ଯୁବତୀଙ୍କ ଅଜବ ନିଷ୍ପତ୍ତି, ପ୍ରଥମ ଥର ପାଇଁ ଭାରତରେ ନିଜକୁ ନିଜେ ବିବାହ କରିବେ ୨୪ ବର୍ଷୀୟା କ୍ଷମା ବିନ୍ଦୁ

କେନ୍ୟୁଜ୍(ବ୍ୟୁରୋ):  ଯିଏ ବର ସିଏ କନ୍ୟା । ହିନ୍ଦୁ ରୀତିନୀତିରେ ବିବାହା ହେବ। ଗୁଜରାଟ ବଦୋଦରାର ଜଣେ ଯୁବତୀ ନିଜକୁ ବିବାହ କରିବେ । ଯୁବତୀଙ୍କ ନାଁ କ୍ଷମା ବିନ୍ଦୁ। ଆସନ୍ତା ୧୧ରେ ଏହି ବିବାହ ହେବାକୁ ଯାଉଛି । ସବୁ ରୀତିନୀତିରେ ବିବାହ ହେବ । ଏପରିକି ଯୁବତୀ ଜଣଙ୍କ ହନିମୁନ୍‌ ଟ୍ରିପ୍‌ରେ ମଧ୍ୟ ଯିବେ ।

୨୪ ବର୍ଷୀୟା ଯୁବତୀ ଜଣଙ୍କ ଅନେକ ଦିନ ଧରି ଏପରି କଳ୍ପନା କରିଥିଲେ ବୋଲି କହିଛନ୍ତି । ଏହି ବିବାହ ଭାରତରେ ପ୍ରଥମ ବିବାହ । କିନ୍ତୁ ବିଶ୍ୱରେ ନୁହେଁ। ବିଶ୍ୱରେ ଅନେକ ଉଦାହରଣ ରହିଛି। ପ୍ରଥମ ଥର ପାଇଁ ଭାରତରେ ଏପରି ବିବାହ ହେବାକୁ ଯାଉଛି। ନିଜେ ନିଜକୁ ବିବାହ କରିବେ ବୋଲି ଘୋଷଣା କରିବା ପରେ ଚର୍ଚ୍ଚାରେ ଅଛନ୍ତି ଗୁଜରାଟର ଏହି ଯୁବତୀ ଜଣଙ୍କ।