ସତ ହେଲା ଭବିଷ୍ୟବାଣୀ, ମହିଳା ଜିତିଲେ ୪ କୋଟି
ଲୋକମାନେ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଅନେକ ସମୟରେ ଜ୍ୟୋତିଷ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇଥାନ୍ତି ଏବଂ ବିଶେଷଜ୍ଞମାନଙ୍କର କିଛି ଭବିଷ୍ୟବାଣୀ ମଧ୍ୟ ସତ ହୋଇଥାଏ । ତେବେ ବର୍ତ୍ତମାନ, ଏଭଳି କିଛି ଘଟିଛି ଜଣେ ୫୯ ବର୍ଷୀୟ ଆମେରିକୀୟ ମହିଳାଙ୍କ କ୍ଷେତ୍ରରେ ।

ଲୋକମାନେ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଅନେକ ସମୟରେ ଜ୍ୟୋତିଷ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇଥାନ୍ତି ଏବଂ ବିଶେଷଜ୍ଞମାନଙ୍କର କିଛି ଭବିଷ୍ୟବାଣୀ ମଧ୍ୟ ସତ ହୋଇଥାଏ । ତେବେ ବର୍ତ୍ତମାନ, ଏଭଳି କିଛି ଘଟିଛି ଜଣେ ୫୯ ବର୍ଷୀୟ ଆମେରିକୀୟ ମହିଳାଙ୍କ କ୍ଷେତ୍ରରେ ।
ଯିଏ ଟାରୋଟ କାର୍ଡ ପଢାଇ ନିଜ ଜୀବନକୁ ବଦଳାଇ ଦବାରେ ସକ୍ଷମ ହୋଇଛନ୍ତି । ସୂଚନା ମୁତାବକ, ମହିଳା ଜଣକ ନିଜ ଆଗାମୀ ଜୀବନରେ ଧନର ଆଗମନ ବିଷୟରେ ପୂର୍ବ ସୂଚନା ପାଇଥିଲେ । ଯାହା ସତ ହୋଇଯାଇଛି । ଯାହାକୁ ଜାଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବ ।
ନିକଟରେ ଜେନିସି କାଉଣ୍ଟିର ଜଣେ ମହିଳା ମିଚିଗାନ ଲଟେରୀ ଜ୍ୟାକପଟରେ ୫୦୦,୦୦୦ ଡଲାର ପ୍ରାୟ ୪ କୋଟି ଟଙ୍କା ଜିତିଥିବା ଜଣାପଡିଛି । ମହିଳା ଜଣକ ଦାବି କରିଛନ୍ତି ଯେ ଏକ ଟାରୋଟ କାର୍ଡ ସେସନକୁ ଯାଇ ସେଠାରେ କାର୍ଡ ପଢାଇବା ଦ୍ୱାରା ସେ ସେହିଦିନ ଲଟେରୀ ଜିତିବାର ପୂର୍ବାନୁମାନ କରିଥିଲେ ।
ମହିଳାଙ୍କ କହିବାନୁସାରେ, ସେ ଟାରୋଟ କାର୍ଡ ସେସନ୍ କୁ ଯିବା ପାଇଁ ଫେଣ୍ଟନରେ ଥିବା ବିପି ଗ୍ୟାସ ଷ୍ଟେସନରୁ ସ୍କ୍ରାଚ୍ ଅଫ୍ ଟିକେଟ କିଣିଥିଲେ । ତେବେ ମହିଳା ଜଣକ ଟାରୋଟ କାର୍ଡ ପଢାଇବା ପରେ ଆଗାମୀ ଦିନରେ ଆର୍ଥିକ ଲାଭର ସୂଚନା ପାଇପାରିଥିଲେ । ଯଦିଓ ସେ ଲଟେରୀ ଜିତିବା ବିଷୟରେ କେବେ ଚିନ୍ତା କରିନଥିଲେ ତଥାପି ଭବିଷ୍ୟତ ବିଷୟରେ ଜାଣିବା ପାଇଁ ତାଙ୍କର ବହୁତ ଆଗ୍ରହ ଥିଲା ।
ତେବେ ଏସବୁ ଘଟଣାପରେ, ଶେଷରେ ଯେତେବେଳେ ସେ ତାଙ୍କ ଟିକେଟ୍ ସ୍କାନ୍ କରିଥିଲେ, ତାଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଥିଲା । ଯାହା ଦେଖି ସେ ନିଜେ ଆଶ୍ଚର୍ଯ୍ୟ ହୋଇଗଲେ । ମହିଳା ଜଣକ ମିଚିଗାନ୍ ଲଟେରୀ ଅଧିକାରୀଙ୍କୁ କହିଛନ୍ତି ଯେ ସେ ତାଙ୍କ ଜୀବନରେ ଲୋକଙ୍କୁ ସବୁବେଳେ କହିଥାନ୍ତି ଯେ ସେ ଦିନେନା ଦିନେ ଲଟେରୀ ଜିତିବେ ।