୍ୟାଙ୍କ ବାଲାନ୍ସ

ଭବିଷ୍ୟତ ପାଇଁ ଟଙ୍କା ସଂଚୟ କରିବାକୁ ବଡ ଲୋକମାନେ ସର୍ବଦା ଉପଦେଶ ଦେଇଛନ୍ତି | କାରଣ ଅସୁବିଧା ସମୟରେ ଏହା କାମରେ ଲାଗିବ | ଅର୍ଥ ସଞ୍ଚୟ ପାଇଁ ଲୋକେ ତେଣୁ ବୁଝି ବିଚାରି ତାଙ୍କ ଖର୍ଚ୍ଚ କରିଥାନ୍ତି | ହେଲେ ଆପଣଙ୍କ ଆବଶ୍ୟକ ଛଡା ଏମିତି କିଛି ସ୍ଥାନରେ ହାତ ଖୋଲାକରି ଖର୍ଚ୍ଚ କରିବାକୁ କୁହାଯାଇଛି |

ଏହିସବୁ ସ୍ଥାନରେ ଖର୍ଚ କଲେ ଟଙ୍କା କମିବା ବଦଳରେ ଦ୍ରୁତ ଗତିରେ ବ୍ୟାଙ୍କ ବାଲାନ୍ସ ବଢିଥାଏ | ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ର ରେ ଅର୍ଥ ରୋଜଗାର କରିବା, ଖର୍ଚ କରିବା ଓ ସଂଚୟ କରିବା ଉପରେ କିଛି ଉପଦେଶ ଦେଇଛନ୍ତି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |

ଏହି ମାମଲାରେ ଖୋଲା କରି କରନ୍ତୁ ଖର୍ଚ୍ଚ :

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏମିତି କିଛି ସ୍ଥାନ ଓ ସ୍ଥିତି ସମ୍ପର୍କରେ କହିଛନ୍ତି ଯେଉଁଠି ଟଙ୍କା ଖର୍ଚ୍ଚ କରିବାରେ କଞ୍ଜୁସୀ କରିବା କଥା ନୁହେ | ବରଂ ଏଠାରେ ଖୋଲା କରି ଖର୍ଚ କଲେ ସୁଖ ସମୃଦ୍ଧି ବଢିବା ସହ ତାଙ୍କୁ ସମ୍ମାନ ଓ ଉନ୍ନତି ମିଳିଥାଏ |

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଗରିବ,ଅସହାୟ ଓ ଜରୁରୀ ଥିବା ଲୋକଙ୍କ ପାଇଁ ଟଙ୍କା ଖର୍ଚ କରିବାରେ କାର୍ପଣ୍ୟ କରନ୍ତୁ ନାହିଁ | ଏହି ଲୋକଙ୍କୁ ଭୋଜନ ଦେବା, ଶିକ୍ଷା ସ୍ୱାସ୍ଥ୍ୟ ସୁବିଧା ଦେବା ପାଇଁ ଯେତେ ଖର୍ଚ କଲେ ବି ଭଲ | ଦରକାର ପଡିଲେ ଆପଣଙ୍କ ଆୟ ର କିଛି ପ୍ରତିଶତ ସର୍ବଦା ଖର୍ଚ କରନ୍ତୁ |

ଚାଣକ୍ୟ କହିଛନ୍ତି ଏହି ଜନ୍ମରେ କରିଥିବା କାର୍ଯ୍ୟ ପର ଜନ୍ମରେ ସାଥିରେ ରହିଥାଏ | ତେଣୁ ଏହି ଜନ୍ମରେ ଯେତେ ପୁଣ୍ୟ କରିବା କଥା କରିବା ଉଚିତ |

ସମାଜ ସହିତ ଜଡିତ କାର୍ଯ୍ୟରେ ଯେତେ ଖର୍ଚ କଲେ ମାନ-ସମ୍ମାନ ଓ ଉନ୍ନତି ଦେଇଥାଏ | କାରଣ ବ୍ୟକ୍ତି ସମାଜରେ ରହିଥାଏ, ସେଠାରୁ କିଛି ଲାଭ ନେଇଥାଏ , ତେଣୁ ସମାଜ ପାଇଁ କିଛି କର୍ତ୍ତବ୍ୟ କରିବା କଥା |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.