ବାରରେ ବୋତଲ ଉପରେ ଛିଡ଼ା ହୋଇ ଯୋଗ କରିବାକୁ କରୁଥିଲେ ଚେଷ୍ଟା, କିନ୍ତୁ ଫଳ ହେଲା ଓଲଟା…..

ଯୋଗୀ ହେବା ଏତେଟା ସହଜ ନୁହେଁ । ମନ ଓ ଶରୀର ଉଭୟ ଥିରେ ଏକାଗ୍ରତା ଆସିଲେ ହିଁ ଜଣେ ଯୋଗୀ ହୋଇପାରେ । ଯେବେ ପର୍ଯ୍ୟନ୍ତ ଏଗୁଡିକ ହାସଲ ହୋଇନଥାଏ  । ସେ ପର୍ଯ୍ୟନ୍ତ ଜଣେ ଯୋଗୀ ହୋଇ ପାରିବ ନାହିଁ । ଏହି ଯୋଗାଭ୍ୟାସ ହିଁ ଜଣଙ୍କ ଜୀବନରେ ଉନ୍ନତି ଆଣିଥାଏ । କିଛି ଜଣ ଏହାକୁ ସୁସ୍ଥ ଶରୀର ପାଇବା ପାଇଁ କରୁଥିବା ବେଳେ କିଛି ଜଣ ମଜା ନେବା ପାଇଁ ଯୋଗ କରୁଥିବା ଜଣାଯାଇଛି । ଆଉ ଏହି ମଜା ନେଉ ନେଉ କେତେବେଳେ ଏହା ସଜା ପାଲଟି ଯାଏ । ଏହି ନିକଟରେ ବିଭିନ୍ନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ଯିଏ ବି ଦେଖୁଛନ୍ତି ଅବାକ ହୋଇଯାଉଛନ୍ତି । ତ ଆଉ କିଏ କିଏ ହସି ହସି ଗଡ଼ି ଯାଉଛନ୍ତି । ପ୍ରକୃତରେ ଘଟଣାଟି ଘଟିଛି ଏହିପରି | ଜଣେ ମହିଳା ମଦ ବାର ଟେବଲ ଉପରେ ରଖାଯାଇଥିବା ଦୁଇଟି ବୋତଲ ଉପରେ ପାଦ ରଖି ଯୋଗାସନ କରିବାକୁ ଚେଷ୍ଟା କରୁଛନ୍ତି  ।

ମାତ୍ର ୫ ସେକେଣ୍ଡର ଏହି କ୍ଲିପରେ ଆପଣ ଦେଖିପାରିବେ ମହିଳା ଜଣଙ୍କ ବାର ଟେବଲ ଉପରେ ରଖାଯାଇଥିବା ଦୁଇଟି କାଚ ବୋତଲ ଉପରେ ପାଦ ରଖି Pose କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଫଳ ହୋପିଛି ଓଲଟା । ଏହି ମଜାଳିଆ ଦୃଶ୍ୟ ଦେଖିବା ପରେ ଅନେକେ ଏହାକୁ Goddess Yoga Poseର ଆଖ୍ୟା ଦେଇଛନ୍ତି । ବୋତଲ ଉପରେ ନିଜ ବାଲାନ୍ସ ରଖିପାରିଲେଣି ଯୁବତୀ ଜଣଙ୍କ । ଭାରଶ୍ୟାମ ହରାଇ ଦୁମ କରି ତଳେ ପଡିଯାଉଛନ୍ତି । ଏହି ଭିଡିଓଟିକୁ ଜୁନ ୨୫ ତାରିଖରେ ହିଁ ସେୟାର କରାଯାଇଥିବା ଜଣାଯାଇଛି । ସେୟାର ହେବାର କିଛି ସମୟ ଭିତରେ ହିଁ ଏହାକୁ ୫୩ ହଜାରରୁ ଅଧିକ ଜଣ ଦେଖିସାରିଥିବା ବେଳେ ଏକ ହଜାରରୁ ଅଧିକ ସଂଖ୍ୟକ ଲାଇକ୍ସ ମିଳିସାରିଲାଣି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.