ଭାରତରେ ଖୁବଶୀଘ୍ର ଲଞ୍ଚ ହେବ 2023 Hero Karizma XMR 210, ଜାଣନ୍ତୁ କଣ ରହିଛି ଫିଚର୍ସ

ପୂର୍ବରୁ Hero Karizma ଦେଶରେ ପୋଷ୍ଟର ବାଇକ୍ ଥିଲା, ଯାହା ବାଇକ୍‌ ପ୍ରେମୀଙ୍କ ପ୍ରଥମ ପସନ୍ଦ ଥିଲା । ତେବେ ବାଇକ ପ୍ରେମୀଙ୍କ ପାଇଁ ଏହାର ନୂଆ ଭର୍ସନ 2023 Hero Karizma XMR 210 ୨୯ ଅଗଷ୍ଟ ୨୦୨୩ରେ ଲଞ୍ଚ ହେବ । ହିରୋ ମୋଟୋକର୍ପ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଲଞ୍ଚ ତାରିଖ ଘୋଷଣା କରିଛି ।

ହିରୋ ଏହାର ଆଇକନିକ୍ ବାଇକ୍ ହିରୋ Karizma କୁ ଚଳିତ ମାସ ଶେଷରେ ନୂଆ ଏବଂ ଉନ୍ନତ ଫିଚର ସହିତ ଲଞ୍ଚ କରିବ । ପୂର୍ବରୁ Hero Karizma ଦେଶରେ ପୋଷ୍ଟର ବାଇକ୍ ଥିଲା, ଯାହା ବାଇକ୍‌ ପ୍ରେମୀଙ୍କ ପ୍ରଥମ ପସନ୍ଦ ଥିଲା । ତେବେ ବାଇକ ପ୍ରେମୀଙ୍କ ପାଇଁ ଏହାର ନୂଆ ଭର୍ସନ 2023 Hero Karizma XMR 210 ୨୯ ଅଗଷ୍ଟ ୨୦୨୩ରେ ଲଞ୍ଚ ହେବ । ହିରୋ ମୋଟୋକର୍ପ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଲଞ୍ଚ ତାରିଖ ଘୋଷଣା କରିଛି । ୨୦୨୩ରେ ହିରୋ ହୋଣ୍ଡା Karizma XMR 210କୁ ମାର୍କେଟରେ ଲଞ୍ଚ କରିବ । ଏହାର ଷ୍ଟ୍ରଙ୍ଗ୍‌ ଡିଜାଇନ୍‌ ଏବଂ ପାଓ୍ଵାରଫୁଲ ଇଞ୍ଜିନ୍‌ କାରଣରୁ ଲୋକମାନେ ଏହି ବାଇକକୁ ପସନ୍ଦ କରିଛନ୍ତି, ଯାହା ସ୍ପୋର୍ଟ୍ସ ବାଇକକୁ ନେଇ ତିଆରି କରାଯାଇଛି । ୨୦୦୭ରେ ଏହି ବାଇକରେ ପରିବର୍ତ୍ତନ କରାଯାଇଥିଲା । ପରେ ହିରୋ ହୋଣ୍ଡା ଅଲଗା ହୋଇଥିଲା ଏବଂ ହିରୋ ମୋଟୋକର୍ପ ଦାୟିତ୍ୱ ଗ୍ରହଣ କରିଥିଲା । ୨୦୧୪ରେ Karizmaର ଏକ ନୂଆ ଭର୍ସନ ଆସିଥିଲା । କିନ୍ତୁ ଏହାର ଭର୍ସନ ପୂର୍ବ ଭର୍ସନ ପରି ଲୋକପ୍ରିୟ ହୋଇପାରି ନଥିଲା । କିନ୍ତୁ ଆସୁଥିବା ମଡେଲରେ ଅନେକ ଜିନିଷ ଭିନ୍ନ ହୋଇପାରେ । ପୂର୍ବ ମଡେଲ ପରି ଏହା ଲୋକପ୍ରିୟ ହୋଇପାରିବ କି ନାହିଁ ତାହା ସମୟ କହିବ ।

