Below header

ହାତର ମଣିବନ୍ଧ ରେଖା କହିବ କେତେ ବର୍ଷ ଆୟୁଷ ଆପଣଙ୍କର, ଏହା ଭିତରେ ରହିଛି ଧନୀ ହେବାର ସଂକେତ

ହସ୍ତ ରେଖା ଶାସ୍ତ୍ର ମାଧ୍ୟମରେ ବ୍ୟକ୍ତିର ସ୍ୱଭାବ ଓ ଭବିଷ୍ୟ ସମ୍ପର୍କରେ ଅନେକ କୁହାଯାଇଛି । ଭାରତରେ ଏହି ଶାସ୍ତ୍ରର ଚଳନ ବହୁ ପୁରୁଣା । ଯାହାକୁ ଦେଖି ମନୁଷ୍ୟ ଜୀବନର ବହୁ ଭବିଷ୍ୟତ ସମ୍ପର୍କରେ କୁହାଯାଇପାରେ । ହସ୍ତରେଖା ଶାସ୍ତ୍ରରେ ବ୍ରେସଲେଟ ଲାଇନକୁ ବହୁ ପ୍ରାଧାନ୍ୟ ଦିଆଯାଇଛି । ଏହି ରେଖାରୁ ବ୍ୟକ୍ତିର ଆୟୁଷ, ସ୍ୱାସ୍ଥ୍ୟ, ଧନ ଆଦି ବହୁ ବିଷୟରେ ସୂଚନା ମିଳେ ।

ସେହିପରି ହାତ ପାପୁଲି ଓ ଆଙ୍ଗୁଳି ଉପରେ ଥିବା ସବୁ ରେଖାର କିଛି କିଛି ଅଲଗା ମହତ୍ୱ ରହିଥାଏ । ଯାହାକୁ ଦେଖି ମନୁଷ୍ୟର ଜୀବନର ଅନେକ ଗୋପନୀୟ କଥା ଜାଣି ହୁଏ । ଆଜି ଆମେ ଆପଣଙ୍କୁ କହିବୁ ବ୍ରେସଲେଟ ବା ମଣିବନ୍ଧରେ ଥିବା ରେଖା ସମ୍ପର୍କରେ । ଆସନ୍ତୁ ଜାଣିବା କ’ଣ ସଂକେତ ଦିଏ ଏହି ରେଖା ।

ହସ୍ତରେଖା ଶାସ୍ତ୍ର ଅନୁସାରେ ମଣିବନ୍ଧ ଠାରେ ପ୍ରଥମ ରେଖା ବା ବ୍ରେସଲେଟ ଲାଇନ କହିଥାଏ ଯେ ମନୁଷ୍ୟର ଆୟୁଷ ୨୩ ରୁ ୨୮ ବର୍ଷ ହେବ । ଯେଉଁଠି ଦ୍ୱିତୀୟ ବ୍ରେସଲେଟ ଲାଇନ ୪୬ ରୁ ୫୬ ବର୍ଷ ଆୟୁଷର ସୂଚନା ଦେଇଥାଏ । ସେହିପରି ୩ୟ ବ୍ରେସଲେଟ ଲାଇନ ୬୯ ରୁ ୮୪ ବର୍ଷ ଆୟୁଷର ସଂକେତ ଦେଇଥାଏ ।

୧. ମଣିବନ୍ଧ ଠାରେ ଥିବା ପ୍ରଥମ ବ୍ରେସଲେଟ ଲାଇନ ପୂର୍ଣ୍ଣ ଓ ବିକଶିତ ଥିଲେ ଏହା ବ୍ୟକ୍ତିର ସୁସ୍ଥ ଜୀବନର ସଂକେତ ଦେଇଥାଏ । ଏହି ଲାଇନ ଯଦି ସ୍ପଷ୍ଟ ଓ ପରିଭାଷିତ ନଥାଏ ତେବେ ବ୍ୟକ୍ତିକୁ କମଜୋର ବନାଇଥାଏ ।

୨. ଯଦି ମହିଳାଙ୍କ ମଣିବନ୍ଧ ଠାରେ ଏହି ପ୍ରଥମ ବ୍ରେସଲେଟ ଲାଇନ ଭଙ୍ଗା ବା ଅସ୍ପଷ୍ଟ ହୋଇଥାଏ ତେବେ ରୋଗ ଓ ଗର୍ଭାଶୟ ସହ ଜଡିତ ସମସ୍ୟା ସୂଚାଇ ଥାଏ ।

୩. ଯଦି ପୁରୁଷଙ୍କ ମଣିବନ୍ଧ ଠାରେ ପ୍ରଥମ ବ୍ରେସଲେଟ ଲାଇନ ଭଙ୍ଗା ବା ଅସ୍ପଷ୍ଟ ହୋଇଥାଏ ତେବେ ଏହି ବ୍ୟକ୍ତିଙ୍କର ପ୍ରଜଜନ ଓ ୟୁରିନ ସମ୍ପର୍କିତ ସମସ୍ୟା ରହିଥାଏ ।

୪. ଯଦି ମଣିବନ୍ଧ ଠାରେ ତୃତୀୟ ବ୍ରେସଲେଟ ଲାଇନ ଥାଏ, ଏହା ବ୍ୟକ୍ତିକୁ ନାମ, ସମ୍ମାନ, ସ୍ୱାସ୍ଥ୍ୟ ସର୍ମ୍ପକରେ ସୂଚନା ଦେଇଥାଏ । ଯଦି ଏହି ଲାଇନ ସ୍ପଷ୍ଟ ଥାଏ,ତେବେ ବ୍ୟକ୍ତିକୁ ଲୋକପ୍ରିୟତା ମିଳିଥାଏ । ଏହି ବ୍ୟକ୍ତି ବହୁତ ପ୍ରଭାବଶାଳୀ ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.