ଝଙ୍କଡରେ ମା’ଶାରଳାଙ୍କ ଜଗନ୍ନାଥ ବେଶ

ଜଗତସିଂହପୁର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡରେ ଏକାଦଶୀରେ ମା'ଶାରଳାଙ୍କ ର ହୁଏ ଜଗନ୍ନାଥ ବେଶ, ଦର୍ଶନ କଲେ ମିଳିଥାଏ କୋଟି ପୁଣ୍ୟ

ଜଗନ୍ନାଥ ସଂସ୍କୃତିରେ ଦେବାଦେବୀଙ୍କ ମାନବୀୟ ଲୀଳା। ଯାହାର ଏକ ସ୍ୱତନ୍ତ୍ର ଉଦାହରଣ ଦେଖିବାକୁ ମିଳିଛି ଝଙ୍କଡ ବାସିନୀ ମା’ଶାରଳା ଙ୍କ ପୀଠରେ। ଆମେ କାହିଁକି ଏକଥା କହୁଚୁ ଏବେ ଜାଣନ୍ତୁ.. ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ବାସିନୀ ମା’ଶାରଳା ଙ୍କ ପୀଠରେ ବାର ମାସରେ ତେର ପର୍ବ ପାଳନ ହୁଏ । ମା ଙ୍କର ବିଭିନ୍ନ ଦିନରେ ବିଭିନ୍ନ ବେଶ ମଧ୍ୟରେ ପ୍ରତ୍ୟହ ଏକାଦଶୀ ରେ ମା ଭକ୍ତ ଙ୍କୁ ଜଗନ୍ନାଥ ବେଶ ରେ ଦର୍ଶନ ଦେଇଥାନ୍ତି। ଏହି ବେଶରେ ମା ଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ସହିତ ଜଗନ୍ନାଥଙ୍କୁ ଦର୍ଶନ କଲେ ଯାହା ସେହି ପୁଣ୍ୟ ମିଳିଥାଏ ବୋଲି ଲୋକମତ ରହିଛି ।

ମହାପ୍ରଭୁ ଜଗନ୍ନାଥ ଙ୍କ ସହିତ ମାଙ୍କ ଅନନ୍ୟ ସମ୍ପର୍କ କେଉଁ ଅନାଦି କାଳରୁ ରହି ଆସିଛି । ମା ଙ୍କର ଏକାଦଶୀରେ ଜଗନ୍ନାଥ ବେଶ ହୋଇଥାଏ ଯାହାକି ଶ୍ରୀମନ୍ଦୀର ର ଭ୍ରମ ସୃଷ୍ଟି କରିଥାଏ । ପ୍ରତ୍ୟହ ଏକାଦଶୀ ର ୪ ଟା ରେ ମା ଙ୍କୁ ଏହି ବେଶ କରIଯାଇ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ରଖI ଯାଇଥାଏ। ଯେଉଁ ମାନେ ଏକାଦଶୀ ବ୍ରତ କରିଥାନ୍ତି ସେମାନେ ମା ଙ୍କର ଏହି ବେଶ ଦେଖିବା ପରେ ପାଣି ଗ୍ରହଣ କରିଥାନ୍ତି । ଶ୍ରୀମନ୍ଦିର ପରମ୍ପରା ସହିତ ମା ଙ୍କ ମନ୍ଦୀର ର ପରମ୍ପରା ନିବିଡ ସମ୍ପକ ରହିଛି । ପ୍ରତ୍ୟହ ମା’ ଙ୍କ ମାର୍ଜନା ପରେ ଜଗନ୍ନାଥ ଙ୍କ ମହାପ୍ରସାଦ ରୂପI ଥାଳିରେ ମାଆ ଙ୍କୁ ସମର୍ପଣ କରାଯାଇଥାଏ ଓ ପରେ ଅନ୍ୟାନ୍ୟ ସେବା ନୀତି ଚାଲିଥାଏ ।

ସକାଳୁ ସକାଳୁ ମା’ଶାରଳାଙ୍କ ମଙ୍ଗଳ ଆଳତି, ମାର୍ଜନା,ଅଭଡା ଲାଗି, ବାଳଧୂପ ପରି ପାରମ୍ପରିକ ପୂଜାର୍ଚ୍ଚନା କରାଯିବା ପରେ ,ମଧ୍ୟାହ୍ନରେ ମା’ଶାରଳାଙ୍କ ନୀତି ପରେ ୪ଟା ବେଳେ ଏହି ବେଶ କରାଯାଇ ଥାଏ ,ଜଗନ୍ନାଥ ବେଶ ପରେ ଏକ ସ୍ୱତନ୍ତ୍ର ନୀତି ସେହି ଦିନ ହୋଇଥାଏ ଏଥିରେ ମୁଆଁ ଭୋଗ ମା ଙ୍କ ପାଖରେ ଲାଗି କରା ଯାଇ ଥାଏ ,ଜଗନ୍ନଥା ଙ୍କୁ ଦଶବର୍ଷ ନୀଳାଦ୍ରି ମଣ୍ଡପ ରେ ଦର୍ଶନ କଲେ ଯେତିକି ପୁଣ୍ୟ ମିଳିଥାଏ ,ଗୁଣ୍ଡିଚା ମନ୍ଦୀର ରେ ଗୋଟିଏ ଦିନ ଦର୍ଶନ କଲେ ସେତିକି ପୁଣ୍ୟ ମିଳୁଥାଏ ,ସେହିପରି ଏକାଦଶୀରେ ମା ଙ୍କ ଜଗନାଥ ବେଶ ଦର୍ଶନରେ ସେତିକି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ଏହି ପରମ୍ପରା ଦୀର୍ଘ ଦିନରୁ ଚାଲି ଆସିଛି । ଭକ୍ତ ମାନେ ମା ଙ୍କ ବେଶ ଦେଖି ବେଶ ଆନନ୍ଦିତ ହୋଇଥାନ୍ତି । ଯେଉଁ ମାନେ ଜଗନ୍ନାଥ ପୀଠ ଯାଇପାରୁ ନାହାନ୍ତି ସେମାନେ ମା ଶାରଳାଙ୍କ ପୀଠରେ ମାଙ୍କ ଜଗନ୍ନାଥ ରୁପକୁ ଦେଖି ଭାବ ବିହ୍ଵଳ ହୋଇଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.