Below header

ମହିଳାଙ୍କ ହାତର କାଉଁରୀ ସ୍ପର୍ଶରେ ଜୀବନ୍ୟାସ ପାଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ

ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣରେ ନିଜକୁ ସମର୍ପି ଦେବା ଭାଗ୍ୟରେ ଥିଲେ ମିଳିଥାଏ । ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇବା ଏକ ପରମ ସୌଭାଗ୍ୟର କଥା। ତେବେ ଏମିତି ଏକ ସ୍ଥାନ ଯେଉଁଠି ମହିଳାଙ୍କ ହାତର କାଉଁରୀ ସ୍ପର୍ଶରେ ଜୀବନ୍ୟାସ ପାଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ।

ପିପିଲି(କେନ୍ୟୁଜ୍): ସେ ଭାବର ଠାକୁର । ତାଙ୍କୁ ଯିଏ ଭାବ ଭକ୍ତିର ସହ ମନ ଖୋଲି ଡ଼ାକିଛି ସେ ତା ନିକଟରେ ପହଂଚିଛନ୍ତି । କିଏ ପୂଜାର୍ଚ୍ଚନା କରି ତାଙ୍କର ନିକଟତର ହୋଇଛି ତ ଆଉ କିଏ ତାଙ୍କୁ ସେବା ଯୋଗାଇ ନିଜକୁ ତାଙ୍କର ପରମ ଭକ୍ତ ଭାବରେ ନିୟୋଜିତ କରାଇପାରିଛି । ତେବେ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣରେ ନିଜକୁ ସମର୍ପି ଦେବା ଭାଗ୍ୟରେ ଥିଲେ ମିଳିଥାଏ । ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇବା ଏକ ପରମ ସୌଭାଗ୍ୟ। ତେବେ ଏମିତି ଏକ ସ୍ଥାନ ଯେଉଁଠି ମହିଳାଙ୍କ ହାତର କାଉଁରୀ ସ୍ପର୍ଶରେ ଜୀବନ୍ୟାସ ପାଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ପୁରୀ ଜିଲ୍ଲା ସତ୍ୟବାଦୀ ସାରଙ୍ଗଯୋଡ଼ିରେ ।

ଏମାନେ ନିଜ ହାତର କାଉଁରୀ ସ୍ପର୍ଶରେ ଠାକୁରଙ୍କ ମୂର୍ତ୍ତି ଗଢି ନିଜକୁ ଶ୍ରୀଜଗନ୍ନାଥଙ୍କ ସେବାରେ ଲଗାଇ ପରିଛନ୍ତି । ସାରଙ୍ଗଯୋଡ଼ି ମଳୁଖ ପାଟଣା ଗ୍ରାମର ମିଶନ ଶକ୍ତିର ମହିଳାମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ଚତୁର୍ଦ୍ଧାମୂର୍ତୀଙ୍କ କାଠର ମୂର୍ତ୍ତି ଗଢିବାରେ ନିଜକୁ ନିୟୋଜିତ କରାଇଛନ୍ତି । ଗ୍ରାମରେ ଜୟ ଜଗନ୍ନାଥ ମହିଳା ଉତ୍ପାଦକ ଗୋଷ୍ଠୀର ମା’ମାନେ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣରେ ଲାଗି ପଡ଼ିଛନ୍ତି ।

jaga

ଏହି ମହିଳାମାନେ ବିଭିନ୍ନ କାର୍ଯ୍ୟ କରୁଥିବାବେଳେ ୨୦୦୫ ମସିହାରେ ଜୟ ଜଗନ୍ନାଥ ଉତ୍ପାଦକ ଗୋଷ୍ଠୀ ଗଠନ କରିଥିଲେ । ଏଥିରେ ଗ୍ରାମର ୧୦ ଗୋଟି ଗୋଷ୍ଠୀର ୫୦ ଜଣ ମହିଳାମାନଙ୍କୁ ନେଇ ଜୟ ଜଗନ୍ନାଥ ଉତ୍ପାଦକ ଗୋଷ୍ଠୀ ଗଠନ କରିଥିଲେ । ଏହି ଗୋଷ୍ଠୀର ମା’ମାନେ ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରିଥାନ୍ତି । ନିମ କାଠରେ ଠାକୁରଙ୍କ ବିଗ୍ରହ ନିର୍ମାଣ କରାଯାଉଥିବାବେଳେ ପ୍ରଥମେ କାଠକୁ କଟାଯାଇଥାଏ । ଏହାପରେ କାଠର ଖାଲ ଥିବା ଅଂଶରେ ପୁଟି ଲଗାଯାଇ ତାହାକୁ ସମାନ କରାଯାଇଥାଏ । ଏହା ପରେ ରଙ୍ଗ କାମ କରାଯାଇଥାଏ ।

ଏଥିପାଇଁ ନାଲି ନୀଳ ହଳଦିଆ କଳା ଧଳା ବାଦାମୀ ଗୋଲାପୀ ଆଦି ରଙ୍ଗରେ ମହାପ୍ରଭୁଙ୍କ ରଙ୍ଗ ଦିଆଯାଇଥାଏ । ବିଗ୍ରହର ଉଚ୍ଚତା ୬ ଇଂଚ ଠାରୁ ଆରମ୍ଭ ହୋଇ ଦେଢ ଫୁଟ ପର୍ଯ୍ୟନ୍ତ କରାଯାଇଥାଏ । ଏହାର ମୂଲ୍ୟ ୮୦୦ ଟଙ୍କାରୁ ଆରମ୍ଭ କରାଯାଇ ୩୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ରହିଛି । ବିଗ୍ରହ ନିର୍ମାଣ କରାଯିବା ପରେ ଏହାକୁ ରାଜ୍ୟ ସରକାରଙ୍କ ପଲ୍ଲୀଶ୍ରୀ ମେଳା ଠାରୁ ଆରମ୍ଭ କରି ବିଭିନ୍ନ ସଭା ସମିତି ଉତ୍ସବ ମହୋତ୍ସବରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି ।

jagannath

ମହାପ୍ରଭୁଙ୍କ ସେବା କରିବାର ଟିକିଏ ସୁଯୋଗ ପାଇବାକୁ କିଏ ବା ହାତଛଡ଼ା କରିବ । ଭକ୍ତି ଭାବରେ ତାଙ୍କ ସେବା କରିବା ପାଇଁ ମନରେ ଅହେତୁକ ଆଗ୍ରହ ଆସିଥାଏ । ତେବେ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣରେ ନିଜକୁ ସମର୍ପି ଦେବା ଭାଗ୍ୟରେ ମିଳିଥାଏ । ତେଣୁ ଲାଭ କ୍ଷତିର ହିସାବ ନ ରଖି ମିଶନ ଶକ୍ତିର ମା’ମାନେ ମହାପ୍ରଭୁଙ୍କ ବିଗ୍ରହ ପ୍ରତିଷ୍ଠାରେ ନିଜକୁ ସେମିତି ସମର୍ପି ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.