ଯଶପ୍ରୀତ୍‌ ବୁମରା ହେଲେ ବିଶ୍ୱର ୧ ନମ୍ବର ଟେଷ୍ଟ ବୋଲର, ରଚିଲେ ଇତିହାସ

ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଯଶପ୍ରୀତ୍ ବୁମରା । ଆଇସିସି ଟେଷ୍ଟ ବୋଲିଂ ରାଙ୍କିକ୍‌ରେ ୧ ନମ୍ବର ସ୍ଥାନ ହାସଲ କରିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ ଫାଷ୍ଟ ବୋଲର ।

ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଯଶପ୍ରୀତ୍ ବୁମରା । ଆଇସିସି ଟେଷ୍ଟ ବୋଲିଂ ରାଙ୍କିକ୍‌ରେ ୧ ନମ୍ବର ସ୍ଥାନ ହାସଲ କରିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ ଫାଷ୍ଟ ବୋଲର । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଥିଲେ ବୁମରା । ଦ୍ୱିତୀୟ ଟେଷ୍ଟରେ ବୁମରା ୯ଟି ୱିକେଟ ନେଇଥିଲେ । ଏହି ସଫଳତା ପରେ ଏବେ ସାଥୀ ଖେଳାଳି ଆର୍‌ ଅଶ୍ୱିନଙ୍କୁ ହଟାଇ ଆଇସିସି ଟେଷ୍ଟ ବୋଲିଂ ରାଙ୍କିକ୍‌ର ୧ ନମ୍ବର ସ୍ଥାନ ହାସଲ କରିଛନ୍ତି ବୁମରା ।

ପୂର୍ବରୁ ବୁମରାଙ୍କ ସର୍ବଶ୍ରେଷ୍ଠ ରାଙ୍କିକ୍‌ ଥିଲା ୩ ନମ୍ବର । ଏବେ ସେ ୧ ନମ୍ବର ସ୍ଥାନ ପାଇଛନ୍ତି । ଏହା ପୂର୍ବରୁ ଶ୍ରେଷ୍ଠ ରାଙ୍କିକ୍‌ ପାଇଥିବା ଭାରତୀୟ ଖେଳାଳି ଥିଲେ କପିଳ ଦେବ । ୧୯୭୯ ଡିସେମ୍ବରରୁ ୧୯୮୦ ଫେବୃୟାରୀ ଯାଏ ସେ ଦୁଇ ନମ୍ବର ସ୍ଥାନରେ ଥିଲେ । ୨୦୧୦ ଅକ୍ଟୋବର-ନଭେମ୍ବର ମାସରେ ତିନି ନମ୍ବର ସ୍ଥାନରେ ଥିଲେ ଜାହିର ଖାନ ।

ଯଶପ୍ରୀତ୍ ବୁମରା ଆଇସିସି ଟେଷ୍ଟ ରାଙ୍କିକ୍‌ରେ ପ୍ରଥମ ସ୍ଥାନ ହାସଲ କରିବାରେ ଚତୁର୍ଥ ଭାରତୀୟ ବୋଲର ହୋଇଛନ୍ତି । ତାଙ୍କ ପୂର୍ବରୁ ଆର ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ ବିଷନ ସିଂ ବେଦୀ ୧ ନମ୍ବର ଟେଷ୍ଟ ବୋଲର ସ୍ଥାନ ହାସଲ କରି ସାରିଛନ୍ତି, ସମସ୍ତେ ସ୍ପିନର ଥିଲେ । ବର୍ତ୍ତମାନ ବୁମରା ୧ ନମ୍ବର ସ୍ଥାନରେ ଥିବା ବେଳେ ଦ୍ୱିତୀୟରେ ଅଛନ୍ତି ଦକ୍ଷିଣ ଆଫ୍ରିକାର କାଗିସୋ ରାବଡ଼ା ଏବଂ ତୃତୀୟରେ ଅଛନ୍ତି ଭାରତର ଆର ଅଶ୍ୱିନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.