ଆଜି ବିଶ୍ୱ AIDS ଦିବସ, ଏକ ସ୍ୱରରେ ଏକଜୁଟ ହେଲେ ବିଶ୍ୱ ହେବ ଏଡ୍ସ ମୁକ୍ତ

ଆଜି ବିଶ୍ୱ ଏଡ୍ସ ଦିବସ । ସାଧାରଣ ଜନସାଧାରଣଙ୍କ ମନରେ ଏଡ୍ସ ବା ଆକ୍ୟୁଏର୍ଡ ଇମ୍ୟୁନୋ ଡେ଼ଫିସିଏନସି ସିଣ୍ଡ୍ରୋମ( AIDS)କୁ ନେଇ ସଚେତନତା ସୃଷ୍ଟି କରିବା ଓ ଏନେଇ ହେଉଥିବା ମୃତ୍ୟୁହାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣକୁ ଆଣିବା ହିଁ ବିଶ୍ୱ ଏଡ୍ସ ଦିବସ ପାଳନର ଉଦ୍ଦେଶ୍ୟ  । ଏହି କାରଣରୁ ପ୍ରତିବର୍ଷ ଡିସେମ୍ବର ପହିଲାକୁ “ବିଶ୍ବ ଏଡ୍ସ ଦିବସ” ଭାବରେ ପାଳନ କରାଯାଇଥାଏ  । ହ୍ୟୁମାନ ଇମ୍ୟୁନୋ ଡେ଼ଫିସିଏନସି ଭାଇରସ କିମ୍ବା ଏଚଆଇଭି ସଂକ୍ରମଣରୁ ଏହି ରୋଗ ବ୍ୟାପିଥାଏ  । ଏହି ଭୁତାଣୁ ମଣିଷ ଶରୀରର କୋଷିକା ଭିତରେ ବଂଶ ବୃଦ୍ଧି କରିଥାଏ । ରକ୍ତ, ସିମେନ, ସ୍ତନ୍ୟପାନ ଆଦି ମାଧ୍ୟମରେ ଜଣଙ୍କ ଶରୀରରୁ ଅନ୍ୟ ଜଣଙ୍କ ଶରୀରକୁ ସଂକ୍ରମିତ ହୋଇଥାଏ ।

world aids day

ଅସୁରକ୍ଷିତ ଯୌନ ସମ୍ବନ୍ଧ ବି ଏହି ରୋଗର ଅନ୍ୟତମ ମୂଳ କାରଣ । ଗୋଡହାତ ବିନ୍ଧିବା, ଜ୍ୱର ଲାଗି ରହିବା, ମାଂସପେଶୀ ଦରଜ, ତଂଟି ଅଠା ଅଠା ଲାଗିବା, ଓଜନ ହ୍ରାସ, ଦୁର୍ବଳ ଅନୁଭବ ହେବା ଆଦି ହେଉଛି ଏଚଆଇଭି ପ୍ରମୁଖ ଲକ୍ଷଣ । ଏବେ ସୁଦ୍ଧା ଏହି ରୋଗର କୌଣସି ପ୍ରତିଷେଧକ କିମ୍ବା ନିର୍ଦ୍ଦିଷ୍ଟ ଔଷଧ ବାହାରିନଥିବା ବେଳେ ନିଜ ଭିତରେ ସଚେତନ୍ତା ସୃଷ୍ଟି କରି ପାରିଲେ ଆମେ ଏହି ରୋଗ ଦାଉରୁ ସୁରକ୍ଷା ପାଇପରିବା  । ପ୍ରତିବର୍ଷ ଏହି ବିଶେଷ ଦିବସରେ ନାକୋ ତରଫରୁ ଭିନ୍ନ ଭିନ୍ନ ଥିମ ରଖାଯାଉଥିବା ବେଳେ ଚଳିତ ବର୍ଷ ‘ବିଶ୍ବ ଏକତା ଦାୟିତ୍ବର ସହଭାଗିତା’ ରଖାଯାଇଛି । ଏଚଆଇଭି ବିରୋଧୀ ଲଢେଇରେ ବିଶ୍ୱ ସ୍ତରରେ ଅନେକ ସଂଗଠନ ନିଜ ପ୍ରୟାସ ଜାରି ରଖିଛନ୍ତି  ।

କହିରଖିବା ଉଚିତ ହେବକି ୧୯୮୭ ମସିହାରେ ଜେମ୍ସ ଡବ୍ଲ୍ୟୁ ବୁନ ଓ ଥୋମାସ ନେଟରଙ୍କ ମିଳିତ ଉଦ୍ୟମରେ ସ୍ଵିଜରଲ୍ୟାଣ୍ଡର ଜେନେଭାସ୍ଥିତ “ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ” ଠାରେ ଏହି ଦିବସ ପାଳିତ ହୋଇଥିଲା  । ସେବେଠାରୁ ହିଁ ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ୍ସ ଦିବସ ଭାବରେ ପାଳନ କରାଯାଇ ଆସୁଛି  । ବର୍ତ୍ତମାନ ସମୟରେ ବିଶ୍ୱ ସ୍ତରରେ ୩୫ ମିଲିୟନରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୩୮ ମିଲିୟନ ଲୋକଙ୍କ ଜୀବନ ଯାଇ ସାରିଲାଣି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.