Below header

ଏଠାରେ ଗଞ୍ଜେଇ ଟାଣି ଯୁବତୀ କରନ୍ତି ଯୋଗ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଯୋଗ କରିବା ସ୍ୱାସ୍ଥ୍ୟ ପକ୍ଷେ ବହୁତ ଲାଭଦାୟକ ବୋଲି ଆମେ ଜାଣିଛେ। ସେହିପରି ଯୋଗ କରିବା ଷ୍ଟାଇଲ ମଧ୍ୟ ସମସ୍ତଙ୍କର ଅଲଗା ଅଲଗା ରହିଛି। ନିଜ ଯୋଗ ଷ୍ଟାଇଲକୁ ନେଇ ଏକ ଯୋଗ କ୍ଲାସ ଏବେ ଚର୍ଚ୍ଚାରେ। ଆମେରିକାରେ ମଧ୍ୟ ବହୁତ ଖାସ୍‌ ଅନ୍ଦାଜରେ ଯୋଗ କରାଯାଇଥାଏ। ସାନଫ୍ରାନସିକୋରେ ଥିବା ଏକ ଯୋଗ କ୍ଲାସରେ ସବୁ ଷ୍ଟୁଡେଣ୍ଟସଙ୍କୁ ଯୋଗ ଏବଂ ପ୍ରାଣାୟମ କରୁଥିବା ସମୟରେ ଗଞ୍ଜେଇ ସେବନ କରିବାକୁ ଦିଆଯାଇଥାଏ।

ଯୋଗ କ୍ଲାସକୁ ଚଲାଉଥିବା ଯୋଗ ଗୁରୁ ଡି ଡୁସଲ୍ଟ କୁହନ୍ତି ଏହି କ୍ଲାସ ୨୦୧୨ରେ ଆରମ୍ଭ କରାଯାଇଥିଲା ଏବଂ ଏବେ ଏହା ବହୁତ ଲୋକପ୍ରିୟ ହୋଇଗଲାଣି।

ganza ଏକ ୱେବସାଇଟ ଅନୁଯାୟୀ ଯୋଗ ଗୁରୁ ଡୁସଲ୍ଟ କହିଛନ୍ତି ଯେ ଯୋଗ ଆରମ୍ଭ କରିବାର ଅଧା ଘଣ୍ଟା ପୁର୍ବରୁ ଗଞ୍ଜେଇ ସେବନ କରାଯାଏ। ସବୁ ଷ୍ଟୁଡେଣ୍ଟସ ନିଜ ନିଜର ଷ୍ଟାଇଲରେ ଗଞ୍ଜେଇ ସେବନ କରନ୍ତି।

ତେବେ ଏହି ଯୋଗ କ୍ଲାସରେ ଡିପ୍ରେସନରେ ଥିବା ରୋଗୀଙ୍କୁ ପ୍ରାଥମିକତା ଦିଆଯାଏ। ଯୋଗ କ୍ଲାସ ଚଲାଉଥିବା ଯୋଗ ଗୁରୁ କୁହନ୍ତି ଯେ ତାଙ୍କର ଏହି ଯୋଗ ପ୍ରକ୍ରୀୟା ଏବେ ସବୁଆଡେ ପପୁଲାର ହୋଇସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.