ମା’ ଲକ୍ଷ୍ମୀ ରୁଷ୍ଟ ହୋଇପାରନ୍ତି ଆପଣଙ୍କ ଏହି ବଦ୍‌ସ୍ୱଭାବ ପାଇଁ, ଜାଣନ୍ତୁ କ’ଣ

କଥାରେ ଅଛି ‘ଆଚାରେ ଲକ୍ଷ୍ମୀ ବିଚାରେ ପଣ୍ଡିତ’ । ଆଚାର ବ୍ୟବହାର ଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ମା’ ଲକ୍ଷ୍ମୀ ଯାହାକୁ ପ୍ରସନ୍ନ ହୁଅନ୍ତି ତା’ର ସମସ୍ତ ଅସୁବିଧା ଦୂର ହୋଇଥାଏ । ବେଳେ ବେଳେ ଏମିତି ହୋଇଥାଏ ଯେ ଆମେ ଯେତେ ପରିଶ୍ରମ କଲେ ବି ଅର୍ଥ ଅଭାବ ଲାଗି ରହିଥାଏ । ଏଥିପାଇଁ ଆମର ଏମିତି କିଛି ଅଭ୍ୟାସ ଦାୟୀ । ଆସନ୍ତୁ ଜାଣିବା ଆମର ଏମିତି କିଛି ବ୍ୟବହାର ଯାହା ଦ୍ୱାରା ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ।

ଆପଣଙ୍କ ଏହି ଆଦତ ମା’ଲକ୍ଷ୍ମୀଙ୍କୁ କରିଦେଇଥାଏ ଅପ୍ରସନ୍ନ

ଆମେ ଖାଲି ସମୟରେ ଥିବା ବେଳେ ଅଧିକାଂଶ ସମୟରେ କିଛି କାରଣ ନଥାଇ ବି ଗୋଡ଼ ହଲାଇଥାଉ । କେହି କେହି ଲୋକ ପୂଜା ସମୟରେ ହେଉ ବା ପଢ଼ିବା ସମୟରେ ମଧ୍ୟ ଗୋଡ଼ ହଲାଉଥିବା ଦେଖିବାକୁ ମିଳେ । ମାନ୍ୟତା ରହିଛି ଏହାଦ୍ୱାରା ମାତା ଲକ୍ଷ୍ମୀ ରାଗି ଥାନ୍ତି ।

ମଧ୍ୟାହ୍ନରେ ଗୋଡ଼ ହଲାଇବାର ପ୍ରଭାବ

ଶାସ୍ତ୍ରରେ କୁହାଯାଇଛି ଦିନ ସମୟରେ କିଛି କାରଣ ନଥାଇ ଯଦି ଆପଣ ଗୋଡ ହଲାଉଥାନ୍ତି ତେବେ ଆପଣଙ୍କୁ ଧନ ସମ୍ବନ୍ଧୀୟ ସମସ୍ୟାକୁ ସାମ୍‌ନା କରିବାକୁ ପଡ଼ିଥାଏ ।

women leg
photo credit: punjabkesari.in

ଶୋଇବା ସମୟରେ ଗୋଡ଼ ହଲାଇବାର ପ୍ରଭାବ

ଶାସ୍ତ୍ରରେ କୁହାଯାଇଛି ଯେ ଶୋଇବା ସମୟରେ ବିନା କାରଣରେ ଗୋଡ଼ ହଲାଉଥିବା ବ୍ୟକ୍ତିଙ୍କ ଠାରେ ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଏହା ଏହି କଥାର ସଂକେତ ଦିଏ ଯେ ଉକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବା ସହ ଉକ୍ତ ବ୍ୟକ୍ତିଙ୍କ ଠାରେ ଅନିଦ୍ରା ସମସ୍ୟା ଦେଖାଦେଇଥାଏ ।

ସନ୍ଧ୍ୟା ସମୟରେ ଗୋଡ଼ ହଲାଇଲେ

ମାନ୍ୟତା ରହିଛି ଯେ ସନ୍ଧ୍ୟା ସମୟରେ ମା’ ଲକ୍ଷ୍ମୀ ପୃଥିବୀ ପୃଷ୍ଟକୁ ବୁଲିବାକୁ ଆସନ୍ତି । ଯଦି ଆପଣ ସନ୍ଧ୍ୟା ସମୟରେ ଏପରି କରନ୍ତି ତେବେ ମା’ ରୁଷ୍ଟ ହୋଇଥାନ୍ତି । ଆପଣ ଆର୍ଥିକ ସମସ୍ୟାରେ ପଡ଼ିପାରନ୍ତି ।

ପିଲା ବି ଗୋଡ଼ ହଲାଇଲେ ହେବ ଅସୁବିଧା

ଯଦି କୌଣସି ପିଲା ଗୋଡ଼ ହଲାନ୍ତି ତେବେ ତାଙ୍କର ପିତାଙ୍କୁ ଧନର ସମସ୍ୟା ଦେଖାଦେଇଥାଏ । ଯଦି ପିଲା ପଢ଼ିବା ସମୟରେ ଏପରି କରନ୍ତି ତେବେ ତାଙ୍କ ମନ ଗତିଶୀଳ ରହିଥାଏ ଓ ଏକାଗ୍ରତା ନଷ୍ଟ ହୋଇଥାଏ ।

ଅଫିସରେ ଗୋଡ଼ ହଲାଇଲେ

ଯେଉଁବ୍ୟକ୍ତି ଅଫିସ୍‌ରେ କିମ୍ବା କାର୍ଯ୍ୟକ୍ଷେତ୍ରରେ ଗୋଡ଼ ହଲାନ୍ତି ସେମାନେ ଅସ୍ଥିର ରହିଥାନ୍ତି । ଯାହାକି ତାଙ୍କ କାର୍ଯ୍ୟ ଧାରା ଉପରେ ପ୍ରଭାବ ପକାଇଥାଏ ।

କେବଳ ଧାର୍ମିକ ଭାବନା ଅନୁଯାୟୀ, ଗୋଡ଼ ହଲାଇବା ଦ୍ୱାରା ଆର୍ଥିକ କ୍ଷତି ହୋଇଥାଏ । ତାହା ନୁହେଁ ମେଡିକାଲ ସାଇନ୍ସ ମଧ୍ୟ ଏହାକୁ ଏକ ହାନିକାରକ ଆଦତ ବୋଲି କହିଥାଏ । ଏହାକୁ ବଦଳାଇବା ପାଇଁ ଲାଇଫଷ୍ଟାଇଲ ଠିକ୍‌ ରଖିବା ସହ ଭଲ ଖାଦ୍ୟ ଖାଇବା ଉଚିତ୍‌ । କାରଣ ପୋଷକ ତତ୍ତ୍ୱ ଅଭାବରେ ମଧ୍ୟ ଏହି ଆଦତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.