Below header

ସୁନ୍ଦର ଦେଖାଯିବା ପାଇଁ ଘର ବିକିଲେ ମହିଳା, ସେହି ଟଙ୍କାରେ କଲେ ପ୍ଲାଷ୍ଟିକ ସର୍ଜରୀ

ସୋସିଆଲ ମିଡିଆରେ ନିଜ ପ୍ଲାଷ୍ଟିକ ସର୍ଜରୀ ଷ୍ଟୋରୀ ସେୟାର କଲେ ମହିଳା । କହିଲେ ଏହି ସର୍ଜରୀ ପରେ ତାଙ୍କ ଲାଇଫ୍‌ରେ କେମିତି ଏକ ବଡ ପରିବର୍ତ୍ତନ ଆସିଛି। ମହିଳା ଜଣକ ବ୍ରେଷ୍ଟ ରିଡକ୍ସନ୍‌ ସର୍ଜରୀ କରିଛନ୍ତି । ଏହି ସର୍ଜରୀ କରିବା ପାଇଁ ତାଙ୍କ ପାଖରେ ସେତିକି ଅର୍ଥ ନଥିଲା । ଯେଉଁଥିପାଇଁ ସେ ନିଜ ଘର ବିକ୍ରି କରିଦେଇଥିଲେ ।

ବର୍ତ୍ତମାନ ସମୟରେ ପ୍ରାୟତଃ ଲୋକ ନିଜ ଫିଗରକୁ ନେଇ ବହୁତ ସଚେତନ ରହୁଛନ୍ତି । ଏଥିପାଇଁ ଲୋକମାନେ ନିଜ ଫିଗର ଠିକ୍‌ କରିବା ପାଇଁ ପ୍ଲାଷ୍ଟିକ ସର୍ଜରୀର ସାହାଯ୍ୟ ନେଉଛନ୍ତି । ଯେଉଁ ଲୋକମାନେ ପ୍ଲାଷ୍ଟିକ ସର୍ଜରୀ କରୁଛନ୍ତି, ସେମାନେ ଏଥିପାଇଁ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି ।

କିଛି ଦିନ ପୂର୍ବରୁ ଜଣେ ମହିଳା ସୋସିଆଲ ମିଡିଆରେ ତାଙ୍କ ପ୍ଲାଷ୍ଟିକ ସର୍ଜରୀ ଷ୍ଟୋରୀ ସେୟାର କରିଥିଲେ। ମହିଳା ଜଣକ କହିଥିଲେ କି, ଏହି ସର୍ଜରୀ ପରେ ତାଙ୍କ ଲାଇଫ୍‌ରେ କେମିତି ଏକ ବଡ ପରିବର୍ତ୍ତନ ଆସିଛି। ମହିଳା ଜଣକ ବ୍ରେଷ୍ଟ ରିଡକ୍ସନ୍‌ ସର୍ଜରୀ କରିଛନ୍ତି । ଏହି ସର୍ଜରୀ କରିବା ପାଇଁ ତାଙ୍କ ପାଖରେ ସେତିକି ଅର୍ଥ ନଥିଲା । ଯେଉଁଥିପାଇଁ ସେ ନିଜ ଘର ବିକ୍ରି କରିଦେଇଥିଲେ ।

୩୩ ବର୍ଷିୟ ଭିକ୍ଟୋରିଆ ଶର୍ମା ସର୍ଜରୀ ପୂର୍ବରୁ ନିଜ ଲାଇଫ୍‌ ବିଷୟରେ ସେୟାର କରିଥିଲେ । ସେ କହିଥିଲେ ସର୍ଜରୀ ପୂର୍ବରୁ ତାଙ୍କ ବ୍ରେଷ୍ଟ ବହୁତ ବଡ ଥିଲା । ଯାହା କାରଣରୁ ତାଙ୍କୁ ସାଧାରଣ ଜୀବନ ଅତିବାହିତ କରିବାରେ ବହୁତ ଅସୁବିଧା ହେଉଥିଲା । ଏଥିପାଇଁ ତାଙ୍କ ଚେଷ୍ଟରେ ବହୁତ କଷ୍ଟ ଅନୁଭବ ହେବାକୁ ଲାଗିଲା । ଏହା ସହ ସେ ନିଜ ପିଲାଙ୍କୁ ବି ଧରିପାରୁନଥିଲେ ।ଏହାପରେ ସେ ବ୍ରେଷ୍ଟ ରିଡକ୍ସନ୍‌ ସର୍ଜରୀ କରିବା ପାଇଁ ଚାହିଁଲେ । କିନ୍ତୁ ଭିକ୍ଟୋରିଆଙ୍କ ପାଖରେ ସେତିକି ଅର୍ଥ ନଥିଲା । ଯେଉଁଥି ପାଇଁ ସେ ତାଙ୍କ ଘର ବିକି ଦେଇଥିଲେ ଓ ପ୍ଲାଷ୍ଟିକ ସର୍ଜରୀ କରିଥିଲେ ।

ଭିକ୍ଟୋରିଆ କହିଛନ୍ତି ସର୍ଜରୀ ପୂର୍ବରୁ ତାଙ୍କ ଲାଇଫ୍‌ରେ ବହୁତ ଅସୁବିଧା ହେଉଥିଲା । ତାଙ୍କୁ ଫିଟିଙ୍ଗ ପୋଷାକ ମିଳୁନଥିଲା । ଯାହାଫଳରେ ତାଙ୍କ ପାଖରେ ପୋଷାକ ବହୁତ କମ୍ ଥିଲା । ଏହାସହ ସେ ଯେକୌଣସି ପୋଷାକ ପିନ୍ଧିଲେ ସୁଦ୍ଧା ଆତ୍ମବିଶ୍ୱାସ ଠିକ୍‌ ଭାବେ ଆସୁନଥିଲା । ସେଥିପାଇଁ ସେ ଏହି ନିଷ୍ପତି ନେଲେ ଓ ବ୍ରେଷ୍ଟ ରିଡକ୍ସନ୍‌ ସର୍ଜରୀ କରାଇଲେ ।

ଏହି ସର୍ଜରୀ କରିବା ପରେ ଭିକ୍ଟୋରିଆ ତାଙ୍କ ପରିବାର ସହ ଭଡା ଘରେ ରହୁଛନ୍ତି । ହେଲେ ଏଥିପାଇଁ ସେ ଅନୁତାପ କରୁନାହାନ୍ତି । ଭିକ୍ଟୋରିଆ କହିଲେ ଏହା ତାଙ୍କ ଜୀବନର ସବୁଠାରୁ ଭଲ ନିଷ୍ପତି ଥିଲା । ସେ ତାଙ୍କ ବ୍ରେଷ୍ଟରୁ ପାଞ୍ଚ କପ୍‌ ସାଇଜ୍‌ କମ୍‌ କରିଲେ । ଏହି ସର୍ଜରୀ ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ବର୍ତ୍ତମାନ ଭିକ୍ଟୋରିଆ ବହୁତ ଖୁସିରେ ନିଜ ଜୀବନ ଅତିବାହିତ କରୁଛନ୍ତି । ଏଥିପାଇଁ ସେ କୌଣସି ପ୍ରକାରର ଅନୁତପ୍ତ ନୁହଁନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.