ଚନ୍ଦ୍ରଶେଖରପୁର ଘରୁ ମିଳିଲା ମହିଳାଙ୍କ ମୃତଦେହ ରହସ୍ୟରେ ରହିଗଲା ସବୁ କିଛି

ଦୁନିଆରେ ପ୍ରତି ମୁହୂର୍ତ୍ତରେ ଅନେକ ଘଟଣା ଘଟୁଛି, କିଛି ତଥ୍ୟ କେତେବେଳେ ହୁଏତ ଆପଣମାନଙ୍କ ନିକଟରେ ଖବର ହୋଇ ପହଞ୍ଚି ପାରୁଛି, ଆଉ କେତେ କେତେ ଘଟଣା ସାମ୍ନାକୁ ଆସିପାରୁନି । ଆଜି ଏମିତି ଏକ ଘଟଣା ରଖୁଛୁ ଯେଉଁ କଥାଟି ହୁଏତ ଆପଣଙ୍କୁ ବିଚଳିତ କରିବ । ଭାବିବା ପାଇଁ ଆଉ ଆଖି ଭିଜିବା ପାଇଁ ଯଥେଷ୍ଟ ।

ଭୁବନେଶ୍ୱର : ଦୁନିଆରେ ପ୍ରତି ମୁହୂର୍ତ୍ତରେ ଅନେକ ଘଟଣା ଘଟୁଛି, କିଛି ତଥ୍ୟ କେତେବେଳେ ହୁଏତ ଆପଣମାନଙ୍କ ନିକଟରେ ଖବର ହୋଇ ପହଞ୍ଚି ପାରୁଛି, ଆଉ କେତେ କେତେ ଘଟଣା ସାମ୍ନାକୁ ଆସିପାରୁନି । ଆଜି ଏମିତି ଏକ ଘଟଣା ରଖୁଛୁ ଯେଉଁ କଥାଟି ହୁଏତ ଆପଣଙ୍କୁ ବିଚଳିତ କରିବ । ଭାବିବା ପାଇଁ ଆଉ ଆଖି ଭିଜିବା ପାଇଁ ଯଥେଷ୍ଟ ।

କାହାଣୀ ନୁହେଁ ନିଚ୍ଛକ ସତ ଘଟଣା । ଏଠି ବଣ ପୋଡି ଗଲେ ସମସ୍ତେ ଜାଣନ୍ତି । କିନ୍ତୁ ପାଖରେ ପଡୋଶୀ ଜଣେ ରହିଲେ କେହି ଜାଣନ୍ତିନି । କଣ ଏମିତି ବି ପଡୋଶୀ ଅଛନ୍ତି ଆଜିକାଲି ପାଖରେ ନିଜ ପଡୋଶୀ ଜଣକ କିଏ, କଣ କରେ ସେକଥା ଜାଣନ୍ତିନି । ଇଏ ହେଉଛି ଆଧୁନିକ ଯୁଗର ସମ୍ପର୍କ । ଭଡ଼ା ଘର ଛାଡ଼ନ୍ତୁ ଘର ପାଖରେ ଘର କରି ରହିଥିଲେ ବି କେହି କାହା ସହ ଭଲରେ ସମ୍ପର୍କ ରଖୁ ନାହାନ୍ତି । ଏମିତି ପରିସ୍ଥିତିରେ ଏକ ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ।

ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରେ ଘଟିଛି ଏହି ଘଟଣା । କିଛି ଦିନ ତଳେ ଘଟିଥିଲା । ଘଟଣାଦିନ ପ୍ରାୟ ଅପରାହ୍ନ ହୋଇ ଆସୁଥିବା ବେଳେ HIG 4/5 ରହୁଥିବା ପଡୋଶୀ ଲୋକନାଥ ମଲିକ ନାମକ ଜଣେ ବ୍ୟକ୍ତି ଚନ୍ଦ୍ରଶେଖରପୁର ଥାନାକୁ ଖବର କଲେ କି HIG 4/6ରେ ରହୁଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ପୋଲିସ ଖବର ପାଇ ଆସି ପହଂଚିଲା ସେହି ଘର ପାଖରେ। ସତକୁ ସତ ଜଣେ ମହିଳା ମରି ପଡିଛନ୍ତି । ସାଙ୍ଗେ ସାଙ୍ଗେ ତଦନ୍ତକାରୀ ଟିମ ଧରି ଛାନ୍ ଭିନ୍ କଲେ । ମିଳିଲାନି କୌଣସି ସୁରାକ । ଶେଷରେ ଚନ୍ଦ୍ରଶେଖର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ନେଇଗଲେ କ୍ୟାପିଟାଲ ହସ୍ପିଟାଲ ବ୍ୟବବଚ୍ଛେଦ ପାଇଁ । ବ୍ୟବଚ୍ଛେଦ ପରେ ତିନିଦିନ ଶବ ସଂରକ୍ଷଣ ଗୃହରେ ରହିଲା । କାହିଁକି ନା ସବୁଠାରୁ ଚକିତ କଲା ଭଳି କଥା ହେଉଛି ମହିଳା ଜଣଙ୍କର କିଛି ପରିଚୟ ମିଳି ପାରୁ ନଥିଲା। ସେ କିଏ କୋଉଠୁ ଆସିଲେ । ତାଙ୍କର କେହି ଅଛନ୍ତି କି ନାହାନ୍ତି । କିନ୍ତୁ ଏହି ମହିଳା ଘରର ମାଲିକାଣି ଥିଲେ । ହେଲେ ମହିଳାଙ୍କ ପରିଚୟ ଏଠି ଅଜଣା ଆଉ ଅଚିହ୍ନା ।

ତେବେ ମୃତଦେହର ପରିଚୟ ଏଠି ଅଜଣା ଶବ ଥିଲା । ମହିଳାଙ୍କ ଶବକୁ ଭୁବନେଶ୍ୱର ମହାନଗର ନିଗମର କର୍ମଚାରୀ ପୋଲିସ ସହଯୋଗରେ ମହାନଗର ଆମ୍ବୁଲାନ୍ସ ଯୋଗେ ସତ୍ୟ ନଗର ମଶାଣି ନେଇ ପହଞ୍ଚିଲେ । କାଠ ଯୁଇ ସଜାଡି ଦାହ ପାଇଁ ମହିଳାଙ୍କ ଶବକୁ ରଖା ଗଲା ଯୁଇରେ । ତେବେ ଏ ମହିଳା ଜଣଙ୍କ କିଏ କାହାର ମାଆ କି କାହାର ଝିଅ କି କାହାର ଭଉଣୀ ଅବା କାହାର ସ୍ତ୍ରୀ ସବୁ ରହିଗଲା ଅନ୍ଧାର ଭିତରେ। ପୋଲିସ ବି କିଛି ତଥ୍ୟ ପାଇଲା ନାହିଁ ଘର ଭିତରୁ। ପାଖ ପଡ଼ୋଶୀ କିଛି ବି କହି ପାରିଲେନି ମହିଳାଙ୍କ ବିଷୟରେ। ସେହି HIG 4/6ରେ ମହିଳା କେବେ ରହିଲେ, କେଉଁଠୁ ଆସିଲେ ଏମିତି ଅନେକ କଥା ରହିଗଲା ରହସ୍ୟ ଭିତରେ । ଶେଷରେ ପରିଚୟ ହଜିଗଲା ଯୁଇ ନିଆଁରେ ।

Leave A Reply

Your email address will not be published.