ଦୁଇ ବର୍ଷ ତଳେ ବାହା ହୋଇଥିଲେ ପ୍ରିୟଙ୍କା ଚୋପ୍ରା, ଏବେ ବାହା ହେଉଛନ୍ତି ତାଙ୍କ ପୂର୍ବତନ ପ୍ରେମିକ, ଏହି ଦିନ ପଡ଼ିବ ହାତଗଣ୍ଠି

ବଲିଉଡ୍‌ ଅଭିନେତା ହରମନ ବାୱେଜା ବହୁତ ଜଲଦି ନିଜ ଭାବୀ ପତ୍ନୀ ତଥା ହେଲ୍‌ଥ କୋଚ୍‌ ସାଶା ରାମଚନ୍ଦାନୀଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବେ। ଏହି ଯୋଡ଼ି ଆସନ୍ତା ୨୧ ମାର୍ଚ୍ଚରେ ହାଇଦ୍ରାବାଦରେ ବିବାହ କରିବାକୁ ଯାଉଛନ୍ତି। କିଛିଦିନ ପୂର୍ବରୁ ଚଣ୍ଡୀଗଡ଼ରେ ହରମନ ଓ ସାଶାଙ୍କ ନିର୍ବନ୍ଧର ଫଟୋ ସାମ୍ନାକୁ ଆସିଥିଲା। ଏହି ଫଟୋକୁ ହରମନଙ୍କ ଭଉଣୀ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ।

priyanka2

ହରମନ ଲମ୍ବା ସମୟରୁ ଫିଲ୍ମ ଦୁନିଆରୁ ଦୂରେଇ ଅଛନ୍ତି। ତେବେ ତାଙ୍କ ବିବାହ ଖବର ଫ୍ୟାନମାନଙ୍କ ପାଇଁ ଖୁସିର କଥା ଏବଂ ସେମାନେ ଲଗାତାର ଏହି ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇ ଆସୁଛନ୍ତି। କହି ରଖୁଛୁ, ହରମନ ନିଜ ଫିଲ୍ମ କ୍ୟାରିୟରରେ ଫିଲ୍ମ ଏବଂ ଆକ୍ଟିଙ୍ଗ୍‌ଠୁ ଅଧିକ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥିଲେ। ପ୍ରିୟଙ୍କା ଦୁଇ ବର୍ଷ ପୂର୍ବେ ଆମେରିକାନ୍‌ ସିଙ୍ଗର ନିକ୍‌ ଜୋନାସ୍‌ଙ୍କୁ ବିବାହ କରି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.