ଏୟାରଟେଲର ଧମାକେଦାର ପ୍ଲାନ, ଗୋଟେ ପ୍ଲାନରେ ମିଳିବ DTH ଠାରୁ ଆରମ୍ଭ କରି ବ୍ରଡବ୍ୟାଣ୍ଡର ମଜା

ବଜାରରେ ଏୟାରଟେଲର ଅନେକ ରିଚାର୍ଜ ପ୍ଲାନ ରହିଛି। ଯେଉଁଥିରେ ଗ୍ରାହକଙ୍କୁ ମନ ମୁତାବକ ଡାଟା ଏବଂ ଅସୀମିତ କଲିଂର ସୁବିଧା ମିଳିଛି। କିନ୍ତୁ ଏୟାରଟେଲ ଏପରି ଏକ ପ୍ଲାନ ଲଞ୍ଚ କରିଛି, ଯେଉଁଥିରେ ଗୋଟିଏ ପ୍ଲାନରେ ପୋଷ୍ଟପେଡ, ଡିଟିଏଚ୍‌ ଏବଂ ବ୍ରଡବ୍ୟାଣ୍ଡର ମଧ୍ୟ ସୁବିଧା ମିଳିବ।

୮୯୯ ଟଙ୍କା ପ୍ଲାନ :

ଓ୍ଵାନ ଏୟାରଟେଲ ସିରିଜର ଏହି ପ୍ଲାନ ସବୁଠାରୁ ଶସ୍ତା। ଏହି ପ୍ୟାକ୍‌ରେ ଆପଣ ନିଜ ସହିତ କୌଣସି ୟୁଜରଙ୍କ ମଧ୍ୟ ଯୋଡି ପାରିବେ। ଏଥିରେ ଆପଣ ଦୁହିଁଙ୍କୁ ୭୫ ଜିବି ଡାଟା ସହିତ ଅନଲିମିଡେଟ କଲିଂର ସୁବିଧା ମିଳିବ। ଏହାସହିତ ୩୫୦ ଟଙ୍କାର ଡିଟିଏଚ୍‌ ପ୍ୟାକ୍‌ ମଧ୍ୟ ଦିଆଯିବ। ଏହାଛଡା କମ୍ପାନୀ ଆପଣଙ୍କୁ ଓଟିଟି ଆପ୍ସ ମଧ୍ୟ ସବସ୍କ୍ରିପସନ କରିବାର ସୁବିଧା ଦେଉଛି।

33

୧,୩୯୯ ଟଙ୍କା ପ୍ଲାନ :

ଏହି ପ୍ଲାନରେ ମଧ୍ୟ ଆପଣ ଦୁଇଜଣ ସେୟାରିଂ କରିପାରିବେ। ଏଥିରେ ଦୁହିଁଙ୍କୁ ୧୫୦-୧୫୦ ଜିବିର ଡାଟା ସହିତ ଅନଲିମିଟେଡ କଲିଂର ସୁବିଧା ମିଳିବ। ଏହାଛଡା ପ୍ୟାକ୍‌ରେ ୩୫୦ ଟଙ୍କାର ଡିଟିଏଚ ପ୍ୟାକ୍‌ ଏବଂ ଏକ୍ସଟ୍ରିମ ବକ୍ସ ମଧ୍ୟ ମିଳିବ।

୧,୯୯୯ ଟଙ୍କା ପ୍ଲାନ :

ଏହି ପ୍ଲାନ ସବୁଠାରୁ ମହଙ୍ଗା। ଏହି ପ୍ଲାନରେ ଆପଣ ତିନି ଜଣ ୟୁଜରକୁ ଯୋଡି ପାରିବେ। ଏହି ପ୍ଲାନରେ ପୋଷ୍ଟପେଡ ପ୍ଲାନ, ଡିଟିଏଚ ସର୍ଭିସ, ଫାଇବର ପ୍ଲସ୍‌ ଲ୍ୟାଣ୍ଡଲାଇନ ଭଳି କନେକସନ ସମେତ ୭୫ ଜିବି ଡାଟା ମିଳିବ। ଏହାସହିତ ଏକ୍ସଟ୍ରିମ ବକ୍ସ ସହିତ ୨୦୦ ଏମବିପିଏସ ସ୍ପିଡର ୩୦୦ ଜିବି ଡାଟା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.