ପରିବାରକୁ ହରାଇବା କଷ୍ଟକୁ ସହିପାରିଲେନି ଭାଇ ଭଉଣୀ, ଶେଷରେ ନିଜ ଜୀବନ ହାରିଦେଲେ

ବାପା ମା’ ଏବଂ ଭାଇ ଭଉଣୀଙ୍କ ମୃତ୍ୟୁକୁ ସହିପାରିନଥିଲେ ଭାଇ ଭଉଣୀ । କିଛି ମାସ ପୂର୍ବରୁ ପରିବାରର ୪ ଜଣ ସଦସ୍ୟ ମୃତ୍ୟୁବରଣ କରିଥିବା ବେଳେ ବଞ୍ଚିଯାଇଥିବା ଦୁଇ ଭାଇ ଭଉଣୀ ଶେଷରେ ମୃତ୍ୟୁକୁ ନିଜର କରିଛନ୍ତି । ଗୁଜରାଟର ଭାବନଗରରେ ଘଟିଛି ଏମିତି ଘଟଣା ।

ଗୁଜୁରାଟ : ଗୁଜରାଟର ଭାବନଗର ଜିଲ୍ଲା ଅନ୍ତର୍ଗତ ଘଟିଛି ଏକ ଅଭାବନୀୟ ଘଟଣା । ଏକ ପରିବାରର ଭାଇ ଭଉଣୀ ଫିନାଇଲ୍‌ ପିଇ ଆତ୍ମହତ୍ୟା କରିଛନ୍ତି ।  ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ସେହି ପରିବାରରେ କିଛି ମାସ ପୂର୍ବରୁ ବାପା, ମା ସହ ଦୁଇ ପିଲା ବିଷ ପିଇ ଆତ୍ମହତ୍ୟା କରିଥିଲେ । ସେହି ଦୁଃଖକୁ ସହିନ ପାରି ଭାଉ ଭଉଣୀ ବିଷ ପିଇଦେଇଥିଲେ ।

ପୋଲିସ  ସବଇନ୍ସପେକ୍ଟର ଡି.ଭି.ଡାଗର କହିଛନ୍ତି ଯେ, ସେହୋର ଅନ୍ତର୍ଗତ ସୋନଗଡ ଥାନା ରିଷିତା ମୋରାଡିୟା(୨୫) ଏବଂ ତାଙ୍କ ଭାଇ ପାର୍ଥ(୨୧) ଶୁକ୍ରବାର ଦିନ ପ୍ରାୟ ୩:୩୦ଟା ସମୟରେ ଦୁଇଜଣ ଫିନାଇଲ୍‌ ପିଇଥିଲେ ।  ଡାକ୍ତରଖାନା ନେବା ସମୟରେ ତାଙ୍କର ମୃତ୍ୟୁ ଘଟିଛି ।

ଜୁନ ୮ ସୁରଟରେ ହୀରା କର୍ମଚାରୀ ବିନୁଭାଇ ମୋରାଡିୟା(୫୫),ତାଙ୍କ ପନ୍ନୀ ଶାରଦାବେନ, ଝିଅ ସାଇନିତା(୧୯) ଏବଂ ପୁଅ କୃଷ୍ଣ(୧୭) ଙ୍କର ସୁରଟରେ ଥିବା ଘରେ ବିଷାକ୍ତ ପଦାର୍ଥ ଖାଇବା ଦ୍ୱାରା ମୃତ୍ୟୁ ଘଟିଥିଲା । ସେହି ସମୟରେ ରିଷିତା ଓ ପାର୍ଥ ଘରୁ ବାହାରକୁ ଯାଇଥିଲେ ।

ପୋଲିସ କହିଛନ୍ତି ଯେ, ପିତାମାତାଙ୍କ ମୃତ୍ୟୁ ପରେ ରିଷିତା ଓ ପାର୍ଥ ତାଙ୍କ ସମ୍ପର୍କୀୟଙ୍କ ସହ ସୁରଟରେ ରହୁଥିଲେ । ପରିବାରର ଚାରିଜଣଙ୍କ ମୃତ୍ୟୁ ପରେ ରିଷିକା ଓ ପାର୍ଥ ପିତାମାତା ଓ ଭାଇ ଭଉଣୀଙ୍କ ମୃତ୍ୟୁର ଦୁଃଖରୁ ବାହାରି ପାରୁନାହାନ୍ତି । ରିଷିତା ଓ ପାର୍ଥ ମୃତ୍ୟୁର କିଛି ଦିନ ପୂର୍ବରୁ ସେହୋର ଅନ୍ତର୍ଗତ ନିଜ ଗାଁ ପାଦପାନକୁ ଫେରି ଆସିଥିଲେ ।

ଏହା ପୂର୍ବରୁ ରିଷିକା ମୃତ୍ୟୁର ଦୁଇ ଦିନ ପରେ ଫିନାଇଲ୍‌ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କୁ ଡାକ୍ତରଖାନା ନେଇ ଯିବା ଯୋଗୁ ସେ ବଞ୍ଚି ଯାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.