ସୌନ୍ଦର୍ଯ୍ୟ ଓ ସବୁଜିମାରେ ଭରା ଗଜପତି ଜିଲ୍ଲାର ଭୀମ ଜଳପ୍ରପାତ, ପ୍ରଶାସନର ଆଢୁଆଳରେ ପଡି ରହିଛି ଏହି ସ୍ଥଳୀ

ବିଶ୍ୱ ପର୍ଯ୍ୟଟନ ଦିବସରେ ସମଗ୍ର ବିଶ୍ୱରେ ପର୍ଯ୍ୟଟନ ସ୍ଥଳୀଗୁଡିକର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପ୍ରକାରରେ ଏହି ଦିବସକୁ ପାଳନ କରୁଛନ୍ତି । ତେବେ ଆମ ଦେଶ ଓ ରାଜ୍ୟରେ ମଧ୍ୟ ଅନେକ ପର୍ଯ୍ୟାଟନ ସ୍ଥଳୀ ରହିଛି ସେଠାରେ ମଧ୍ୟ ପାଳନ ହେଉଛି। ଏହି ଦିବସକୁ କିନ୍ତୁ ଆଜି ମଧ୍ୟ ଏମିତି କିଛି ପର୍ଯ୍ୟଟନ ସ୍ଥଳୀର ସମ୍ବାବନା ସୃଷ୍ଟି କରୁଥିବା ନୂଆ ପର୍ଯ୍ୟଟନ ସ୍ଥଳୀ ରହିଛି ଯାହା ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆଡୁଆଳରେ ରହିଯାଇଛି । ସେହିପରି ଏକ ସମ୍ଭାବନା ସୃଷ୍ଟି କରିଥିବା ସ୍ଥଳୀ ହେଉଛି ଭୀମ ଜଳପ୍ରପାତ । ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରୁ ମାତ୍ର ୩୦କିଲୋମିଟର
ଦୂରରେ ରାୟଗଡ ବ୍ଲକ ଏଙ୍ଗାରସିଂ ପଞ୍ଚାୟତର ସାନସଡା ଗ୍ରାମ ନିକଟରେ ରହିଛି ଭୀମ ଜଳପ୍ରପାତ ।

432

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସବୁଜିମା ମଧ୍ୟରେ କୁଳୁକୁଳୁ ହୋଇ ବୋହିଯାଇଛି ଏହି ଜଳପ୍ରପାତ । ତେବେ ଏଠାକୁ ପହଞ୍ଚିବାକୁ ହେଲେ ପ୍ରାୟ ଏକ କିଲୋମିଟର ପାହାଡିଆ ସଡକ ଚାଲିବାକୁ ପଡେ । ଯାହାକୁ ଗ୍ରାମବାସୀ ମାନେ ନିର୍ମାଣ କରିଛନ୍ତି । ସିଂହରାଜ ପର୍ବତରୁ ବୋହି ଆସିଥିବା ଏହି ଝର ଭିମରାଳ ପାହାଡରୁ ଦୁଇଟି ସ୍ତରରେ ପ୍ରବାହିତ ହୋଇ ଭୀମଜଳପ୍ରପାତ ନାମିତ ହୋଇଛି । ଏହା ଦେଖିବାକୁ ଅତି ସୁନ୍ଦର ଚତୁପାର୍ଶ୍ୱରୁ ପାହାଡ ଏକପ୍ରକାର ଚିରହରିତ ପରିବେଶ । ଯାହାକୁ ଦେଖିବାକୁ କୌଣସି ମନୁଷ୍ୟ ସୁଯୋଗ ହରାଇବ ନାହିଁ । ବର୍ତ୍ତମାନ କେବଳ ଆଖପାଖ ଗ୍ରାମର ଲୋକେ ଆସନ୍ତି କାରଣ ଏହାର ପ୍ରଚାର ପ୍ରସାର କି ଭିତ୍ତିଭୂମିର ବିକାଶ ହୋଇନାହିିଁ । ପୁରାଣ ବର୍ଣ୍ଣିତ ଏହି କ୍ଷେତ୍ରରେ ତ୍ରେତେୟା ଯୁଗରେ ପଞ୍ଚୁପାଣ୍ଡବ ବନବାସ ସମୟରେ ମହେନ୍ଦ୍ରଗିରିରେ ବହୁଦିନ ଧରି ରହିଥିଲେ ସେହି ସମୟରେ ଭୀମ ନିଜ ତୃଷ୍ଣାମେଣ୍ଟାଇବା ପାଇଁ ଏହି ଝରଣା ନିକଟକୁ ଆସିଥିଲେ ଯାହା ମହେନ୍ଦ୍ରଗିରି ପର୍ବତମାଳା ପାର୍ଶ୍ୱରେ ରହିଛି ।

67

ଏହି ଜଳପ୍ରପାତ ଦୁଇଟି ସ୍ତରରେ ପ୍ରବାହିତ ହେଉଛି । ଉପର ସ୍ତରରେ ଏକ ପୁଷ୍କରିଣୀ ସୃଷ୍ଟି ହୋଇଛି ଯାହାର ଗଭୀରତା ଆଜିସୁଦ୍ଧା ଜଣାପଡିନାହିିଁ । କିନ୍ତୁ ସ୍ଥାନୀୟ ଲୋକ କହନ୍ତି ପ୍ରାୟ ୮୦ଫୁଟ ଯାଏଁ ସେମାନେ ଗଭୀରତା ମାପି ପାରିଛନ୍ତି ପରେ ପ୍ରଶାସନ ମାପିଲେ ହିିଁ ଜଣାପଡିବ । ଯଦି ଏହି ସ୍ଥଳୀର ପ୍ରତ୍ୟକ୍ଷତା ବିଷୟରେ କୁହାଯାଏ ତାହାହେଲା ଏଠାରେ ଆଉ ଏକ ବିରଳ ଗୁମ୍ଫା ରହିଛି ଯେଉଁଠାରେ ସପ୍ତଲିଙ୍ଗେଶ୍ୱର ପୂଜାପାଇ ଆସୁଛନ୍ତି । ଲୋକକଥା ରହିଛି ଏଠାରେ ଭୀମ ଶିବଙ୍କ ପୂଜା କରୁଥିଲେ । ଏବଂ ବନବାସ ପରେ ଏହା ଏକ ପୂଣ୍ୟସ୍ଥାନ ହୋଇଥିବାରୁ ମୁନିରୁଷି ମାନେ ତପସ୍ୟା କରୁଥିଲେ।

ଏପରି ସ୍ଥଳେ ଏହି ଜାଗାରେ ପ୍ରଶାସନ ଦୃଷ୍ଟି ପକାଇବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଓଡିଶାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ରହିଥିବା ବେଳେ ଏହି ସ୍ଥାନକୁ ମଧ୍ୟ ପର‌୍ୟ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ସେମାନେ ଦାବି କରିଛନ୍ତି। ଏହି ସ୍ଥଳୀକୁ ପର‌୍ୟ୍ୟଟନ ସ୍ଥଳୀର ମାନ୍ୟତା ମିଳିଲେ ସ୍ଥାନୀୟ ବାସିନ୍ଦା ମାନେ ମଧ୍ୟ କିଛି ମାତ୍ରାରେ ଉପକୃତ ହୋଇପାରିବେ।

ସନ୍ତୋଷ କୁମାର ପଟ୍ଟନାୟକ, ଗଜପତି (କେନ୍ୟୁଜ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.