Below header

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ଫେବୃୟାରୀ ୧୭ରେ ହାଜର ହେବାକୁ ସିଏମ୍‌ କେଜ୍ରିଓ୍ଵାଲଙ୍କୁ କୋର୍ଟଙ୍କ ସମନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ବଡ଼ ଝଟ୍‌କା । ଇଡିର ବାରମ୍ବାର ସମନ ଜାରି ସତ୍ତ୍ୱେ ହାଜର ନ ହେବାରୁ କୋର୍ଟ କେଜ୍ରିଓ୍ଵାଲଙ୍କୁ ସମନ ଜାରି କରିଛନ୍ତି । କୋର୍ଟ ତାଙ୍କୁ ଫେବୃୟାରୀ ୧୭ରେ ହାଜର ହେବା ପାଇଁ କହିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ବଡ଼ ଝଟ୍‌କା । ଇଡିର ବାରମ୍ବାର ସମନ ଜାରି ସତ୍ତ୍ୱେ ହାଜର ନ ହେବାରୁ କୋର୍ଟ କେଜ୍ରିଓ୍ଵାଲଙ୍କୁ ସମନ ଜାରି କରିଛନ୍ତି । କୋର୍ଟ ତାଙ୍କୁ ଫେବୃୟାରୀ ୧୭ରେ ହାଜର ହେବା ପାଇଁ କହିଛନ୍ତି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ୫ ଥର ସମନ ଜାରି କରିିସାରିଛି । ଏହାସତ୍ତ୍ୱେ ସିଏମ୍‌ ହାଜର ନ ହେବାରୁ ଇଡି ପକ୍ଷରୁ ଏହା ବିରୋଧରେ କୋର୍ଟରେ ପିଟିସନ ଦାଖଲ କରାଯାଇଥିଲା । ପିଟିସନ ଶୁଣାଣି ବେଳେ ଦିଲ୍ଲୀର ରାଉସ୍‌ ଆଭେନ୍ୟୁ କୋର୍ଟ ବୁଧବାର ନିଷ୍ପତ୍ତି ଶୁଣାଇଛନ୍ତି ଏବଂ କେଜ୍ରିଓ୍ଵାଲଙ୍କୁ ଫେବୃୟାରୀ ୧୭ରେ ହାଜର ହେବାକୁ କହିଛନ୍ତି । ACMM ଦିବ୍ୟା ମାଲହୋତ୍ରା ଏହି ଆଦେଶ ଦେଇଛନ୍ତି ।

କହି ରଖୁଛୁ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପଚରାଉଚରା କରିବାକୁ ଚାହୁଁଛି । ଇଡି ତର୍କ ଦେଇଛି ଯେ ଏହି କେସ୍‌ରେ ତଦନ୍ତ ଏଜେନ୍ସି କେଜ୍ରିଓ୍ଵାଲଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଛି । ସିଏମ୍‌ଙ୍କୁ ୫ ଥର ସମନ ଜାରି ହୋଇସାରିଥିବା ବେଳେ କେଜ୍ରିଓ୍ଵାଲ କିନ୍ତୁ ଏହାକୁ ଅବୈଧ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ଖାରଜ କରି ଦେଇଥିଲେ ଏବଂ ଇଡି ସମ୍ମୁଖରେ ହାଜର ହୋଇ ନ ଥିଲେ ।

ଚଳିତ ମାସ ୨ ତାରିଖରେ ଇଡି ୫ମ ସମନ ଜାରି କରିଥିଲା । କେଜ୍ରିଓ୍ଵାଲ ହାଜର ନ ହେବାରୁ ଏଜେନ୍ସି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.