ସବୁଠୁ ବିଷାକ୍ତ ବୁଢ଼ିଆଣୀ Funnel Web Spider

ଅଷ୍ଟ୍ରେଲିଆରେ ଅଛି ଦୁନିଆର ସବୁଠୁ ବିଷାକ୍ତ ବୁଢ଼ିଆଣୀ Funnel Web Spider, ଯିଏ ନିଜ ଇଚ୍ଛା ଅନୁସାରେ ବାହାର କରିଥାଏ ବିଷ

ଦୁନିଆରେ ଅନେକ ଜୀବଜନ୍ତୁ ଅଛନ୍ତି । କିଛି ଆମେ ଦେଖିଛେ ଅନ୍ୟ କିଛି ଏବେ ବି ଦୃଷ୍ଟି ଆଢୁଆଳରେ ଅଛନ୍ତି । ବିଶ୍ୱରେ ଏପରି ମାରାତ୍ମକ ଜୀବ ବି ଅଛନ୍ତି ଯେଉଁମାନେ ଭୟଙ୍କର ସ୍ଥାନରେ ରୁହନ୍ତି । ସେଠାକୁ ଯିବାକୁ କାହାର ସାହସ ହୋଇନଥାଏ । ପୃଥିବୀ ରେ ଦୃଶ୍ୟମାନ ହେଉଥିବା ଜୀବ ଜଗତରେ ବିଭିନ୍ନ କୀଟ ପତଙ୍ଗ ଦେଖାଯାଇଥାନ୍ତି। ହେଲେ ଏହି ବର୍ଗରେ ଏପରି ଏକ ବୁଢିଆଣି ରହିଛି ଯିଏ ଇଚ୍ଛା ଅନୁଯାୟୀ ବିଷ କାଢିଥାଏ। ଏଭଳି ବିଷାକ୍ତ ବୁଢିଆଣୀ “ଫନେଲ୍-ୱେବ୍ସ ସ୍ପାଇଡର” ନାମରେ ଜଣାଶୁଣା। ଯାହାକୁ ଦୁନିଆର ସବୁଠାରୁ ବିଷାକ୍ତ ବୁଢିଆଣି ଭାବରେ ଗଣା ଯାଏ।

କୁହାଯାଏ ଯେ ଯଦି ଏହି ବୁଢିଆଣି କାହାକୁ ଯଦି ଥରେ କାମୁଡ଼ି ଦିଏ, ତାହେଲେ ଯଦି ସେହି ବ୍ୟକ୍ତିଙ୍କୁ ତାଙ୍କୁ ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତାହେଲେ ତାଙ୍କର ମୃତ୍ୟୁ ହୋଇଯିବ। ଦୁନିଆର ସବୁଠାରୁ ବିଷାକ୍ତ ବୁଢିଆଣି ଭାବରେ ଜଣାଶୁଣା “ଫନେଲ୍-ୱେବ୍ସ ସ୍ପାଇଡର” ଅଷ୍ଟ୍ରେଲିଆର ଜଙ୍ଗଲରେ ଦେଖିବାକୁ ମିଳିଥାଏ।

ହେଲେ ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ବୈଜ୍ଞାନିକ ଜାଣିବାକୁ ପାଇଛନ୍ତି ଯେ ଦୁନିଆର ସବୁଠାରୁ ବିଷାକ୍ତ ବୁଢିଆଣି ଭାବରେ ପରିଚିତ Funnel Web Spider ଏହାର ବିଷ ନିଜର ଇଚ୍ଛା ଅନୁସାରେ ବାହାର କରିଥାଏ। ଅଷ୍ଟ୍ରେଲୀୟ ସଂଗ୍ରହାଳୟ ଜାଣିବାକୁ ପାଇଛି ଯେ “ଫନେଲ-ୱେବ ସ୍ପାଇଡର” ବୁଢିଆଣି ଲିଷ୍ଟ ରେ Spider Species With Poison ହେଉଛନ୍ତି ସବୁଠାରୁ ବିପଜ୍ଜନକ । ଏହି ବୁଢିଆଣି ପୂର୍ବ ଅଷ୍ଟ୍ରେଲିଆର ଜଙ୍ଗଲରେ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ବୈଜ୍ଞାନିକ ଏହି ପ୍ରଜାତିର ବୁଢିଆଣିଙ୍କ ବିଷ ନିର୍ଗତ କିମ୍ବା ଉତ୍ପାଦନ କରିବାର କ୍ଷମତା ଉପରେ ଅଧ୍ୟୟନ କରୁଛନ୍ତି।

