ଥରେ ଦେଖନ୍ତୁ ଭିଏତନାମରେ ଥିବା ଏହି ‘ଗୋଲ୍ଡ ହୋଟେଲ’, ବାର୍ଥରୁମ୍‌ ଠାରୁ ଆରମ୍ଭ କରି ସବୁକିଛି ସୁନାରେ ତିଆରି

ବିଶ୍ୱରେ କରୋନାର ପ୍ରକୋପ କମିବାରେ ଲାଗିଛି। ଏହି କରୋନା କାଳ ମଧ୍ୟରେ ହାନୋଇରେ ଏକ ସୁନା ନିର୍ମିତ ହୋଟେଲ ଆରମ୍ଭ ହୋଇଛି, ଯାହାର ଚର୍ଚ୍ଚା ସାରା ବିଶ୍ୱରେ ଚାଲିଛି। ତେବେ ଆସନ୍ତୁ ଜାଣିବା କ’ଣ ଖାସ୍‌ ରହିଛି ଏହି ସୁନାରେ ତିଆରି ହୋଟେଲରେ।
ଭିଏତନାମରେ ଏହି ସୁନାରେ ନିର୍ମିତ ହୋଟେଲ ଆରମ୍ଭ ହୋଇଛି। କୁହାଯାଉଛି ଯେ ଆଜି ପର୍ଯ୍ୟନ୍ତ ଦୁନିଆର କୌଣସି ସ୍ଥାନରେ ସୁନାର ହୋଟେଲ ନିର୍ମାଣ କରାଯାଇ ନାହିଁ। ସଂପୂର୍ଣ୍ଣ ସୁନାରେ ନିର୍ମିତ ଏହା ହେଉଛି ପ୍ରଥମ ହୋଟେଲ | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ଡୋଲ୍ସ ହାନୋଇ ଗୋଲଡେନ୍ ଲେକ୍‌’ ନାମକ ଏହି ହୋଟେଲର ଲମ୍ବା ୨୪ କ୍ୟାରେଟ ସୁନାରେ ନିର୍ମାଣ କରାଯାଇଛି। ଯାହାର ମୂଲ୍ୟ ୨୦୦ମିଲିୟନ ଡଲାର।

gold hotel1ହୋଟେଲରୁ ଆରମ୍ଭ କରି ପୁଲ, ବାସନ, ସାଓ୍ଵର ଏବଂ ଟଏଲେଟ୍‌ ମଧ୍ୟ ସୁନାରେ ନିର୍ମିତ ହୋଇଛି। ସୂଚନା ମୁତାବକ ଏହି ହୋଟେଲର ୨୫ତମ ମହଲାରୁ ପୁରା ସହର ଦେଖାଯାଇଥାଏ। ହୋଟେଲ ମାଲିକଙ୍କ କହିବାନୁଯାୟୀ, ଏଠାକୁ ଆସୁଥିବା ଲୋକମାନେ ଏହି ରାଜକୀୟ ଶୈଳୀରେ ବହୁତ ଖୁସି ଅଛନ୍ତି। ଏହା ଏକ ନିଆରା ଏବଂ ଅନନ୍ୟ ଅନୁଭୂତି ବୋଲି ଲୋକମାନେ କହିଥାନ୍ତି।

gold hotel2ସୁନାରେ ନିର୍ମିତ ଏହି ହୋଟେଲ ନିଶ୍ଚିତ ଭାବେ ବହୁତ ମହଙ୍ଗା | ଏହି ହୋଟେଲରେ ଗୋଟିଏ ରାତିରେ ପ୍ରାୟ ୨୫୦ ଡଲାର୍ ଖର୍ଚ୍ଚ କରିବାକୁ ପଡିଥାଏ। ସାଧାରଣ ଲୋକଙ୍କ ପାଇଁ ଏହା ବହୁତ କଷ୍ଟସାଧ୍ୟ, କିନ୍ତୁ ଧନୀ ଲୋକମାନେ ନିଶ୍ଚିତ ଭାବରେ ଏହି ହୋଟେଲକୁ ଉପଭୋଗ କରିପାରିବେ |

gold hotel3ହୋଟେଲର ମାଲିକ କହିଛନ୍ତି ଯେ ଏହି ହୋଟେଲକୁ ଆସି ଏପର୍ଯ୍ୟନ୍ତ ସମୟ ଅତିବାହିତ କରିଥିବା ସମସ୍ତ ଲୋକ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛନ୍ତି। ଲୋକମାନେ କହିଛନ୍ତି ଯେ ଏହି ହୋଟେଲ ମାଧ୍ୟମରେ ସେମାନେ ମଧ୍ୟ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୈଳୀରେ ବଞ୍ଚିପାରିବେ। ଡୋନାଲ୍ଡ ଟ୍ରମ୍ପ ସୁନାରେ ନିର୍ମିତ ଜିନିଷକୁ ବହୁତ ଭଲ ପାଆନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.