ଏହି ଡିଜିଟାଲ୍ ଉପସ୍ଥାପନା ଇନଷ୍ଟାଗ୍ରାମରେ abin_deisgns_511ରୁ ଆସିଛି । ସେ ହେଉଛନ୍ତି ଦେଶର ସବୁଠାରୁ ଲୋକପ୍ରିୟ ଡିଜିଟାଲ କଳାକାରମାନଙ୍କ ମଧ୍ୟରୁ ଜଣେ । ଏହି କନସେପ୍ଟରେ, Karizma କିପରି ଦେଖାଯିବ ସେ ବିଷୟରେ କହିଛନ୍ତି । ହିରୋ ମୋଟୋକର୍ପ ଟିଜରରେ ପ୍ରକାଶ କରାଯାଇଛି । ଏହି ଡିଜାଇନର୍ ସେହି ଟିଜରରୁ କିଛି ଏଲିମେଣ୍ସ ଆଣି ଏହି ମୋଟରସାଇକେଲ୍ ତିଆରି କରିଥିଲେ । ଫ୍ରଣ୍ଟରେ ଏଲଇଡି DRL, କମ୍ପାକ୍ଟ ୱିଣ୍ଡ ଭିଜର୍, ସ୍ପୋର୍ଟି ହ୍ୟାଣ୍ଡେଲବାର୍ ଏବଂ ରିଭ୍ୟୁ ମିରର ସହିତ ଏକ ଆକର୍ଷଣୀୟ ବଡି ଗ୍ରାଫିକ୍ସ, ଏକ ଆଲୋଇ ହ୍ଵିଲ୍ସ , ଏକ ଫ୍ୟୁଲ ଟ୍ୟାଙ୍କ, ଏକ ସ୍ପିଲ୍ଟ ସିଟ୍ସେଟଅପ୍, ଏକ କମ୍ପାକ୍ଟ ଏକ୍ସହଷ୍ଟ ପାଇପ୍ ଏବଂ ବ୍ଲାକ ସାଇଡ୍‌ ବଡି ପ୍ୟାନେଲ୍ସ ଏବଂ ଆହୁରି ଅନେକ ସୁବିଧା ରହିଛି ।|

ଏଥିରେ ଏକ ନୂଆ 210-ସିସି ଲିକ୍ୱିଡ-କୋଲ୍ଡ ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ ସାମିଲ ରହିଛି । ଏହା ଏକ ସ୍ପୋର୍ଟି 6-ସ୍ପିଡ୍ ଗିଅରବକ୍ସ ସହିତ ଆସିପାରେ । 200-ସିସି ସେଗମେଣ୍ଟର ଏକ ବାଇକ୍ ହୋଇଥିବାରୁ ଏଥିରେ ଡୁଆଲ୍-ଚ୍ୟାନେଲ୍ ଏବିଏସ୍, ଟେଲିସ୍କୋପିକ୍ ଫର୍କ ଫ୍ରଣ୍ଟ୍ ସସପେନ୍ସନ୍ ଏବଂ ରିଅର ପାଇଁ ଏକ ମୋନୋଶକ୍ ସେଟଅପ୍ ରହିବ ବୋଲି କୁହାଯାଉଛି । Karizma XMR 210 ୟାମାହା R15 V4 ଏବଂ ସୁଜୁକି ଜିକ୍ସର୍ SF 250 ଭଳି ପ୍ରତିଦ୍ୱନ୍ଦିତା କରିପାରିବ । ଏହାର ଏକ୍ସ-ସୋ’ରୁମ୍ ମୂଲ୍ୟ ପ୍ରାୟ ୧.୮୦ ଲକ୍ଷ ଟଙ୍କା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.