Below header

ନାଗା ନୃତ୍ଯରେ କମ୍ପିଲା ହରିପୁର ଗାଁ, ଦେଖିବାକୁ ମିଳିଲା ପରମ୍ପରାର ନିଆରା ଝଲକ

ହରିପୁର ଗୋପୀନାଥ ଦେବଙ୍କ ଏହି ଯାତ୍ରାକୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡ଼ୁଛି ପରମ୍ପରାର ଝଲକ । ଆଧୁନିକତାର ଚାପରେ ମଧ୍ଯ ଲୋକେ ପରମ୍ପରାକୁ ଭୂଲି ନଥିବାର ନିଆରା ନିଦର୍ଶନ ଏହି ଯାତ୍ରା ।

ପିପିଲି(କେନ୍ୟୁଜ୍): ପୁରୀ ଜିଲ୍ଲାର ହରିପୁର ଗାଁ । କୂଳକୂଳ ହୋଇ ବହି  ଯାଉଥିବା ପୂଣ୍ଯତୟା ଭାର୍ଗବୀ ନଦୀ କୂଳରେ ଅବସ୍ଥିତ । ଗ୍ରାମର ଆରାଧ୍ଯ ଠାକୁର ପ୍ରଭୁ ଗୋପୀନାଥ ଦେବ । ପୁରୀ ଗଜପତି ପୁରୁଷୋତଦେବ ପ୍ରଭୁ ଗୋପୀନାଥ ଦେବଙ୍କ ଏହି ମନ୍ଦିର ନିର୍ମାଣ କରିଥିଲେ । ପୁରୀ ଶ୍ରୀମନ୍ଦିର ଭଳି ରୀତି ନୀତି ମଧ୍ଯ ଏଠାରେ ପାଳନ କରାଯାଏ । ସକାଳୁ ସୂଯ୍ଯ ପୂଜା ଦ୍ୱାରପାଳ ପୂଜା ମଧ୍ଯାହ୍ନରେ ଖେଚୁଡ଼ି ଧୂପ ସଂଧ୍ଯାରେ ଆଳତି ଧୂପ କରାଯାଏ । ବର୍ଷ ତମାମ ଠାକୁରଙ୍କ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଏ । ନଟବର ବେଶ, ପୁଷ୍ପବେଶ, ଗଜ ଉଦ୍ଧାରଣ ବେଶ, ଚନ୍ଦନ ବେଶ ଏବଂ ଭଉଁରୀ ବେଶ ପାଳନ କରାଯାଏ ।

ପବିତ୍ର ବୈଶାଖ ମାସ ଅକ୍ଷୟ ତୃତୀୟା ଠାରୁ ପ୍ରଭୁ ଗୋପୀନାଥ ଦେବଙ୍କୁ ମନ୍ଦିରରୁ ଅଣାଯାଏ । ନୌକାରେ ଗୋଟିପୁଅ ନୃତ୍ଯର ତାଳେ ତାଳେ ଚାପ ଖେଳାଯାଏ। ପ୍ରଚଣ୍ଡ ରୁଦ୍ର ତାପରୁ ରକ୍ଷା ପାଇବା ପାଇଁ ଦୀର୍ଘ ଏକୋଇଶ ଦିନ ପଯ୍ୟନ୍ତ । ପରିଶେଷରେ ଭଉଁରୀ ଯାତ୍ରା ଦିନ ଦୋଳ ବିମାନରେ ଆସିଥାନ୍ତି ପ୍ରଭୁ ଗୋପୀନାଥ ଗ୍ରାମ ପରିକ୍ରମା କରିବା ପାଇଁ । ଠାକୁରଙ୍କ ସମ୍ମୁଖରେ ଗ୍ରାମର ଯୁବକମାନେ ନାଗା ନୃତ୍ଯ ପରିବେଷଣ କରାଯାଇଥାଏ। ଚଳିତ ବର୍ଷ ବି ନାଗା ନୃତ୍ଯ ପରିବେଷଣ କରାଯାଇଥିଲା । ନାଗା ନୃତ୍ଯରେ କମ୍ପିଉଠିଥିଲା ହରିପୁର ଗାଁ।

ସୂଚନ ଥାଉକି, ଏହି ନାଗାର ଓଜନ ପ୍ରାୟ ଏକ କ୍ୱିଂଟାଲରୁ ଅଧିକ ହୋଇଥାଏ । ଏହାକୁ ସେମାନେ ମସ୍ତକରେ ପରିଧାନ କରି ନୃତ୍ଯ ପରିବେଷଣ କରିଥାନ୍ତି । ଠାକୁର ଗ୍ରାମ ପରିକ୍ରମା କରୁଥିବା ସମୟରେ ତାଙ୍କ ସମ୍ମୁଖରେ ଏକ ବିରାଟ ସଲଟଣ ଦେଖିବାକୁ ମିଳିଥାଏ । କିନ୍ନର ନର୍ତକୀ ସାଙ୍ଗକୁ ପୁରୀର ସାହି ଯାତର ଝଲକ ଦେଖିବାକୁ ମିଳିଥାଏ । ଯାହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କର ବେଶ ଭିଡ଼ ଜମିଥାଏ ।

ହରିପୁର ଗୋପୀନାଥ ଦେବଙ୍କ ଏହି ଯାତ୍ରାକୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡ଼ୁଛି ପରମ୍ପରାର ଝଲକ । ଆଧୁନିକତାର ଚାପରେ ମଧ୍ଯ ଲୋକେ ପରମ୍ପରାକୁ ଭୂଲି ନଥିବାର ନିଆରା ନିଦର୍ଶନ ଏହି ଯାତ୍ରା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.