ୟୁନିଭରସିଟି ଅଷ୍ଟ୍ରେଲିୟା ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ହେଲ୍ଥ ଆଣ୍ଡ ମେଡିସିନ୍ ବିଭାଗର ଡକ୍ଟର କହିଛନ୍ତି ଯେ ମଣିଷର ହାର୍ଟ ଏବଂ ପ୍ରତିରୋଧକ କ୍ଷମତା ଉପରେ ବୁଢିଆଣିର ବିଷ ନିର୍ଗତ ପ୍ରକ୍ରିୟା ପ୍ରଭାବିତ କରିଥାଏ। ଅର୍ଥାତ କେଉଁ ପରିସ୍ଥିତିରେ କେତେ ପରିମାଣର ବିଷ ଶରୀରରୁ ନିର୍ଗତ କରାଯିବ ତାହା “ଫନେଲ-ୱେବ ସ୍ପାଇଡର” ବୁଢିଆଣିର ଇଚ୍ଛା ଉପରେ ନିର୍ଭର କରିଥାଏ।

ୟୁନିଭରସିଟି ଡକ୍ଟର “ଫନେଲ-ୱେବ ସ୍ପାଇଡର” ଦ୍ୱାରା ନିର୍ଗତ କରାଯାଇଥିବା ବିଷର ପ୍ରଭାବ ଉପରେ ଅଧ୍ୟୟନ କରିଥିଲେ। ଏହା ପରେ ଡକ୍ଟର କହିଥିଲେ ଯେ ଏହି ପ୍ରଜାତି ହେଉଛି ଦୁନିଆର ସବୁଠାରୁ ମାରାତ୍ମକ ବୁଢିଆଣି। ସେ କହିଛନ୍ତି ଯେ “ଫନେଲ-ୱେବ ସ୍ପାଇଡର” ପାଖରେ ଏପରି ବିଷ ମିଳିଥାଏ, ଏଥିରେ ଥିବା ଅଣୁ ରାସାୟନିକ ଚିକିତ୍ସା ଏବଂ ପ୍ରାକୃତିକ ଜୈବ କୀଟନାଶକ ପାଇଁ ଯଥେଷ୍ଟ ମୂଲ୍ୟବାନ ହୋଇଥାଏ ।

ବୈଜ୍ଞାନିକଙ୍କ ଚାରୋଟି ଭିନ୍ନ ପ୍ରଜାତିର ମାରାତ୍ମକ ବୁଢିଆଣି କୁ ନେଇ ପରୀକ୍ଷା କରିଥିଲେ। ଯାହା ମଧ୍ୟରେ ବର୍ଡର ରେଞ୍ଜ ବା ହାଡ୍ରୋନିଚେ ଭାଲିଡା, ଡାର୍ଲିଂ ଡାଉନ୍ସ, ବା ହାଡ୍ରୋନିଚେ ଇନଫେନ୍ସା, ହାଡ୍ରୋନିଚେ ସେରବେରିଆ ଏବଂ ସିଡନୀ ଫନେଲ-ୱେବ ବା ଆଟ୍ରାକ୍ସ ରୋବଷ୍ଟସ ଅନ୍ତର୍ଭୂକ୍ତ ରହିଛି। ଅଧ୍ୟୟନ କରିବା ପରେ ଡାକ୍ତର ରିପୋର୍ଟ ଦେଇ ଥିଲେ ଯେ ବିଭିନ୍ନ କାରଣ ଉପରେ ନିର୍ଭର କରି କିଛି ବୁଢିଆଣିର ବିଷ ଭିନ୍ନ ଭିନ୍ନ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.