ଦୁନିଆର ସବୁଠୁ ମହଙ୍ଗା ସିଗାରେଟ୍ ବ୍ରାଣ୍ଡସ୍, ଯାହାକୁ ଟାଣିଲେ ନୁହେଁ କିଣିଲେ ଘୂରାଇବ ମୁଣ୍ଡ

ଧୂମ୍ରପାନ କରିବା ଶରୀର ପାଇଁ କ୍ଷତିକାରକ ବୋଲି ଆମେ ସମସ୍ତେ ଜାଣିଛେ। ତମାଖୁ ହେଉ ଅବା କୌଣସି ନିଶା ଦ୍ରବ୍ଯ ଉପରେ ଏହା କ୍ଷତିକାରକ ବୋଲି ଲେଖାଯାଇଥାଏ। ତଥାପି ଲୋକେ ଏହାକୁ କିଣି ଖାଇବାକୁ ପଛାନ୍ତି ନାହିଁ। ସିଗାରେଟ୍ ଟାଣିବା କିଛି ଲୋକଙ୍କ ସଉକ ରହିଥିବା ବେଳେ ଅନ୍ଯ କେତେକ ଟେନସନରେ ଟାଣିଥାଆନ୍ତି।

ଗୋଟେ ସିଗାରେଟର ଦାମ୍ କେତେ ହୋଇଥିବ ଆପଣ ଜାଣନ୍ତି କି ? ଆପଣ ଜାଣିଥିବା ସିଗାରେଟର ଦାମ୍ ୫ ଟଙ୍କା କିମ୍ବା ୧୦ ଟଙ୍କା ନଚେତ ତା’ ଠାରୁ ଅଧିକ ହେଲେ ୫୦ ଟଙ୍କା ଦାମରେ କିଣି ଖାଆନ୍ତି । କିନ୍ତୁ ଏମିତି କିଛି ସିଗାରେଟ ରହିଛି ଯାହାର ଦାମ୍ ବିଷୟରେ ଶୁଣିଲେ ଆପଣଙ୍କ ମୁଣ୍ଡ ନିଶ୍ଚିତ ଘୁରାଇଯିବ।

ଦୁନିଆର ସବୁଠୁ ମହଙ୍ଗା ସିଗାରେଟ ବ୍ରାଣ୍ଡର ନାମ Treasurer। ଏହା ଇଂଲଣ୍ଡର ତମ୍ବାଖୁ କମ୍ପାନୀର ଲୋକପ୍ରିୟ ବ୍ରାଣ୍ଡ। ଏହି ସିଗାରେଟର ଗୋଟେ ପ୍ଯାକେଟର ଦାମ ୪୫୦୦ ଟଙ୍କା।

cigarate

ସେହିପରି ଦୁନିଆର ସବୁଠାରୁ ପୁରୁଣା ସିଗାରେଟ ବ୍ରାଣ୍ଡ ହେଉଛି Sobranie। ଏହାକୁ ୧୮୭୯ ମସିହାରେ ଲଞ୍ଚ କରାଯାଇଥିଲା। ଯାହାର ଗୋଟେ ପ୍ଯାକେଟର ଦାମ୍ ୮୦୦ରୁ ୧୨୦୦ ଟଙ୍କା ରହିଥାଏ। ଆଉ ଏକ ସିଗାରେଟ ରହିଛି ଯାହାର ନାମ Davidoff। ଏହାର ଗୋଟେ ପ୍ଯାକେଟର ଦାମ ୧୦୦୦ ଟଙ୍କା।

deadoff

ଆଉ ଏମିତି ଏକ ସିଗାରେଟ ରହିଛି। ଯାହାର ନାମ ରହିଛି Parliament। ଏହାର ଗୋଟେ ପ୍ଯାକେଟର ଦାମ୍ ୩୫୦ରୁ ୬୦୦ ଟଙ୍କା ରହିଥାଏ। ଅଷ୍ଟ୍ରିଆର Nat Sherman ସବୁଠାରୁ ଲଗଜ୍ଯୁରୀ ସିଗାରେଟ ମଧ୍ୟରେ ଅନ୍ଯତମ। ଏହାର କମ୍ପାନୀ ୧୯୩୦ରେ ସ୍ଥାପନ କରାଯାଇଥିଲା। ଯାହାର ପ୍ଯାକେଟର ଦାମ ୭୦୦ ଟଙ୍କା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.