ଫୋନକୁ ଫ୍ୟାକ୍ଟ୍ରି ରିସେଟ କରିବାର ସଠିକ୍ ତରିକା କଣ, ଜାଣନ୍ତୁ ପ୍ରୋସେସ୍
ପୁରୁଣା ଫୋନକୁ ବିକିବା ପୂର୍ବରୁ ଏହି ଡାଟାକୁ ଡିଲିଟ୍ କରି ବିକ୍ରି କରୁଛନ୍ତି ତ, ନଚେତ ପରେ ଆପଣ ହଇରାଣରେ ପଡିପାରନ୍ତି ।

ନୂଆ ସ୍ମାର୍ଟଫୋନ୍ କିଣିବା ସମୟରେ ଅନେକ ଲୋକ ବହୁତ ଏକ୍ସାଇଟେଡ୍ ରହିଥାନ୍ତି । ଏମିତିରେ ଯେତେବେଳେ ବି ଲୋକମାନେ ନୂଆ ଫୋନ ଆସେ ସେତେବେଳେ ପୁରୁଣା ଫୋନକୁ କଣ କରିବେ ବିକ୍ରି କରିବେ କି କଣ କରିବେ ଏମିତି ଅନେକ ଭାବନା ତାଙ୍କ ମନକୁ ଆସେ । କିନ୍ତୁ ଏସବୁ ଭିତରେ ମନକୁ ଏକ ପ୍ରଶ୍ନ ଆସେ ଯେ ଏବେ ପୁରୁଣା ଫୋନର ଡାଟାକୁ କେମିତି ସୁରକ୍ଷିତ ରଖି ଫୋନକୁ ବିକ୍ରି କରିବା । ଏଥିପାଇଁ ଆପଣ ଫ୍ୟାକ୍ଟ୍ରି ରିସେଟର ସାହାରା ନେଇପାରିବେ । ଏହାକୁ କରିବା ପରେ ଆପଣଙ୍କ ପୁରୁଣା ଫୋନ୍ ପୁଣି ଥରେ ନୁଆ ଭଳି ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ କେମିତି କରିବେ କଣ ରହିଛି ଏହାର ପ୍ରୋସେସ୍ ।
ଯେବେବି ଆପଣ ପୁରୁଣା ଫୋନକୁ ବିକ୍ରି କରନ୍ତୁ, ଫୋନକୁ ବିକିବା ପୂର୍ବରୁ ତାକୁ ପ୍ରଥମେ ଫ୍ୟାକ୍ଟ୍ରି ରିସେଟ୍ କରିବା ଜରୁରୀ । ଏମିତି କଲେ ଆପଣଙ୍କ ଫୋନରେ ଆପଣଙ୍କର କୌଣସି ବି ପୁୁରୁଣା ଡାଟା ରହିବନାହିଁ । ଫୋନରେ ୟୁଜ୍ ହେଉନଥିବା ଆପ୍ସ ଏବଂ ମାଲେଓ୍ଵୟାର ରିମୁଭ୍ ହୋଇଯିବ । ଏହାପରେ ଆପଣ ନିଜ ଫୋନକୁ କୌଣସି ବି ଅନ୍ୟ ବ୍ୟକ୍ତିଙ୍କୁ ବିନା କିଛି ଚିନ୍ତାରେ ବିକ୍ରି କରିପାରିବେ ।
ସେଟିଙ୍ଗରୁ ଫ୍ୟାକ୍ଟ୍ରି ରିସେଟ୍ କେମିତି କରିବେ?
- ସର୍ବପ୍ରଥମେ ସେଟିଙ୍ଗ୍ ଆପକୁ ଯାଆନ୍ତୁ ଏବଂ ସିଷ୍ଟମର ବିକଳ୍ପ ଉପରେ କ୍ଲିକ କରନ୍ତୁ ।
- ତଳେ ସ୍କ୍ରୋଲ କରି ଫ୍ୟାକ୍ଟ୍ରି ରିସେଟର ଅପ୍ସନକୁ କ୍ଲିକ କରନ୍ତୁ ।
- ଆପଣଙ୍କୁ ଏଠାରେ ଡିଲିଟ୍ ଅଲ୍ ଡାଟା କିମ୍ବା ରିସେଟ୍ ଅପ୍ସନ ମିଳିବ ।
- ଏହାପରେ ଆପଣଙ୍କୁ ନିଜ ଫୋନର ପିନ୍ ଦେବାକୁ ହେବ ।
- ଏହାପରେ କନଫର୍ମ କରନ୍ତୁ ଏବଂ ରିସେଟକୁ ପୂରା କରନ୍ତୁ ।
ରିକଭରୀ ମୋଡରେ ଫ୍ୟାକ୍ଟ୍ରି ରିସେଟ୍ କେମିିତି କରିବେ ?
- ସର୍ବପ୍ରଥମେ ଫୋନର ପାଓ୍ଵାର ଅଫ୍ କରନ୍ତୁ ।
- ଏହାପରେ ପାଓ୍ଵାର ଏବଂ ଭଲ୍ୟୁମ ବଟନକୁ ଏକାସାଥିରେ ପ୍ରେସ୍ କରନ୍ତୁ ।
- ଏହାପରେ ନିଜ ଭାଷାକୁ ଚୟନ କରନ୍ତୁ ଏବଂ କନଫର୍ମ କରନ୍ତୁ ।
- ଭାଇଭ୍ ଡାଟା ଅପ୍ସନକୁ ଯାଇ ଫର୍ମାଟ ଡାଟା କରନ୍ତୁ ।
- ଏହାପରେ ଭେରିଫିକେସନ କୋଡ ଏଣ୍ଟର କରନ୍ତୁ ଏବଂ କନଫର୍ମ କରନ୍ତୁ ।
ଫୋନକୁ ଫ୍ୟାକ୍ଟ୍ରି ରିସେଟ୍ କରିବା ପୂର୍ବରୁ ନିଜ ଫୋନରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡାଟାର ବ୍ୟାକଅପ୍ ଅନ୍ୟ ଯାଗାରେ ସେଭ୍ କରିନିଅନ୍ତୁ । ଫୋନକୁ ଫ୍ୟାକ୍ଟ୍ରି ରିସେଟ୍ କରିବା ଦ୍ୱାରା ଡିଭାଇସରେ ସଫ୍ଟେଓ୍ଵୟାର ସମସ୍ୟା ବି ଦୂର ହୋଇପାରେ । ଫୋନ ଏକଦମ୍ ନୂଆ ଭଳି ଲାଗିବ । ଏବେ ଆପଣ ଫୋନକୁ ବିନା କୌଣସି ଟେନସନରେ ରିସେଲ କରିପାରିବେ ।