DRDO ରେ ବମ୍ପର ଭର୍ତ୍ତି, ଗ୍ରାଜୁଏଟ୍‌, ଡିପ୍ଲୋମା, ଆଇଟିଆଇ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଡିଆରଡିଓର ନାଭାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିକାଲ ଲାବ୍ରୋଟାରୀରେ ନିଯୁକ୍ତି ସୁଯୋଗ ।  ଗ୍ରାଜୁଏଟ୍‌, ଡିପ୍ଲୋମା କିମ୍ବା ଆଇଟିଆଇ କରିଥିଲେ ମିଳିବ ଚାକିରି । ତୁରନ୍ତ କରନ୍ତୁ ଆବେଦନ

ବିଶାଖାପାଟନମରେ ଥିବା ଡିଆରଡିଓର ନାଭାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିକାଲ ଲାବ୍ରୋଟାରୀରେ ନିଯୁକ୍ତି ସୁଯୋଗ । ଏଥିପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ । ଏଠାରେ ୬୨ ଗ୍ରାଜୁଏଟ/ଡିପ୍ଲୋମା/ଆଇଟିଆଇ ପଦବୀ ପାଇଁ ଅନଲାଇନ ଆବେଦନ ଗ୍ରହଣ କରାଯାଉଛି । ଆବେଦନ କରିବାର ଶେଷ ତାରିଖ ରୋଜଗାର ସମାଚାର ପତ୍ରରେ ବିଜ୍ଞାପନ ପ୍ରକାଶନର ୧୫ ଦିନ ଯାଏଁ ରହିଛି ।

ପଦବୀ ବିବରଣୀ : ୬୨

ଗ୍ରାଜୁଏଟସ ଅପାରଣ୍ଟିସ : ୨୮

ଡିପ୍ଲୋମା ଅପାରଣ୍ଟିସ : ୧୩

ଟ୍ରେଡ ଅପାରଣ୍ଟିସ : ୧୧

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୩ ଜୁନ୍‌ ୨୦୨୩ ରହିଥିବା ବେଳେ ଶେଷ ତାରିଖ ବିଜ୍ଞାପନ ପ୍ରକାଶ ହେବାର ୧୫ ଦିନ ପରେ ରହିଛି ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ସର୍ବନିମ୍ନ ୧୮ ବର୍ଷ ହେବା ଜରୁରୀ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରନ୍ତୁ ।

ଷ୍ଟାଇପେଣ୍ଡ : ଗ୍ରାଜୁଏଟ୍‌ ଅପାରଣ୍ଟିସ : ୯୦୦୦ /ମାସିକ

ଡିପ୍ଲୋମା ଅପାରଣ୍ଟିସ : ୮୦୦୦/ମାସିକ

ଚୟନ ପ୍ରକ୍ରିୟା :

ପ୍ରାର୍ଥୀଙ୍କ ଚୟନ ଡକ୍ୟୁମେଣ୍ଟ ଭେରିଫିକେସନ, ଏକାଡେମିକ ମେରିଟ/ଲିଖିତ ପରୀକ୍ଷା/ଇଣ୍ଟରଭ୍ୟୁ ଆଧାରରେ ହେବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://drive.google.com/file/d/1nnMtMprM4d8H-5grG-Ah6TonFBYVtBcd/view

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.