Below header

ଭାରତରେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି OnePlus Nord ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ଏହାର ସ୍ପେସିଫିକେସନ


ସ୍ମାର୍ଟଫୋନ କମ୍ପାନୀ OnePlus ନିଜ ଡିଭାଇସ OnePlusNord ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି । ଆସନ୍ତା ୨୧ ତାରିଖରେ ଲଞ୍ଚ ହେବାକୁ ଯାଉଥିବା ଏହି ସ୍ମାର୍ଟଫୋନର  ଅଫିସିଆଲ ଟିଜର ସାମ୍ନାକୁ ଆସିଛି । କମ୍ପାନୀ ଏହାକୁ ୱୟରଲେସ ଇୟର ବଡ଼ସ  One  Plus BUds ସହ ଲଞ୍ଚ କରିବାକୁ ଯାଉଛି । ଆଉ ସୂତ୍ରରୁ ଜଣାଯାଇଛିଯେ, ଏହି ଡ଼ିଭାଇସ ପାୱାରଫୁଲ ସ୍ପେସିଫିକେସନ ଓ ୯୦ Hz ଏମୋଲେଡ଼ ଡିଷ୍ପ୍ଲେ ଅପେକ୍ଷାକୃତ କମ ଦାମରେ ଅଫର କରାଯାଉଛି । କମ୍ପାନୀର ଏହି ନୂଆ ଡ଼ିଭାଇସକୁ ଆଫରଡ଼େବଲ  ପ୍ରାଇସ ରେଞ୍ଜ ସହ ବଜାରରେ ଛଡ଼ାଯିବ ବୋଲି କମ୍ପାନୀର ଅଧିକାରୀକ ସୂତ୍ରରୁ ଜଣାପଡିଛି । OnePlus ତରଫରୁ  ସୂଚନା ଦିଆଯାଇଛିକି , ଏହି ଡିଭାଇସର ରିୟର ପ୍ୟାନେଲରେ ଚାରି ଓ ସେଲ୍ଫି ପାଇଁ ଦୁଇ କ୍ୟାମେରା ସେନସର ଉପଲବ୍ଧ କରାଯିବ ।

Black Crush' display problem in OnePlus 8 Pro devices is not a ...

OnePlus Nord କ୍ୟାମେରା ସ୍ପେସିଫିକେସନ ରେ ୪୮ ମେଗାପିକସଲର Sony IMX 586 ପ୍ରାଇମେରୀ କ୍ୟାମେରା ସେନ୍ସର ସୁବିଧା ମିଳିପାରିବ । ଏହାବାଦ  ୮ ମେଗାପିକସାଲ  ଅଲଟ୍ରା ବ୍ବାଇଣ୍ଡ ଆଙ୍ଗଲ କ୍ୟାମେରା, ୫ ମେଗା ପିକସଲ ଡେ଼ପଥ କ୍ୟାମେରା ସମେତ ଏକ ମାଇକ୍ରୋ ସେନ୍ସର ବ୍ୟାକ ପ୍ୟାନେଲରେ ଉପଲବ୍ଧ ହେବ । ଏହା ସହ ସେଲ୍ଫି ଓ ଭିଡିଓ କଲିଙ୍ଗ ପାଇଁ ଫୋନରେ ୩୨ ମେଗାପିକସଲ ପ୍ରାଇମେରୀ ସେନ୍ସର ଓ ଦ୍ଵିତୀୟ ସେକେଣ୍ଡାରୀ ସେନ୍ସର ବି ଉପଲବ୍ଧ ହେବ । ଏହା ସହ ରିୟରରେ କଵାଡ଼ ଓ ଫ୍ରଣ୍ଟ ପ୍ୟାନେଲରେ ଡୁଆଲ କ୍ୟାମେରା ସେଟଅପ ସୁବିଧା ବି ମିଳିପାରିବ ।

ଆହୁରି ମଧ୍ୟ One Plus Nordର ଫ୍ରଣ୍ଟ କ୍ୟାମେରାରେ ଦିଆଯାଇଥିବା AI ଫେସ ଡିଟେନସନ ଫିଚର ସପୋର୍ଟ ସେଲ୍ଫି କ୍ଲିୟର କରି ପାରିବ । ଏହା ସହ ସ୍ନାପଡ୍ରାଗନ 765 G ପ୍ରୋସେସର ମିଳିପାରିବ । ଏହା ସହ ୧୨ ଜିବି ପର୍ଯ୍ୟନ୍ତ ରାମ ବି ମିଳିପାରିବ । ଏହା ସହ ଏହି ସ୍ପେଶାଲ ଫୋନରେ ୪୧୧୫  mAh ବ୍ୟାଟେରୀ ୩୦ W ଚାର୍ଜ ସପୋର୍ଟ ବି ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.