ଦୁନିଆର ଏହି ପାଞ୍ଚଟି ଅଦ୍ଭୁତ ଦଣ୍ଡ, ଯାହାକୁ ଶୁଣିଲେ ଆପଣ ବି ଦେବେ ମୁଣ୍ଡରେ ହାତ

କୌଣସି ଅପରାଧିକୁ ତାର ଦୋଷ ପାଇଁ ନିଶ୍ଚତ ଭାବେ ଦଣ୍ଡ ମିଳିଥାଏ। ତାହା ଛୋଟ ହେଉ କି ବଡ ଯେକୌଣସି ଭୁଲ୍‌ ପାଇଁ ଆପଣଙ୍କୁ ଦଣ୍ଡ ମିଳିବା ସୁନିଶ୍ଚିତ। କିନ୍ତୁ ଥରେ ଭାବନ୍ତୁ କୌଣସି ଅପରାଧୀକୁ ତାର ଅପରାଧ ପାଇଁ ଅଦ୍ଭୁତ ଦଣ୍ଡ ମିଳେ। ତେବେ କ’ଣ ହେବ। ତେବେ ଆଜି ଆପଣଙ୍କୁ ଆମେ ଏପରି କେତେକ ଅଜବ ଦଣ୍ଡ ବିଷୟରେ ଜଣାଇବୁ, ଯାହା ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ।

ଆମେରିକାର ମିସୌରୀରେ ରହୁଥିବା ଡେଭିଡ ବେରୀ ନାମକ ଜଣେ ବ୍ୟକ୍ତି ଶହେ ହରିଣକୁ ଶିକାର କରିଥିଲେ। ୨୦୧୮ରେ ଏହି ଦୋଷ ପାଇଁ ତାଙ୍କୁ ଅଦାଲତ ବର୍ଷେ ପର୍ଯ୍ୟନ୍ତ ଜେଲରେ ରହିବା ସହ ମାସକୁ ଅତିକମ୍‌ରେ ଥରେ ଡିଜନୀର ବମ୍ବୀ କାର୍ଟୁନ ଦେଖିବା ପାଇଁ ଦଣ୍ଡାଦେଶ ଶୁଣାଇଥିଲେ।

2

୨୦୦୩ରେ ଆମେରିକାର ଶିକାଗୋ ସହରରେ ରହୁଥିବା ଦୁଇ ଯୁବକ ଖ୍ରୀଷ୍ଟମାସ ସନ୍ଧ୍ୟାରେ ଚର୍ଚ୍ଚରୁ ଇସାଙ୍କ ମୂର୍ତ୍ତି ଚୋରାଇଥିଲେ ଏବଂ ତାଙ୍କୁ ହାନି ପହଞ୍ଚାଇଥିଲେ। ଏହି ଦୋଷ ଯୋଗୁଁ ସେ ଦୁଇ ଯୁବକଙ୍କୁ ୪୫ ଦିନ ପର୍ଯ୍ୟନ୍ତ ଜେଲରେ ରହିବା ସହ ସେମାନଙ୍କୁ ଗୃହନଗରରେ ଏକ ଗଧ ସହିତ ମାର୍ଚ୍ଚ କରିବାକୁ ଆଦେଶ ଦେଇଥିଲେ।

4

୨୦୧୧ରେ ଆମେରିକାର ଓକଲାହୋମାରେ ରହୁଥିବା ୧୭ ବର୍ଷୀୟ ଟାଇଲର ଏଲରେଡ ଦ୍ୱାରା ମଦ ପିଇ ଗାଡି ଚଲାଇବା ଯୋଗୁଁ ଦୁର୍ଘଟଣାରେ ତାର ଜଣେ ବନ୍ଧୁଙ୍କ ମୃତ ହୋଇଥିଲା। ସେତେବେଳେ ସେ ହାଇସ୍କୁଲରେ ପାଠ ପଢୁଥିଲେ। ସେଥିପାଇଁ ସେ ଗ୍ରାଜୁଏସନ ଶେଷ କରିବା ପରେ ବର୍ଷେ ପର୍ଯ୍ୟନ୍ତ ପ୍ରତିଦିନ ଡ୍ରଗ, ମଦ ଏବଂ ନିକୋଟିନ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡା ୧୦ ବର୍ଷ ପର୍ଯ୍ୟନ୍ତ ଚର୍ଚ୍ଚ ଯିବାକୁ ଦଣ୍ଡ ମଧ୍ୟ ଦେଇଥିଲେ।

3

ସେହିପରି ସ୍ପେନର ଏଣ୍ଡାଲୁସିଆରେ ରହୁଥିବା ୨୫ ବର୍ଷୀୟ ଯୁବକକୁ ମାତାପିତା ପଇସା ଦେବା ବନ୍ଦ କରିଦେଇଥିଲେ। ଯେଉଁଥି ପାଇଁ ସେ ଏହି ମାମଲାକୁ ଅଦାଲତକୁ ଆଣିଥିଲେ। କିନ୍ତୁ ଅଦାଲତ ଓଲଟା ତାକୁ ଦୋଷ ଦେଇଥିଲେ। ଅଦାଲତ କହିଥିଲେ, ୩୦ ଦିନ ମଧ୍ୟରେ ତାଙ୍କ ମାତା ପିତାକୁ ଛାଡି ଅଲଗା ରହିବା ସହ ନିଜେ ରୋଜଗାର ପାଇଁ ନିର୍ଦ୍ଦେଶ ଦେଇଥିଲେ।

5

ରିପୋର୍ଟ ମୁତାବକ, ୨୦୦୮ରେ ଏଡ୍ର୍ୟୁ ଭିକ୍ଟର ନିଜ କାରରେ ଅଧିକ ସାଉଣ୍ଡ ର‍୍ୟାପ୍‌ ଗୀତ ଶୁଣିବା ପାଇଁ ୧୨୦ ପାଉଣ୍ଡ ଅର୍ଥାତ ୧୧ ହଜାର ଟଙ୍କା ଜୋରିମାନା ଲାଗିଥିଲା। କିନ୍ତୁ ପରେ କୋର୍ଟ ଏହି ଜୋରିମାନାକୁ କାଟି ୩୦ ପାଉଣ୍ଡ କରିଦେଇଥିଲେ। ଏହା ସହ ତାଙ୍କୁ ଶାସ୍ତ୍ରୀୟ ସଂଗୀତ ଶୁଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.